ETV Bharat / sports

ବିଶ୍ବ କୁସ୍ତି ଚମ୍ପିଆନସିପ: ରାହୁଲ ଆୱାରେଙ୍କୁ ବ୍ରୋଞ୍ଜ, ଭାରତର ଶ୍ରେଷ୍ଠ ପ୍ରଦର୍ଶନ

author img

By

Published : Sep 22, 2019, 8:44 PM IST

ବିଶ୍ବ କୁସ୍ତି ଚମ୍ପିଆନସିପରେ ଅନ୍ୟତମ ଭାରତୀୟ ଯୁବ କୁସ୍ତିଯୋଦ୍ଧା ରାହୁଲ ଆୱାରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।
ଫଟୋ ସୌଜନ୍ୟ: twitter@Media_SAI

ହାଇଦ୍ରାବାଦ: ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଅନ୍ୟତମ ଯୁବ କୁସ୍ତିଯୋଦ୍ଧା ରାହୁଲ ଆୱାରେ ବ୍ରୋଞ୍ଜ ପଦକ ଜିତିଛନ୍ତି । 61 କିଲୋଗ୍ରାମ ବର୍ଗରେ ଲି ଗ୍ରାଫଙ୍କୁ 11-4 ପଏଣ୍ଟରେ ହରାଇଛନ୍ତି ରାହୁଲ ।

ଏହି ପଦକ ସହ ଭାରତର ପଦକ ସଂଖ୍ୟା 5ରେ ପହଞ୍ଚିଛି । ବିଶ୍ବ କୁସ୍ତି ଚମ୍ପିଆସିପରେ ଚଳିତ ସଂସ୍କରଣରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ପୂର୍ବରୁ 2013ରେ ଭାରତ 3ଟି ପଦକ ଜିତିଥିଲା ।

ମହାରାଷ୍ଟ୍ରର କୁସ୍ତିଯୋଦ୍ଧା ରାହୁଲ ଆୱାରେ 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି 2009, 2011 ଏସିଆନ ଚମ୍ପିଆନସିପରେ 2ଟି ବ୍ରୋଞ୍ଜ ପଦକ ଜିତିଥିଲେ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.