ETV Bharat / sports

Tokyo Olympics, Day 8: ମହିଳା ହକିରେ ଆୟରଲାଣ୍ଡକୁ ୧-୦ରେ ହରାଇଲା ଭାରତ

author img

By

Published : Jul 30, 2021, 11:07 AM IST

Tokyo Olympics, Day 8: India beat Ireland 1-0 in Women's Hockey
Tokyo Olympics, Day 8: ମହିଳା ହକିରେ ଆୟରଲାଣ୍ଡକୁ ୧-୦ରେ ହରାଇଲା ଭାରତ

ଫରୱାର୍ଡ ନବନୀତ କୌର ମ୍ୟାଚର ୫୭ତମ ମିନିଟ୍‌ରେ ଗୋଲ୍‌ କରି ଭାରତକୁ ବିଜୟ ଦେଇଛନ୍ତି । ଅଧିକ ପଢନ୍ତୁ...

ଟୋକିଓ: କର ବା ମର ମ୍ୟାଚରେ ବିଜୟୀ ହୋଇଛି ଭାରତୀୟ ମହିଳା ହକି ଟିମ । ଗ୍ରୁପ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ଆୟରଲାଣ୍ଡକୁ ୧-୦ରେ ହରାଇଛି ଭାରତ । ମ୍ୟାଚର ଶେଷ ଭାଗରେ ଅର୍ଥାତ ୫୭ତମ ମିନିଟରେ ଫରୱାର୍ଡ ନବନୀତ କୌର ଗୋଲ୍‌ କରିଛନ୍ତି ।

ଭାରତକୁ ୧୦ଟି ପେନାଲିଟି କର୍ଣ୍ଣର ମିଳିଥିଲେ ମଧ୍ୟ ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ଗୋଟିଏକୁ ବି ଗୋଲ୍‌ରେ ପରିଣତ କରିପାରିନଥିଲା ରାନୀ ବାହିନୀ । ମାତ୍ର ଦ୍ବିତୀୟ ଅର୍ଦ୍ଧରେ ଦମଦା କମବ୍ୟାକ ସହ ଏକମାତ୍ର ଗୋଲ୍‌ କରିଥିଲେ ନବନୀତ ।

ଫଳରେ ଗୁରୁତ୍ବପୂର୍ଣ୍ଣ ୩ ପଏଣ୍ଟ ହାସଲ କରିଛି । ଏହି ୩ ପଏଣ୍ଟ ସହ ଭାରତ କ୍ବାର୍ଟର ଫାଇନାଲକୁ ପ୍ରବେଶ କରିବାର ସମ୍ଭାବନା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.