ETV Bharat / sports

COVID-19 vaccination: ଅଷ୍ଟ୍ରେଲିଆ ଓପନ ପରେ ଫ୍ରେଞ୍ଚ୍‌ ଓପନରୁ ବାଦ୍‌ ପଡିପାରନ୍ତି ଜୋକଭିକ

author img

By

Published : Jan 17, 2022, 9:32 PM IST

No COVID-19 vaccination could mean no Roland Garros for Djokovic
COVID-19 vaccination: ଅଷ୍ଟ୍ରେଲିଆ ଓପନ ପରେ ଫ୍ରେଞ୍ଚ୍‌ ଓପନରୁ ବାଦ୍‌ ପଡିପାରନ୍ତି ଜୋକଭିକ

ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକଙ୍କ ପାଇଁ ବଢୁଛି ଅଡୁଆ । COVID-19 ଟିକା ପ୍ରମାଣପତ୍ର ଦେଖାଇନପାରିବାରୁ ଅଷ୍ଟ୍ରେଲିଆ ଓପନ ଖେଳିବାକୁ ବଞ୍ଚିତ ହୋଇଥିବା ଜୋକଭିକ୍‌ ଫ୍ରେଞ୍ଚ୍‌ ଓପନରୁ ମଧ୍ୟ ବାଦ୍‌ ପଡିପାରନ୍ତି । ଅଧିକ ପଢନ୍ତୁ

ପ୍ୟାରିସ୍‌: ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକଙ୍କ ପାଇଁ ବଢୁଛି ଅଡୁଆ । COVID-19 ଟିକା ପ୍ରମାଣପତ୍ର ଦେଖାଇନପାରିବାରୁ ଅଷ୍ଟ୍ରେଲିଆ ଓପନ ଖେଳିବାକୁ ବଞ୍ଚିତ ହୋଇଥିବା ଜୋକଭିକ୍‌ ଫ୍ରେଞ୍ଚ୍‌ ଓପନରୁ ମଧ୍ୟ ବାଦ୍‌ ପଡିପାରନ୍ତି । ସୋମବାର ଫ୍ରାନ୍ସର କ୍ରୀଡାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଦେଶର ନୂଆ ଟିକାକରଣ ନୀତି ଅନୁଯାୟୀ ଟିକା ନେଇନଥିବା ଟେନିସ ଖେଳାଳିଙ୍କୁ କୌଣସି ପ୍ରକାଶ ଛାଡ(Exemption) ମିଳିବ ନାହିଁ ।

ଏହାମଧ୍ୟ ପଢନ୍ତୁ: ନିର୍ବାସନ ଆବେଦନରେ ନିରାଶ ପରେ ଅଷ୍ଟ୍ରେଲିଆ ଛାଡିଲେ ଜୋକଭିକ୍‌

କୋର୍ଟ କେସ୍‌ ହାରିବା ପରେ ରବିବାର ଜୋକଭିକ ଅଷ୍ଟ୍ରେଲିଆରୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏଥିସହ ନିଜର ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଡିଫେଣ୍ଡରୁ ବଞ୍ଚିତ ହୋଇଥିଲେ । ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ସିଡନୀ ମର୍ଣ୍ଣିଂରେ ପ୍ରକାଶିତ ରିପୋର୍ଟରେ ଫ୍ରାନ୍ସ କ୍ରୀଡାମନ୍ତ୍ରଣାଳୟ କହିଛନ୍ତି, "ନିୟମ ଅତି ସାଧାରଣ ।

ଆଇନ ଲାଗୁ ପରେ ସମସ୍ତଙ୍କୁ ପାଳନ କରିବାକୁ ହେବ । ମଇ ମାସରେ ରୋନାଲ୍ଡୋ ଗାରୋସ ଟୁର୍ନାମେଣ୍ଟ ରହିଛି । ବର୍ତ୍ତମାନର ସ୍ଥିତି ଓ ସେତେବେଳର ସ୍ଥିତିରେ ସୁଧାର ଆସିବା ନେଇ ଆଶା ରହିଛି । ମାତ୍ର ଏହା ସ୍ପଷ୍ଟ ଯେ କୌଣସି ସ୍ବତନ୍ତ୍ର ଛାଡ ନାହିଁ ।" ଫ୍ରାନ୍ସ ଟିକା ଆଇନ ରବିବାର ସଂସଦରେ ପାରିତ ହୋଇଛି । ସର୍ବସାଧାରଣ ସ୍ଥାନ ଯେପରି, ରେଷ୍ଟୁରାଣ୍ଟ, କାଫେ, ସିନେମା ହଲ୍‌ରେ ଟିକା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହେବ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.