ETV Bharat / sports

ଦୂତିଙ୍କୁ ପ୍ରଶଂସା କଲେ ଲୋକସଭା ବାଚସ୍ପତି

author img

By

Published : Oct 6, 2020, 10:30 PM IST

ଦୂତିଙ୍କ ପାଖକୁ ଏକ ପତ୍ର ଲେଖି ତାଙ୍କ ଅର୍ଜୁନ ଆୱାର୍ଡ ପାଇଁ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓମ ବିର୍ଲା ।

ଦୂତିଙ୍କୁ ପ୍ରଶଂସା କଲେ ଲୋକସଭା ବାଚସ୍ପତି
ଦୂତିଙ୍କୁ ପ୍ରଶଂସା କଲେ ଲୋକସଭା ବାଚସ୍ପତି

ହାଇଦ୍ରବାଦ: ଦୌଡରାଣୀ ଦୂତି ଚାନ୍ଦଙ୍କୁ ପ୍ରଶଂସା କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଦୂତି ପାଇଥିବା ଅର୍ଜୁନ ପୁରସ୍କାର ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ବାଚସ୍ପତି । ତେବେ ଦୂତିଙ୍କ ପାଖକୁ ଏକ ପତ୍ର ଲେଖି ତାଙ୍କ ଅର୍ଜୁନ ଆୱାର୍ଡ ପାଇଁ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓମ ବିର୍ଲା ।

ତେବେ ଦୂତି ଉକ୍ତ ପତ୍ରକୁ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି । ଏଥି ସହିତ ସେ ମଧ୍ୟ ଓମ ବିର୍ଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଥାଉ କି, ଗତ ଅଗଷ୍ଟ 29 ତାରିଖ ଜାତୀୟ କ୍ରୀଡା ଦିବସରେ ଦୂତିଙ୍କୁ କ୍ରୀଡା କ୍ଷେତ୍ରରେ ଅନେକ ସଫଳାତ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.