ETV Bharat / sports

ଏଯାଏଁ ହାସଲ କରିଥିବା ସଫଳତା ଶ୍ରେଷ୍ଠ ନୁହେଁ: ନୀରଜ ଚୋପ୍ରା

author img

By

Published : Mar 18, 2022, 10:29 PM IST

NEERAJ CHOPRA SAYS WHATEVER I HAVE ACHIEVED SO FAR IS NOT MY BEST
ଏଯାଏଁ ହାସଲ କରିଥିବା ସଫଳତା ଶ୍ରେଷ୍ଠ ନୁହେଁ: ନୀରଜ ଚୋପ୍ରା

ଅଲମ୍ପିକ ସ୍ବର୍ଣ୍ଣ ବିଜେତା ଭାରତୀୟ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ୨୦୨୨ ପାଇଁ ନିଜର ଟାର୍ଗେଟ ଘୋଷଣା କରିଛନ୍ତି । ବିଶ୍ବ ଚାମ୍ପିୟନସିପ, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ବିଜୟୀ ପ୍ରଦର୍ଶନ ଲକ୍ଷ୍ୟରେ ନୀରଜ । ଅଧିକ ପଢନ୍ତୁ

ଲଣ୍ଡନ: ଅଲମ୍ପିକ ସ୍ବର୍ଣ୍ଣ ବିଜେତା ଭାରତୀୟ ଜାଭେଲିନ ଥ୍ରୋଅର ନୀରଜ ଚୋପ୍ରା ୨୦୨୨ ପାଇଁ ନିଜର ଟାର୍ଗେଟ ଘୋଷଣା କରିଛନ୍ତି । ପ୍ରଥମେ ବିଶ୍ବ ଚାମ୍ପିୟନସିପ୍‌ ଟାଇଟେଲ ଜିତିବାର ଆହ୍ବାନକୁ ପାର୍‌ କରିବା, ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ହେବାର ଟାଇଟେଲ ବଜାୟ ରଖିବା ମହତ୍ତ୍ବପୂର୍ଣ୍ଣ ଥିବା କହିଛନ୍ତି । ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ହେବାପରେ ବିଶ୍ବର ନିର୍ଣ୍ଣାୟକ ଶ୍ରେଣୀରେ ପ୍ରତିଷ୍ଠିତ ୨୦୨୨ ଲରିୟସ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ।

ଲୋରିୟସର ଅଫିସିଆଲ ୱେବସାଇଟ୍‌କୁ ନୀରଜ କହିଛନ୍ତି, "ସ୍ବର୍ଣ୍ଣ ପଦକ ମୋତ ଜୀବନରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ପ୍ରେରିତ କରିଛି । ଜୁଲାଇ ମାସରେ ହେବାକୁ ଥିବା ବିଶ୍ବ ଚାମ୍ପିୟନସିପରେ ଭଲ ପ୍ରଦର୍ଶନର ଚ୍ୟାଲେଞ୍ଜ ରହିବ । ତେବେ ପଦକ ବିଜୟ ପର୍ଯ୍ୟନ୍ତ ପହଞ୍ଚିବା ମୋର ଲକ୍ଷ୍ୟ । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସ ଓ ଡାଇମଣ୍ଡ ମିଲ ଫାଇନାଲ ଭଳି ଅନ୍ୟ ବଡ ଟୁର୍ନାମେଣ୍ଟ ମଧ୍ୟ ରହିଛି । ଏହିସବୁ ଟୁର୍ନାମେଣ୍ଟ ବାସ୍ତବରେ ପ୍ରମୁଖ ଟୁର୍ନାମେଣ୍ଟ ଅଟେ।"

24 ବର୍ଷୀୟ ନୀରଜ ଆହୁରି ମଧ୍ୟ କହିଛନ୍ତି ଯେ, ଅଂଶଗ୍ରହଣ କରୁଥିବା ସବୁ ଟୁର୍ନାମେଣ୍ଟରେ ପଦକ ବିଜୟ କେବଳ ଲକ୍ଷ୍ୟ ରହିବ । ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିସାରିଥିବାରୁ ଏଥର ସମାନ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.