ETV Bharat / sports

Womens Junior Asia Cup: ଭାରତ-କୋରିଆ ମ୍ୟାଚ ଡ୍ର

author img

By

Published : Jun 7, 2023, 8:06 AM IST

Womens Junior Asia Cup
ମହିଳା ହକି ଜୁନିୟର ଏସିଆ କପ

ମହିଳା ହକି ଜୁନିୟର ଏସିଆ କପରେ ଭାରତ କୋରିଆ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିଥିଲା । ଏହି ମ୍ୟାଚ ଡ୍ର ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାପାନାରେ ଚାଲିଥିବା ହକି ମହିଳା ଜୁନିୟର ଏସିଆ କପରେ ଭାରତ ତାର ତୃତୀୟ ମୁକାବିଲାରେ କୋରିଆକୁ ଭେଟିଥିଲା । ଏହି ମ୍ୟାଚ ଡ୍ର ହୋଇଛି । 2-2 ଗୋଲରେ ମ୍ୟାଚ ଅମୀମାଂସିତ ରହିଥିଲା । ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ ।

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା । କୋରିଆ ପ୍ରଥମରୁ ଆଟାକିଂ ମୁଡରେ ଖେଳିଥିଲା । ପ୍ରଥମେ ପ୍ରଭାବ ବିସ୍ତାର କରି ଖେଳିବା ସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା 2ଟି ଗୋଲ ସ୍କୋର କରି ଆଗୁଆ ରହିଥିଲା । 15 ମିନିଟରେ ୟୁଜିନି ଲି ଓ 30 ମିନିଟରେ ଜିୟୋନ ଚୋଇ ଗୋଲ ଦେଇଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ଜୋରଦାର ପ୍ରୟାସ କରିଥିଲା । କାଉଣ୍ଟର ଆଟାକ ମଧ୍ୟ କରିଥିଲା । ଶେଷରେ ଦ୍ବିତୀୟ ଭାଗରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା ।

ଦ୍ବିତୀୟ ଭାଗରେ ଭାରତ 2ଟି ଗୋଲ କରିଥିଲା । 43 ମିନିଟରେ ଦୀପିକା ସୋରେନ ଓ 54 ମିନିଟରେ ଦୀପିକା ଏହି ଦୁଇଟି ଗୋଲ ଦେଇ ଦଳକୁ ପରାସ୍ତ ହେବାରୁ ରକ୍ଷା କରିଥିଲେ । ରୁତାଜା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପୁଲ-ଏରେ ଭାରତ ଏଯାଏଁ ଅପରାଜେୟ ରହିଛି । ଭାରତ ତାର ଅନ୍ତିମ ପୁଲ ମ୍ୟାଚରେ ଆସନ୍ତାକାଲି (ଗୁରୁବାର) ଚାଇନିଜ ତାଇପେଇକୁ ଭେଟିବ । ମୋଟ 3ଟି ମ୍ୟାଚ ଖେଳି 2ଟି ବିଜୟ ଓ ଗୋଟିଏ ଡ୍ର ସହ 7 ପଏଣ୍ଟ ପାଇଁ ଶୀର୍ଷ ସ୍ଥାନରେ ରହିଛି ଭାରତ । ଦକ୍ଷିଣ କୋରିଆ ସମାନ 7 ପଏଣ୍ଟ ପାଇଥିଲେ ସୁଦ୍ଧା ଗୋଲ ବ୍ୟବଧାନରେ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Womens Junior Asia Cup: ଭାରତର ବିଜୟଧାରା ଜାରି, 2-1 ହାରିଲା ମାଲେସିଆ

ଏହା ବି ପଢନ୍ତୁ...WTC Final: ପ୍ରଥମେ ବ୍ୟାଟିଂ ନା ବୋଲିଂ ଦେବ ଫାଇଦା ? ଜାଣନ୍ତୁ 'ଦ ଓଭାଲ' ପିଚ୍‌ ରିପୋର୍ଟ

ପ୍ରକାଶଥାଉ କି, ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ । ଏହି ବିଜୟ ସହ ଭାରତ ପୁଲ-ଏ'ରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟିଥିଲା ଭାରତ । ଏଥିରେ 2-1ରେ ମ୍ୟାଚ କବଜାକୁ ନେଇଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.