ETV Bharat / sports

Dubai Para Badminton: ସ୍ବର୍ଣ୍ଣ ଜିତିଲେ ପ୍ରମୋଦ

author img

By

Published : May 30, 2022, 9:09 AM IST

ପ୍ରମୋଦଙ୍କୁ ସ୍ବର୍ଣ୍ଣ
ପ୍ରମୋଦଙ୍କୁ ସ୍ବର୍ଣ୍ଣ

ପାରାଅଲମ୍ପିକ୍ସ ବିଜେତା ପ୍ରମୋଦଙ୍କୁ ସଫଳତା ପରେ ସଫଳତା । ଦୁବାଇରେ ଚାଲିଥିବା ଚତୁର୍ଥ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ । ସ୍ବର୍ଣ୍ଣ ଜିତି ଗୌରବ ଆଣିଛନ୍ତି ଓଡିଶାର ଏହି ଷ୍ଟାର ଖେଳାଳି । ଅଧିକ ପଢନ୍ତୁ

ଭୁବନେଶ୍ବର: ପାରାଅଲମ୍ପିକ୍ସ ବିଜେତା ପ୍ରମୋଦଙ୍କୁ ସଫଳତା ପରେ ସଫଳତା । ଦୁବାଇରେ ଚାଲିଥିବା ଚତୁର୍ଥ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଚମ୍ପିଆନ ହୋଇଛନ୍ତି ପ୍ରମୋଦ । ସ୍ବର୍ଣ୍ଣ ଜିତି ଗୌରବ ଆଣିଛନ୍ତି ଓଡିଶାର ଏହି ଷ୍ଟାର ଖେଳାଳି । ପୁରୁଷ ସିଙ୍ଗଲ୍ସ ଏସଏଲ-3 ବର୍ଗରେ ସ୍ବର୍ଣ୍ଣ ପଦକ ଜତିଛନ୍ତି ପ୍ରମୋଦ ।

  • #Odisha's World and Paralympic champion Pramod Bhagat added yet another feather to his cap, winning the men’s SL3 singles #gold medal at the 4th Fazza Dubai Para Badminton International 2022 today. Many congratulations! pic.twitter.com/7hK3lYpQC0

    — Odisha Sports (@sports_odisha) May 29, 2022 " class="align-text-top noRightClick twitterSection" data=" ">

ଫାଇନାଲ ମୁକାବିଲାରେ ସେ ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ । 19-21, 21-17, 21-17 ସେଟରେ ନିତୀଶଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ପ୍ରମୋଦ । ମ୍ୟାଚ ଏକଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ପ୍ରଥମରୁ ପ୍ରଭାବୀ ପ୍ରଦର୍ଶନ କରି ମ୍ୟାଚ ନିଜ କବଜାକୁ ନେଇଥିଲେ ନିତେଶ । ହେଲେ ପ୍ରମୋଦ ଦମଦାର କମବ୍ୟାକ କରିଥିଲେ । ପରବର୍ତ୍ତୀ ଦୁଇଟି ଗେମକୁ ନିଜ କବଜାକୁ ନେଇଥିଲେ ପ୍ରମୋଦ ।

ସେପଟେ ମନୀଷା ରମଦାସ ସ୍ବର୍ଣ୍ଣ ହାତେଇଛନ୍ତି । ମହିଳା ଏସୟୁ 5 କାଟାଗୋରୀ ଗେମରେ ଜାପାନର ଆକିକୋ ସୁଗିନୋଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି ମନୀଷା । ଏହାପରେ ମନଦୀପ କୌରଙ୍କ ସହ ଯୋଡି ବନାଇ ଥାଇଲାଣ୍ଡର ନିପାଡା ସିନସୁପା ଓ ଚାନିଦା ଶ୍ରୀନାବାକୁଲଙ୍କୁ ହରାଇ ଆଉ ଏକ ସ୍ବର୍ଣ୍ଣ ଜିତିଛନ୍ତି ।

ପ୍ରକାଶ ଥାଉ କି, ନିକଟରେ ବାହାରିନର ମାନାମା ସହରରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନରେ ଦମଦାର ପ୍ରଦର୍ଶନ କରିଥିଲେ ପ୍ରମୋଦ । ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିିଥିଲେ ପ୍ରମୋଦ ଭଗତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.