ETV Bharat / sports

ସାଗର ରାଣା ହତ୍ୟା ମାମଲା: ରୋହିଣୀ କୋର୍ଟରେ ସୁଶୀଲ କୁମାରଙ୍କ ଜାମିନ ଆବେଦନ

author img

By

Published : Oct 4, 2021, 9:36 PM IST

Wrestler Sushil Kumar files regular bail plea in Rohini court
ସାଗର ରାଣା ହତ୍ୟା ମାମଲା: ରୋହିଣୀ କୋର୍ଟରେ ସୁଶୀଲ କୁମାରଙ୍କ ଜାମିନ ଆବେଦନ

ସାଗର ରାଣା ହତ୍ୟା ମାମଲାରେ ରୋହିଣୀ କୋର୍ଟରେ ରେଗୁଲାର ଜାମିନ ଆବେଦନ ଦାୟର କଲେ ମୁଖ୍ୟ ଅଭିଯୁକ୍ତ କୁସ୍ତି ଯୋଦ୍ଧା ସୁଶୀଲ କୁମାର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ସୁଶୀଲ କୁମାର, ସାଗର ରାଣା ହତ୍ୟା ମାମଲାରେ ରୋହିଣୀ କୋର୍ଟରେ ରେଗୁଲାର ଜାମିନ ଆବେଦନ ଦାୟର କରିଛନ୍ତି । ଏହି ଯାଚିକା ଉପରେ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୫ ରେ ଶୁଣାଣି ହେବ । ସୁଶୀଲ କୁମାରଙ୍କୁ ଚଳିତ ବର୍ଷ ୨୩ ମଇକୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

ଏହି ମାମଲରେ ପୂର୍ବରୁ ରୋହିଣୀ କୋର୍ଟ ଡିସେମ୍ବର ୨୯ରେ ଅନ୍ୟଜଣେ ଅଭିଯୁକ୍ତ ଅନିରୁଦ୍ଧ ଦହିୟାଙ୍କ ଜାମିନ ଆବେଦନ ଯାଚିକା ଖାରଜ କରିଥିଲେ । ଅଗଷ୍ଟ ୬ରେ କୋର୍ଟ, ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ ନେଇ ଅବଗତ ହୋଇଥିଲେ । କୋର୍ଟ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାରଙ୍କ ସମେତ ୧୩ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି । ଅଗଷ୍ଟ ୨ରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିଥିଲା ।

ମଇ ୨୩ ସକାଳ ସମୟରେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମୁଣ୍ଡକା ଅଞ୍ଚଳରୁ ଗିରଫ କରିଥିଲା । ରୋହିଣୀ କୋର୍ଟ ଗତ ମଇ ୧୫ରେ ସୁଶୀଲଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ଦିଲ୍ଲୀ ପୋଲିସ ମଧ୍ୟ ସୁଶୀଲ କୁମାରଙ୍କ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.