ETV Bharat / sports

World Athletics U20 Championships: ଶୈଲୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରକ୍ରୀଡ଼ା ମନ୍ତ୍ରୀ

author img

By

Published : Aug 23, 2021, 7:16 PM IST

World Athletics U20 Championships:ଶୈଲୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରକ୍ରୀଡ଼ା ମନ୍ତ୍ରୀ
World Athletics U20 Championships:ଶୈଲୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରକ୍ରୀଡ଼ା ମନ୍ତ୍ରୀ

୨୦ ବର୍ଷରୁ କମ ଆଥଲେଟିକ୍ସ ଚମ୍ପିଆନ୍ସସିପର ଲମ୍ବଡିଆଁ ପ୍ରତିଯୋଗିତାରେ ଭାରତର ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ୬.୫୯ ମିଟର ଡେଇଁ ସେ ଏହି ପଦକ ହାସଲ କରିପାରିଛନ୍ତି । ଶୈଲୀ ସିଂହଙ୍କ ଏହି ଉପଲବ୍ଧିକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ୨୦ ବର୍ଷରୁ କମ ଆଥଲେଟିକ୍ସ ଚମ୍ପିଆନ୍ସସିପର ଲମ୍ବଡିଆଁ ପ୍ରତିଯୋଗିତାରେ ଭାରତର ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ୬.୫୯ ମିଟର ଡେଇଁ ସେ ଏହି ପଦକ ହାସଲ କରିପାରିଛନ୍ତି । ତେବେ ସ୍ବର୍ଣ୍ଣ ପଦକ ହାସଲ କରିବାରୁ ସେ ମାତ୍ର ଗୋଟିଏ ସେଣ୍ଟିମିଟର ପଛରେ ପଡ଼ିଯାଇଥିଲେ । ସ୍ବିଡେନର ଆଥଲେଟ ୬.୬୦ ମିଟର ଡେଇଁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଶୈଲୀ ସିଂହଙ୍କ ଏହି ଉପଲବ୍ଧିକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ଯେ, "ଶୈଲୀ ସିଂହ ରୌପ୍ୟ ପଦକ ହାସଲ କରି ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ବିତ କରିଛନ୍ତି । ଦେଶ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିବାରୁ ମାତ୍ର ଗୋଟିଏ ସେଣ୍ଟିମିଟର ପଛରେ ପଡ଼ି ଯାଇଥିଲେ । ତାଙ୍କ ଭବଷ୍ୟତ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହାଦ୍ବାରା ପ୍ରମାଣିତ ହେଉଛି ଆମ ଯୁବ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଛନ୍ତି ।"

୨୦ ବର୍ଷରୁ କମ ଆଥଲେଟିକ୍ସ ଚମ୍ପିଆନ୍ସିପ ଇତିହାସରେ ଚଳିତ ବର୍ଷ ଭାରତ ସବୁଠାରୁ ଭଲ ପ୍ରଦର୍ଶନ କରିଛି । ୩ଟି ଭିନ୍ନଭିନ୍ନ ଇଭେଣ୍ଟରେ ଭାରତ ୩ଟି ପଦକ ହାସଲ କରିଛି । ଏଥିରେ ଦୁଇଟି ରୌପ୍ୟ ପଦକ ସାମିଲ ରହିଥିବାବେଳେ ଗୋଟିଏ କାଂସ୍ୟ ପଦକ ସାମିଲ ରହିଛି । ୩ଟି ପଦକ ସହ ଏହି ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି ।

୨୦୧୬ରେ ଜାଭେଲିନ ଥ୍ରୋ ଖେଳାଳି ଏହି ଚମ୍ପିଆନ୍ସସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିଭଳି ୨୦୧୮ ମସିହାରେ ହିମା ଦାସ ଏହି ଚମ୍ପିଆନ୍ସସିପରେ କାଂସ୍ୟ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.