ETV Bharat / sports

Junior Asia Cup: ଭାରତର ବିଜୟଧାରା ଜାରି, 3-1ରେ ହାରିଲା ଜାପାନ

author img

By

Published : May 26, 2023, 8:30 AM IST

hockey junior asia cup
ଭାରତୟ ବିଜୟଧାରା ଜାରି

ପୁରୁଷ ଜୁନିୟର ହକି ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିିଛି । ଦ୍ବିତୀୟ ମୁକାବିଲାରେ ଜାପାନକୁ 3-1 ଗୋଲରେ ପରାସ୍ତ କରିଛି ଭାରତୀୟ ହକି ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଓମାନରେ ଚାଲିଥିବା ପୁରୁଷ ଜୁନିୟର ହକି ଏସିଆ କପରେ ଭାରତର ବିଜୟ ଧାରା ବଜାୟ ରହିଛି । ପ୍ରଥମ ମୁକାବିଲାରେ ଚାଇନିଜ ତାଇପେ ବିପକ୍ଷରେ ବୃହତ ବିଜୟ ପରେ ଦ୍ବିତୀୟ ମ୍ୟାଚରେ ଜାପାନକୁ ହରାଇଛି । ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଜାପାନକୁ 3-1 ଗୋଲରେ ପରାସ୍ତ କରି ଦ୍ବିତୀୟ ବିଜୟ ହାସଲ କରିଛି ଭାରତୀୟ ହକି ଦଳ । ଏହି ବିଜୟ ସହ ଭାରତ ମୋଟ 6 ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି ।

ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା । ଦ୍ବିତୀୟ କ୍ବାର୍ଟରର 19ତମ ମିନିଟରେ ଜାପାନ ଗୋଟିଏ ଗୋଲ ସ୍କୋର କରି 1-0ରେ ଆଗୁଆ ରହିଥିଲା । କୁମ୍ପେଇ ଯସୁଦା ଗୋଲ କରିଥିଲେ । ଏହି କ୍ବାର୍ଟରରେ ଭାରତ ଖାତା ଖୋଲି ପାରିନଥିଲା । ମାତ୍ର ତୃତୀୟ କ୍ବାର୍ଟରରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା । ଘନ ଘନ ଆକ୍ରମଣ କରି 2ଟି ଗୋଲ କରିଥିଲା ଭାରତୀୟ ଖେଳାଳି । 36ମିନିଟରେ ଅରାଇଜିତ ସିଂହ ହୁଣ୍ଡାଇ ଏବଂ 39ତମ ମିନିଟରେ ସରଦାନନ୍ଦ ତିୱାରୀ ଗୋଲ ସ୍କୋର କରିଥିଲେ । ତୃତୀୟ କ୍ବାର୍ଟରରେ ଭାରତ 2-1ରେ ଆଗୁଆ ଥିଲା ।

ଚତୁର୍ଥ କ୍ବାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା । ଜାପାନ ଗୋଲ ପରଶୋଧ କରିବାକୁ ସମସ୍ତ ପ୍ରୟାସ କରିଥିଲା ମାତ୍ର ବିଫଳ ହୋଇଥିଲା । ମ୍ୟାଚ ସରିବାକୁ ଆଉ 4 ମିନିଟ ବାକିଥିଲା । ଏହି ସମୟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାର ଫାଇଦା ଉଠାଇଥିଲା ଭାରତ । 56ତମ ମିନିଟରେ ଅଧିନାୟକ ଉତ୍ତମ ସିଂହ ଏହାକୁ ଗୋଲରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ । 3-1ରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଥିଲା ଭାରତୀୟ ଜୁନିୟର ହକି ଦଳ ।

ଏହା ବି ପଢନ୍ତୁ...Junior Asia Cup: ବିଜୟରୁ ଭାରତର ଅଭିଯାନ, 18-0ରେ ଚିତ୍ ଚାଇନିଜ ତାଇପେ

ଏହା ବି ପଢନ୍ତୁ...Malaysia Masters 2023: କ୍ବାର୍ଟର ଫାଇନାଲରେ ସିନ୍ଧୁ-ପ୍ରଣୟ

ପ୍ରକାଶଥାଉ କି, ଜୁନିୟର ହକି ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଚାଇନିଜ ତାଇପେକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ଚାଇନିଜ ତାଇପେ ବିପକ୍ଷରେ 18-0 ଗୋଲରେ ବୃହତ ବିଜୟ ହାସଲ କରିଥିଲା ଭାରତ । ଆସନ୍ତାକାଲି (ଶନିବାର) ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ଓ 28 ତାରିଖରେ ଅନ୍ତିମ ପୁଲ ମ୍ୟାଚରେ ଥାଇଲାଣ୍ଡକୁ ଭେଟିବ ଭାରତୀୟ ଦଳ । ଜୁନ 1 ତାରିଖ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.