ETV Bharat / sports

ଆଗମୀ ସମୟରେ ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ : ଦିଲୀପ ତିର୍କୀ

author img

By

Published : Nov 16, 2022, 7:24 PM IST

ଆଗମୀ ସମୟରେ ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ : ଦିଲୀପ ତିର୍କୀ
ଆଗମୀ ସମୟରେ ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ : ଦିଲୀପ ତିର୍କୀ

ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ । ଏବେ ହକି ଇଣ୍ଡିଆରେ ଓଡିଆ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବା ନେଇ କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ଅଧିକ ପଢନ୍ତୁ

କଟକ: ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ । ଏଣିକି ହକି ଇଣ୍ଡିଆରେ ଏବେ ଆଧିପତ୍ୟ ବିସ୍ତାର କରିବେ ଓଡିଆ ଖେଳାଳି । ପୂର୍ବରୁ ହାତ ଗଣତି ଖେଳାଳି ଜାତୀୟ ଦଳରେ ସ୍ଥାନ ପାଉଥିଲେ । ଏବେ ହକି ଇଣ୍ଡିଆରେ ଓଡିଆ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବା ନେଇ କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ।

ଆଗମୀ ସମୟରେ ହକି ଜାତୀୟ ଟିମରେ ନଜର ଆସିବେ ଅନେକ ଓଡ଼ିଆ : ଦିଲୀପ ତିର୍କୀ

ରାଜ୍ୟରେ ହକିର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ନେଇଛନ୍ତି ଅନେକ ଯୁଗାନ୍ତକାରୀ ପଦକ୍ଷେପ । ଏହାରି ଭିତରେ ରାଜ୍ୟର ସମସ୍ତ ଜିଲାରେ ତୃଣମୂଳ ସ୍ତରରୁ ଖେଳାଳି ଚୟନ ପାଇଁ ଅନେକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି । ଏହା ଛଡ଼ା ସୁନ୍ଦରଗଡର ସମସ୍ତ ବ୍ଲକମାନଙ୍କରେ ହକି ଟ୍ରଫ ଗ୍ରାଉଣ୍ଡ ନିର୍ମାଣ ହେଉଛି । ଏହି ଗ୍ରାଉଣ୍ଡରେ ଅନେକ ହକି ପ୍ରତିଭା ସେମାନଙ୍କର ପ୍ରଦର୍ଶନ କରିବେ । ସେମାନଙ୍କ ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବାର ସୁଯୋଗ ରହିବ । ଓଡିଶାରେ ହକିକୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ କରିବା ପାଇଁ ସମସ୍ତ ପ୍ରକାର ପ୍ରତ୍ସାହନ ଯୋଗାଇ ଦିଆଯିବ । ଯାହା ଫଳରେ ଜାତୀୟ ସ୍ତରରେ ଓଡିଆ ହକି ଖେଳାଳିମାନଙ୍କୁ ପ୍ରତିନିଧିତ୍ବ କରିବାର ସୁଯୋଗ ପ୍ରାପ୍ତ ହେବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.