ETV Bharat / sports

FIH Pro League: ଅମିତଙ୍କ ନେତୃତ୍ବରେ ଭାରତର ଦ୍ବିତୀୟ ବିଜୟ, ୪-୩ ଗୋଲରେ ଜିତିଲା ମ୍ୟାଚ

author img

By

Published : Apr 4, 2022, 8:18 AM IST

Updated : Apr 4, 2022, 12:21 PM IST

ଅମିତଙ୍କ ନେତୃତ୍ବରେ ଭାରତର ଦ୍ବିତୀୟ ବିଜୟ
ଅମିତଙ୍କ ନେତୃତ୍ବରେ ଭାରତର ଦ୍ବିତୀୟ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା FIH ହକି ପ୍ରୋ ଲିଗରେ ଭାରତୀର ଚମତ୍କାର ପ୍ରର୍ଦଶନ ଜାରି ରହିଛି । ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଜିତି ଭାରତ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି । ରବିବାର ଖେଳାଯାଇଥିବା ମ୍ୟାଚରେ ଦଳ କୌଣସି ତ୍ରୁଟି ନ କରି ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ପ୍ରାଧାନ୍ୟ ବଜାୟ ରଖି ୪-୩ ଗୋଲରେ ବିଜୟ ହାସଲ କରି ନେଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା FIH ହକି ପ୍ରୋ ଲିଗରେ ଭାରତୀର ଚମତ୍କାର ପ୍ରର୍ଦଶନ ଜାରି ରହିଛି । ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଜିତି ଭାରତ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି । ରବିବାର ଖେଳାଯାଇଥିବା ମ୍ୟାଚରେ ଦଳ କୌଣସି ତ୍ରୁଟି ନ କରି ମ୍ୟାଚ ଆରମ୍ଭରୁ ଶେଷ ଯାଏଁ ପ୍ରାଧାନ୍ୟ ବଜାୟ ରଖି ୪-୩ ଗୋଲରେ ବିଜୟ ହାସଲ କରି ନେଇଛି । ମନପ୍ରୀତ ଗୋଟିଏ ଗୋଲ ସ୍କୋର କରିଛନ୍ତି । ହରମନପ୍ରୀତ ସିଂହଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ଅପରାଜେୟ ରହିଛି ।

ଅମିତଙ୍କ ନେତୃତ୍ବରେ ଭାରତର ଦ୍ବିତୀୟ ବିଜୟ

ପ୍ରଥମ କ୍ବାର୍ଟରରେ ଇଂଲଣ୍ଡ ଖାତା ଖୋଲି ପାରି ନଥିଲା । ସପ୍ତମ ମିନିଟରେ ସାମ ୱାର୍ଡଙ୍କ ଏକ ପାସକୁ ଲାଏମ ସାନଫୋର୍ଡ ଗୋଲରେ ପରିଣତ କରିଥିଲେ । ଭାରତୀୟ ଗୋଲକିପର କିଷନ ପାଠକ ସାନଫୋର୍ଡଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ଏହାପରେ ଇଂଲଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଅଧିନାୟକ ଅମିତ ରୋହିଦାସ ୱାର୍ଡଙ୍କ ସଟକୁ ଫଳପ୍ରଦ ହେବାକୁ ଦେଇନଥିଲେ । ଭାରତ ମ୍ୟାଚକୁ ଫେରିବା ପାଇଁ ଜବରଦସ୍ତ ପ୍ରୟାସ କରିଥିଲା । ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲା ଭାରତ । ହେଲେ ଗୋଲ ହୋଇ ନଥିଲା । ଶେଷରେ ମନପ୍ରୀତ ସିଂହ ଗୋଲ କରିଥିଲେ । ୧୫ ମିନିଟରେ ମନପ୍ରୀତ ବଲକୁ ଗୋଲ ପୋଷ୍ଟକୁ ପଠାଇ ଦେଇଥିଲେ । ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ୧-୧ରେ ସ୍ଥିତି ବରାବର ରହିଥିଲା ।

ଦ୍ବିତୀୟ କ୍ବାର୍ଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା । ୨୫ ମିନିଟରେ ହର୍ମନପ୍ରୀତ ସିଂହ ୨ଟି ଗୋଲ ସ୍କୋର କରିଥିଲେ । ଭାରତ ୩-୧ରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାର୍ଟରେ ଇଂଲଣ୍ଡ ଗୋଲ କରି ପାରି ନଥିଲା । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୧ର ଆଗୁଆ ଥିଲା । ଭାରତ ୬ଟି ପେନାଲ୍ଟି କର୍ଣ୍ଣର ସୃଷ୍ଟି କରିଥିଲା । ତୃତୀୟ କ୍ବାର୍ଟରେ ଇଂଲଣ୍ଡ ମ୍ୟାଚକୁ ଫେରିବାକୁ ଚେଷ୍ଟା କରିଥିଲା । ୩୯ ମିନିଟରେ ସାମ ୱାର୍ଡଙ୍କ ସଟକୁ ଡେଭିଡ ଗୋଲରେ ପରିଣତ କରିଥିଲେ । ଏହାର ୪ ମିନିଟ ମଧ୍ୟରେ ଭାରତ ଆଉ ଏକ ଗୋଲ କରିଥିଲା । ଭାରତ ୪-୨ ଗୋଲରେ ଆଗୁଆ ଥିଲା । ଚତୁର୍ଥ କ୍ବାର୍ଟରରେ ୪୪ ମିନିଟରେ ଇଂଲଣ୍ଡ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା । ସାମ ୱାର୍ଡଙ୍କ ଗୋଲକୁ ଭାରତୀୟ ଗୋଲ କିପର ଅଟକାଇ ପାରିନଥିଲେ ।

ପରବର୍ତ୍ତୀ ସମୟରେ ଇଂଲଣ୍ଡ ଘନ ଘନ ପ୍ରୟାସ କରିଥିଲେ ମଧ୍ୟ ଭାରତୀୟ ଖେଳାଳି ସଫଳ ମୁକାବିଲା କରି ସମସ୍ତ ପ୍ରାୟସକୁ ବିଫଳ କରିଥିଲେ । ଆଉ ଗୋଲ ସମ୍ଭବ ହୋଇ ନଥିଲା । ଭାରତ ୪-୩ରେ ବିଜୟୀ ହୋଇଥିଲା । ହ୍ୟାଟ୍ରିକ ଗୋଲ କରିଥିବା ହର୍ମନପ୍ରୀତ ସିଂହ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହା ସହ ପ୍ରୋଲିଗ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି ଭାରତ । ଭାରତ ୧୦ଟି ମ୍ୟାଚ ଖେଳି ୬ଟିରେ ବିଜୟ ହୋଇଛି । ପଛକୁ ଜର୍ମାନୀ ଓ ତୃତୀୟରେ ନେଦରଲ୍ୟାଣ୍ଡ ରହିଛି । ଇଂଲଣ୍ଡ ପ୍ରଥମ ମ୍ୟାଚରେ ସୁଟଆଉଟରେ ଭାରତ ନିକଟରୁ ପରାସ୍ତ ହୋଇଥିଲା । ଆସନ୍ତା ୧୪ ଓ ୧୫ରେ ଜର୍ମାନୀ ଓ ଭାରତ ମଧ୍ୟରେ ମୁକାବିଲା ହେବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Apr 4, 2022, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.