ETV Bharat / sports

ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନ: ଫାଇନାଲରେ ପ୍ରମୋଦ ଭଗତ

author img

By

Published : Jul 17, 2022, 4:18 PM IST

Updated : Jul 18, 2022, 11:40 AM IST

ଫାଇନାଲରେ ପ୍ରମୋଦ ଭଗତ
ଫାଇନାଲରେ ପ୍ରମୋଦ ଭଗତ

ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନରେ ବିଜୟ ଧାରା ଜାରି ରଖିଛନ୍ତି । ଜାପାନର ଡାଇସୁକଙ୍କୁ ହରାଇ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆୟର୍ଲାଣ୍ଡ ଡବଲିନରେ ଚାଲିଥିବା ଫୋର୍ଥ ନେସନ୍ ପାରା ବ୍ୟାଡମିଣ୍ଟନ ଇମ୍ଟରନେସନାଲ ୨୦୨୨ରେ ଓଡିଆ ତାରକା ପ୍ରମୋଦଙ୍କ ଦମଦାର ପ୍ରଦର୍ଶନ । ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ଆୟର୍ଲାଣ୍ଡ ପାରା ବ୍ୟାଡମିଣ୍ଟନରେ ବିଜୟ ଧାରା ଜାରି ରଖିଛନ୍ତି। ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ।

  • Congratulate Paralympic Gold Medallist, @PramodBhagat83 on reaching the final of ongoing 4 Nations Para Badminton International 2022 after beating Japan's Daisuke Fujihara. Wish him all the very best for the final match.#Odisha

    — Naveen Patnaik (@Naveen_Odisha) July 17, 2022 " class="align-text-top noRightClick twitterSection" data=" ">

ଶନିବାର ଏସଏଲ-୩ ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରମୋଦ ୨୧-୨୫, ୨୧-୧୫ରେ ଜାପାନର ଡାଇସୁକ ଫୁଜିହାରାଙ୍କୁ ପରାସ୍ତ କରିଛନ୍ତି। ଫାଇନାରେ ସେ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ଭେଟିବେ । ପ୍ରତିଯୋଗିତାରେ ପ୍ରମୋଦ ଫୁଜିହାରାଙ୍କୁ ଦୁଇଥର ଭେଟିଥିଲେ । ଗୃପ ପର୍ଯ୍ୟାୟରେ ଜାପାନିଜ ଖେଳାଳୀଙ୍କ ବିପକ୍ଷରେ ଭଗତଙ୍କୁ ୩ ଗେମ ବିଶିଷ୍ଟ ମ୍ୟାଚରେ ହରାଇବାକୁ ପଡିଥିଲା ।

ପ୍ରମୋଦଙ୍କ ଏ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ନବୀନ କରିଛନ୍ତି, '' ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ଆୟର୍ଲାଣ୍ଡ ଫାଇନାଲରେ ପ୍ରବେଶ କରିଥିବା ନେଇ ଆନେକ ଅନେକ ଶୁଭେଚ୍ଛା । ଫାଇନାଲ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟ ଓଡିଆ ଖେଳାଳୀ ଭାବେ ଦୀପ ରଞ୍ଜନ ବିଷୋୟୀ ଏସଏଲ-୪ ସିଙ୍ଗଲ୍ସ ସେମି ଫାଇନାଲରେ ହାରି ବ୍ରୋଞ୍ଚରେ ସନ୍ତୁଷ୍ଟ ହୋଇଛନ୍ତି । ସେମି ମୁକାବିଲାଲେ ସେ ଫ୍ରାନ୍ସର ଲୁକାସ ମଜୁରଙ୍କ ନିକଟରୁ ୨୧-୧୧, ୨୧-୭ ସେଟରେ ପରାସ୍ତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 18, 2022, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.