ETV Bharat / sports

FIH Hockey World Cup, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : Aug 22, 2022, 10:28 PM IST

Men's FIH Hockey World Cup, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ
Men's FIH Hockey World Cup, ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ହକି ବିଶ୍ବକପ ପାଇଁ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୦୨୩ ହକି ବିଶ୍ବକପରେ ( Men's FIH Hockey World Cup) ପ୍ରାୟୋଜକ ରହିଛି ଓଡିଶା (Odisha) । ଏନେଇ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଉଚ୍ଚସ୍ତରୀୟ ହକି ବିଶ୍ୱକପ ପ୍ରସ୍ତୁତି ବୈଠକ । 2018 ହକି ବିଶ୍ୱକପର ସଫଳତା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

ଓଡିଶାରେ ଅନୁଷ୍ଠିତ ହେବ ହକି ବିଶ୍ବକପ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । 2018 ତୁଳନାରେ 2023 ବିଶ୍ୱକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ୨୦୧୮ ସଂସ୍କରଣ ଅପେକ୍ଷା ଆହୁରି ଉନ୍ନତ ମାନର ବ୍ୟାପକ ଆୟୋଜନ ପାଇଁ ସିଏମଓ ସ୍ତରରେ ହକି ବିଶ୍ବକପ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏକାସାଙ୍ଗରେ ଏହି ଟୁର୍ଣ୍ଣାମେଣ୍ଟ 2ଟି ସହରରେ ଅନୁଷ୍ଠିତ ହେବ । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ୱକପ ହେବ ବୋଲି ଆମେ ପ୍ରୟାସ କରୁଛୁ । ଆମେ ଉତ୍ସାହର ସହ ବିଶ୍ୱର ଶ୍ରେଷ୍ଠ ଦଳଗୁଡିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛୁ । ଏହି ବିଶ୍ୱକପରେ ରାଜ୍ୟର କଳା, ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ବିଭିନ୍ନ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରୁଛନ୍ତି । ୨୦୧୮ ରେ ଏକ ଅଭୂତପୂର୍ବ ଘଟଣା କାର୍ଯ୍ୟକାରୀ କରିଛନ୍ତି ଯାହା ଆମ ଭାବମୂର୍ତ୍ତି ଉପରେ ବିଶ୍ୱର ପ୍ରଭାବ ପକାଇଛି ।

ବିଶ୍ୱକପକୁ ଏକ ଉଲ୍ଲେଖନୀୟ ହୋଷ୍ଟ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବା ସହିତ ରାଉରକେଲାର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କଳିଙ୍ଗ ଷ୍ଟାଡିୟମରେ ନୂତନ ଟର୍ଫ ପକାଯାଉଛି । ମ୍ୟାଚ ପାଇଁ ଷ୍ଟାଡିୟମ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ୫ଟି ସଚିବ ଭି. କେ ପାଣ୍ଡିଆନ କହିଛନ୍ତି । 2023 ଜାନୁଆରୀ 13ରୁ 29 ଯାଏଁ ହକି ବିଶ୍ବକପ ଓଡିଶାରେ ହକି ବିଶ୍ବକପ ଖେଳାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.