ETV Bharat / sports

Tennis Match Fixing : ମ୍ୟାଚ ଫିକ୍ସିଂ ମାମଲାରେ ଆଜୀବନ ବାସନ୍ଦ ହେଲେ ଏହି ଟେନିସ ଖେଳାଳି

author img

By

Published : Feb 10, 2023, 6:42 PM IST

ମ୍ୟାଚ ଫିକ୍ସିଂ ମାମଲାରେ ଆଜୀବନ ବାସନ୍ଦ
ମ୍ୟାଚ ଫିକ୍ସିଂ ମାମଲାରେ ଆଜୀବନ ବାସନ୍ଦ

ମରକ୍କୋର ପୂର୍ବତନ ଟେନିସ ଖେଳାଳି ୟୁନିସ ରାଚିଦିଙ୍କ ନାମରେ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ଟେନିସରୁ ଆଜୀବନ ବାସନ୍ଦ ସହିତ ମୋଟା ଅଙ୍କର ଜରିମାନା ଦେବାକୁ କୁହାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ମରକ୍କୋର ପୂର୍ବତନ ଟେନିସ ଖେଳାଳିଙ୍କ ନାମରେ ସାଂଘାତିକ ଅଭିଯୋଗ । ଏହି ଟେନିସ ଖେଳାଳି ୟୁନିସ ରାଚିଦିଙ୍କ ନାମରେ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି । ଏନେଇ ଏହି ଟେନିସ ଖେଳାଳିଙ୍କୁ ଆଜୀବନ ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଆଜୀବନ ବାସନ୍ଦ ପାଇଁ ୨୦୨୩ ଫେବୃଆରୀ ୯ ତାରିଖରେ ଫୈସଲା ଶୁଣାଯାଇଥିଲା । ଇଣ୍ଟିଗ୍ରିଟି ଏଜେନ୍ସି କହିବା ମୁତାବିକ ୟୁନିସ ରାଚିଦି, ଅଲଜେରିଆର ଦୁଇ ଖେଳାଳିଙ୍କ ସହିତ ମ୍ୟାଚ ଫିକ୍ସିଂରେ ସାମିଲ ଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବେଲଜିୟମରେ ଏନେଇ ଯାଞ୍ଚ କରାଯାଇଥିଲା । ଏହାପରେ ସମସ୍ତ ପ୍ରମାଣ ସତ ହେବା ପରେ ତାଙ୍କୁ ବାସନ୍ଦ କରାଯାଇଛି ।

ମରକ୍କୋର ପୂର୍ବତନ ଟେନିସ ଖେଳାଳି ୟୁନିସ ରାଚିଦିଙ୍କ ନାମରେ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ଟେନିସରୁ ଆଜୀବନ ବାସନ୍ଦ ସହିତ ମୋଟା ଅଙ୍କର ଜରିମାନା ଦେବାକୁ କୁହାଯାଇଛି । ଏହା ସହିତ ଏଟିପି ଏବଂ WTA ଅଧୀନରେ କୌଣସି ଟେନିସ ଇଭେଣ୍ଟରେ ଖେଳିବା, କୋଚିଂ ଦେବା କିମ୍ବା ଅଂଶଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଙ୍କ ନାମରେ ପାଖାପାଖି ୨୯ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହା ପୂର୍ବରୁ ବ୍ରିଟେନର ଟେନିସ୍‌ ଖେଳାଳି ଅଲିବର ଗୋଲ୍ଡିଂ ଖୁଲାସା କରିଥିଲେ ଯେ ବର୍ଷ ୨୦୧୫ରେ ଗ୍ରୀସର ଫ୍ୟୁଚର ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ମ୍ୟାଚ ଫିକ୍ସିଂ ପାଇଁ କୁହାଯାଇଥିଲା । ଏନେଇ କୌଣସି ଏଜେଣ୍ଟ ନୁହଁ ବରଂ ପ୍ରତିନ୍ଦ୍ବନ୍ଦୀ ଗ୍ରୀସର ଆଲେକ୍ସଜେଣ୍ଡ୍ରସ ଜାକୁପୋବିଚ କରିଥିଲେ । ଜାକୁପୋବିଚ ତାଙ୍କୁ କହିଥିଲେ ଯେ କେବଳ ପ୍ରଥମ ସେଟ୍ ହାରିବା ଦରକାର । ଏହାପରେ ସେ ଚାହିଁଲେ ମ୍ୟାଚ ଜିତି ପାରିବେ । ଏଥିପାଇଁ ତାଙ୍କୁ ପ୍ରାୟ ୧.୫୪ ଲକ୍ଷ ଟଙ୍କା ଦିଆଯିବ । ଏନେଇ ଆଲେକ୍ସଜେଣ୍ଡ୍ରସ ଜାକୁପୋବିଚଙ୍କ ଉପରେ ବର୍ଷ ୨୦୧୫ ମସିହାରେ ଆଜୀବନ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଏହା ଜଣାପଡିନଥିଲା କି ଏହି ମ୍ୟାଚ ଫିକ୍ସିଂରେ ଆଉ କେଉଁ କେଉଁ ଖେଳାଳି ସମ୍ପୃକ୍ତ ଥିଲେ ।

ୟୁରୋପରେ ହେବାକୁ ଥିବା ଅନଲାଇନ ସ୍ପୋର୍ଟସ ବେଟିଂରେ ନଜର ରଖୁଥିବା ସଂସ୍ଥା ୟୁରୋପିଅନ ସ୍ପୋର୍ଟସ ସିକ୍ୟୁରିଟି ଆସୋସିଏସନ ରିପୋର୍ଟ ଏହି ମ୍ୟାଚ ଫିକ୍ସିଂ ଉପରେ ଆଧାରିତ ରହିଥିଲା । ରିପୋର୍ଟ ଅନୁସାରେ ବର୍ଷ ୨୦୧୭ରେ ୫୩ଟି ମାମଲା ଦାଖଲ କରାଯାଇଥିଲା । ଏଥିରୁ ଅଧାରୁ ଅଧିକ ୩୧ଟି ମାମଲା କେବଳ ଟେନିସ ସହିତ ଜଡିତ ଥିଲା । ସଂସ୍ଥା ୫ଟି ଖେଳରେ ଅନଲାଇନ ବେଟିଂ ଟ୍ରେଡ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା । ଟେନିସ ପରେ ଦ୍ବିତୀୟ ସ୍ଥାନରେ ମ୍ୟାଚ ଫିକ୍ସିଂ ମାମଲାରେ ଫୁଟବଲ ମ୍ୟାଚ ସାମ୍ନାକୁ ଆସିଥିଲା । ଏଥିରେ ୧୩ ସନ୍ଦିଗ୍ଧ ବ୍ୟାଟିଂ ମାମଲାରେ ସାମ୍ନାକୁ ଆସିଥିଲେ । ବାସ୍କେଟବଲରେ ପାଞ୍ଚଟି ଏବଂ ହେଡବଲ ଏବଂ ଭଲିବଲରେ ଗୋଟିଏ ଗୋଟିଏ ମାମଲା ରିପୋର୍ଟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.