ETV Bharat / sports

Ireland Para Badminton: ରୌପ୍ୟ ଜିତିଲେ ପ୍ରମୋଦ ଭଗତ

author img

By

Published : Jul 18, 2022, 1:21 PM IST

ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ରୌପ୍ୟ
ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ରୌପ୍ୟ

ଆୟର୍ଲାଣ୍ଡ ଡବଲିନରେ ଚାଲିଥିବା ଚତୁର୍ଥ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ରେ ଓଡିଆ ତାରକା ପ୍ରମୋଦ ଭଗତ ରୌପ୍ୟ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆୟର୍ଲାଣ୍ଡ ଡବଲିନରେ ଚାଲିଥିବା ଚତୁର୍ଥ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ରେ ଓଡିଆ ତାରକା ପ୍ରମୋଦ ଭଗତ ରୌପ୍ୟ ପଦକ ହାସଲ କରିଛନ୍ତି । ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନ ଏସଏଲ-୩ ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ନିକଟରୁ ହାରି ରୌପ୍ୟ ଜିତିଛନ୍ତି । ଡାନିଏଲ ବେଥେଲଙ୍କଠୁ ୧୭-୨୧, ୯-୨୧ରେ ପରାସ୍ତ ହୋଇଥିଲେ ପ୍ରମୋଦ ।

  • Odisha ace @PramodBhagat83 won the men’s singles SL3 silver medal at the 4-Nations Para Badminton International 2022 in Dublin, Ireland.

    His statemate Deep Ranjan Bisoyee bagged bronze in men’s singles SL4.

    Congratulations to both !! 👏👏 pic.twitter.com/sme7WDcbQ2

    — Odisha Sports (@sports_odisha) July 17, 2022 " class="align-text-top noRightClick twitterSection" data=" ">

ଫାଇନାଲ ମୁକାବିଲାରେ ବେଥଲ ଆଧିପତ୍ୟ ବିସ୍ତାର କରି ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ । ଶନିବାର ଏସଏଲ-୩ ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରମୋଦ ୨୧-୨୫, ୨୧-୧୫ରେ ଜାପାନର ଡାଇସୁକ ଫୁଜିହାରାଙ୍କୁ ପରାସ୍ତ କରିଥିଲେ । ଗ୍ରୁପ ପର୍ଯ୍ୟାୟରେ ଜାପାନିଜ ଖେଳାଳିଙ୍କ ବିପକ୍ଷରେ ଭଗତଙ୍କୁ ୩ ଗେମ ବିଶିଷ୍ଟ ମ୍ୟାଚ୍‌ରେ ହରାଇବାକୁ ପଡିଥିଲା ।

ଅନ୍ୟ ଓଡିଆ ଖେଳାଳିଭାବେ ଦୀପରଞ୍ଜନ ବିଷୋୟୀ ଏସଏଲ-୪ ସିଙ୍ଗଲ୍ସ ସେମି ଫାଇନାଲରେ ହାରି ବ୍ରୋଞ୍ଚରେ ସନ୍ତୁଷ୍ଟ ହୋଇଛନ୍ତି । ସେମି ମୁକାବିଲାଲେ ସେ ଫ୍ରାନ୍ସର ଲୁକାସ ମଜୁରଙ୍କ ନିକଟରୁ ୨୧-୧୧, ୨୧-୭ ସେଟ୍‌ରେ ପରାସ୍ତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.