ETV Bharat / sports

Diamond League: ରୌପ୍ୟ ଜିତିଲେ ନୀରଜ

author img

By

Published : Jul 1, 2022, 11:46 AM IST

ରୌପ୍ୟ ଜିତିଲେ ନୀରଜ
ରୌପ୍ୟ ଜିତିଲେ ନୀରଜ

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ଜିତିବା ପରେ ଡାଇମଣ୍ଡ ଲିଗରେ 89.94 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଛନ୍ତି ନୀରଜ । ଏହା ସହିତ ନିଜର ପୂର୍ବ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ।

ସ୍ଟକହୋଲମରେ ଡାଇମଣ୍ଡ ଲିଗ ଖେଳାଯାଇଛି । ସେଠାରେ 89.94 ମିଟର ଜାଭେଲିନ ଫିଙ୍ଗି ଜୁନ 14ରେ ହୋଇଥିବା ପାଭୋ ନୁରମି ଗେମ୍ସରେ କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି । ଏଥିରେ ସେ ରୌପ୍ୟ ପଦକ ଜିତିଥିଲେ । 89.30 ମିଟର ଜାଭେଲିନ ଫିଙ୍ଗିଥିଲେ ।

ନୀରଜଙ୍କ ଏହି ଥ୍ରୋ ଟୁର୍ଣ୍ଣାମେଣ୍ଟ ରେକର୍ଡ ମଧ୍ୟ ହୋଇଛି । ବିଶ୍ବ ଚମ୍ପିଆନ ପିଟର 90.31 ଜାଭେଲିନ ଫିଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ଅସଫଳ ହୋଇଥିଲେ । ଦ୍ବିତୀୟ ପ୍ରୟାସରେ ସର୍ବାଧିକ 86. 84 ଜାଭେଲିନ ଥ୍ରୋ କରିଥିଲେ । ତୃତୀୟ ପ୍ରୟାସରେ ଏହି ସଫଳତା ପାଇଛନ୍ତି । ଜୁଲାଇ 15ରୁ 24ଯାଏଁ ୟୁଏସଏରେ ହେବାକୁ ଥିବା ବିଶ୍ବ ଚାମ୍ପିୟନସିପରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.