ETV Bharat / sports

Australian Open 2023: କ୍ୟାରିୟରର ଶେଷ ଗ୍ରାଣ୍ଡ ସ୍ଲାମ ଖେଳିଲେ ସାନିଆ, ସୋଏବ କଲେ ଭାବବିହ୍ୱଳ ପୋଷ୍ଟ

author img

By

Published : Jan 28, 2023, 8:15 PM IST

ସାନିଆ ମିର୍ଜା-ସୋଏବ ମାଲିକ
ସାନିଆ ମିର୍ଜା-ସୋଏବ ମାଲିକ

ଅଷ୍ଟ୍ରେଲିଆ ଓପନ ୨୦୨୩ରେ ସାନିଆଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି । ଫାଇନାଲରେ ସାନିଆଙ୍କ ପରାଜୟ ପରେ ପତି ସୋଏବ ମାଲିକ ସାନିଆଙ୍କ ପାଇଁ ଟ୍ବିଟରରେ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ : କ୍ୟାରିୟରର ଶେଷ ଗ୍ରାଣ୍ଡ ସ୍ଲାମ ଖେଳିଲେ ଟେନିସ ସେନସେସନ୍ ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ୨୦୨୩ରେ ସାନିଆଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟର ଟାଇଟଲ ହାସଲ କରି ଟେନିସରୁ ବିଦାୟ ନେବା ନେଇ ଆଶା ରଖିଥିଲେ ସାନିଆ । ହେଲେ ଟୁର୍ଣ୍ଣାମେଣ୍ଟର ଫାଇନାଲ ରାଉଣ୍ଡରେ ସାନିଆ ପରାସ୍ତ ହେବା ପରେ ତାଙ୍କ ଆଶା ଆଶାରେ ରହିଯାଇଛି । ତେବେ ସାନିଆଙ୍କ ପରାଜୟ ପରେ ପତି ସୋଏବ ମାଲିକ ସାନିଆଙ୍କ ପାଇଁ ଟ୍ବିଟରରରେ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । ଯେଉଁଥିରେ ସାନିଆଙ୍କ ପାଇଁ ତାଙ୍କ ହୃଦୟରେ ଥିବା ଭାବନାକୁ ସେ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତ, "ତୁମେ କ୍ରୀଡା ସମସ୍ତ ମହିଳାଙ୍କ ପାଇଁ ଜଣେ ଆଶାର କିରଣ । ତୁମେ ତୁମ ଜୀବନରେ ଯାହା ଭି ହାସଲ କରିଛ ସେଥିପାଇଁ ମୁଁ ବହୁତ ଗର୍ବିତ । ତୁମେ କିଛି ଲୋକଙ୍କ ପାଇଁ ପ୍ରେରଣା । ସବୁବେଳେ ଏମିତି ଦୃଢ ବନିରୁହ । ଏଭଳି ଅବିଶ୍ବସନୀୟ କ୍ୟାରିୟର ପାଇଁ ଅନେକ ଅନେକ ଶୁଭେଚ୍ଛା ।"

ଗ୍ରାଣ୍ଡ ସ୍ଲାମ ଡବଲ୍ସରେ ସାନିଆ ମିର୍ଜା ୬ ଥର ଚମ୍ପିଆନ ରହିଛନ୍ତି । ସେଥିପାଇଁ ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଳାମ ଓପନ ୨୦୨୩ରେ ଫାଇନାଲ ରାଉଣ୍ଡରେ ପରାସ୍ତ ହେବା ଘଟଣା ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସାନିଆ ମିର୍ଜା ତିନୋଟି ମିକ୍ସ ଡବଲ୍ସ ଗ୍ରାଣ୍ଡ ସ୍ଲାମ ହାତେଇଥିବା ବେଳେ ତିନୋଟି ମହିଳା ଡବଲ୍ସ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି । ବର୍ଷ ୨୦୧୬ ରେ ସାନିଆ ମିର୍ଜା ଅଷ୍ଟ୍ରେଲିଆ ଗ୍ରାଣ୍ଡ ସ୍ଳାମ ଓପନ ଟାଇଟଲ ନିଜ ନାମରେ କରିଥିଲେ । ଅଷ୍ଟ୍ରେଲିଆ ଓପନ ୨୦୨୩ ଫାଇନାଲରେ ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସଙ୍କଠୁ 7(7)-6(2), 6-2 ସେଟରେ ପରାସ୍ତ ହୋଇଛନ୍ତି । ଫାଇନାଲରେ ଭାରତୀୟ ମିଶ୍ରିତ ଯୋଡ଼ି ସାନିଆ ମିର୍ଜା ଏବଂ ରୋହନ ବୋପନ୍ନା ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଯୋଡି ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ଯୋଡିକୁ ପରାସ୍ତ ହେବାକୁ ପଡିଛି । ଦ୍ବିତୀୟ ସେଟକୁ ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ 6-2ରେ ବାଜିମାତ କରିଥିଲେ ।

ଫାଇନାଲରେ ପରାଜୟରେ ଭାରତୀୟ ଯୋଡିଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଅଷ୍ଟ୍ରେଲିଆ ଓପନ୍‌ ପରେ ସାନିଆ ତାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା କହିଥିଲେ । ଶେଷ ଗ୍ରାଣ୍ଡସ୍ଲାମ ବିଦାୟୀ ଭାଷଣରେ ସାନିଆଙ୍କ ଆଖିରେ ଲୁହ ଆସି ଯାଇଥିଲା । ସାନିଆ ତାଙ୍କ ବିଦାୟୀ ଭାଷଣରରେ କହିଥିଲେ, "ରୋହନ ଦେଉଛନ୍ତି ତାଙ୍କର ପ୍ରଥମ ମିକ୍ସଡ ଡବଲ୍ସ ଯୋଡି । ମାତ୍ର 14 ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ । 22 ବର୍ଷ ତଳେ ମୁଁ କେବେ ଭାବି ନଥିଲେ ମୋତେ ଏପରି ସାଥୀ ଖେଳାଳି ମିଳିବେ । ସେ ଜଣେ ମୋର ଭଲ ବନ୍ଧୁ ଓ ସାଥୀ ଖେଳାଳି । ତାଙ୍କ ସହ ମୁଁ ମୋର କ୍ୟାରିଅରରେ ଶେଷ ଗ୍ରାଣ୍ଡସ୍ଲାମ ଖେଳି ଫାଇନାଲରେ ପ୍ରବେଶ କରିଥିଲି ।" ଏହି ସମୟରେ ସାନିଆ ତାଙ୍କ କୋହକୁ ଅଟକାଇ ପାରି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.