Junior Asia Cup: ବିଜୟରୁ ଭାରତର ଅଭିଯାନ, 18-0ରେ ଚିତ୍ ଚାଇନିଜ ତାଇପେ

author img

By

Published : May 25, 2023, 9:58 AM IST

india defeat chinese taipei

ଜୁନିୟର ହକି ଏସିଆ କପରେ ବୃହତ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଚାଇନିଜ ତାଇପେକୁ 18-0 ଗୋଲରେ ପରାସ୍ତ କରିଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଓମାନରେ ଚାଲିଥିବା ପୁରୁଷ ଜୁନିୟର ହକି ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମ ମ୍ୟାଚରେ ଚାଇନିଜ ତାଇପେକୁ 18-0 ଗୋଲରେ ପରାସ୍ତ କରି ବୃହତ ବିଜୟ ହାସଲ କରିଛି । ଅରାଇଜିତ ସିଂହ ହୁଣ୍ଡାଇ ହ୍ୟାଟ୍ରିକ ଗୋଲ ସହ ମୋଟ 4ଟି ଗୋଲ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହି ବିଜୟ ସହ ଭାରତ ମୋଟ 3 ପଏଣ୍ଟ ହାସଲ କରି ତାଲିକାର ଶୀର୍ଷ ସ୍ଥାନରେ ରହିଛି ।

ଭାରତ ଓ ଚାଇନିଜ ତାଇପେ ମଧ୍ୟ ଖେଳାଯାଇଥିବା ମ୍ୟାଚରେ ଭାରତ ତାର ଆଧିପତ୍ୟ ବିସ୍ତାର କରିଥିଲା । ଗୋଲ ପରିଶୋଧ କରିବା ନେଇ ଚାଇନିଜ ତାଇପେ ସମସ୍ତ ପ୍ରୟାସକୁ ବିଫଳ କରିଥିଲା ଭାରତୀୟ ହକି ଦଳ । ଭାରତୀୟ ଖେଳାଳି 4ଟି ଯାକ କ୍ବାର୍ଟରରେ ଆଧିପତ୍ୟ ବିସ୍ତାର କରି ଗୋଲ ବର୍ଷା କରିଥିଲା । ପ୍ରଥମ କ୍ବାର୍ଟରରେ ଦଳ 3ଟି ଓ ଦ୍ବିତୀୟ କ୍ବାର୍ଟରରେ ଆଉ 3ଟି ଗୋଲ କରି 6-0 ଗୋଲରେ ଆଗୁଆ ରହିଥିଲା । ଚାଇନିଜ ତାଇପେ ଗୋଲ ପରିଶୋଧ କରିବାକୁ ଯେତେ ଚେଷ୍ଟା କରିଥିଲେ ବି ସଫଳ ହୋଇ ନଥିଲା । ଶେଷ 2ଟି କ୍ବାର୍ଟରରେ ଭାରତ ଆଉ 12ଟି ଗୋଲ କରି ଶେଷରେ ମ୍ୟାଚକୁ 18-0ରେ ଏକତରଫା କବଜା କରି ନେଇଥିଲା ।

ଏହା ବି ପଢନ୍ତୁ...IPL 2023: ଅବସରକୁ ନେଇ ବଡ଼ ସଂକେତ ଦେଲେ ଧୋନୀ

ଏହା ବି ପଢନ୍ତୁ...INDVSAUS Hockey Series: ତୃତୀୟ ମ୍ୟାଚ 1-1ରେ ବରାବର, 2-0ରେ ଅଷ୍ଟ୍ରେଲିଆର ସିରିଜ ସିଲ

ଭାରତ ପକ୍ଷରୁ ଅରାଇଜିତ 19,29, 30 ଓ 59ତମ ମିନିଟରେ 4ଟି ଗୋଲ କରିଥିଲେ । ଅମନଦୀପ 38,39 ଓ 41ତମ ମିନିଟରେ 3ଟି ଗୋଲ ସ୍କୋର କରିଥିଲେ । ଉତ୍ତମ, ବବି ଧାମି ଓ ଆଦିତ୍ୟ 2ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରଦାନନ୍ଦ, ଅଙ୍ଗଦ, ଅମିର, ପୋଭାନ୍ନା ଓ ରାୱତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଅମନଦୀପ ହ୍ୟାଟ୍ରିକ ଗୋଲ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସମସ୍ତ ଖେଳାଳୀ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଆଜି ଭାରତୀୟ ଦଳ ଦ୍ବିତୀୟ ମୁକାବିଲାରେ ଜାପାନକୁ ଭେଟିବେ । ଆସନ୍ତା 27 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ଓ 28 ତାରିଖରେ ଅନ୍ତିମ ପୁଲ ମ୍ୟାଚରେ ଥାଇଲାଣ୍ଡକୁ ଭେଟିବ ଭାରତୀୟ ଦଳ । ଜୁନ 1 ତାରିଖ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.