ETV Bharat / sports

WTC Final: ପ୍ରଥମେ ବ୍ୟାଟିଂ ନା ବୋଲିଂ ଦେବ ଫାଇଦା ? ଜାଣନ୍ତୁ 'ଦ ଓଭାଲ' ପିଚ୍‌ ରିପୋର୍ଟ

author img

By

Published : Jun 6, 2023, 9:45 PM IST

ଆସନ୍ତାକାଲି ଆରମ୍ଭ ହେବ ବହୁ ପ୍ରତିକ୍ଷିତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ । ଯାହା ଉପରେ ରହିଛି ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର । ତେବେ ଜାଣନ୍ତୁ କଣ ରହିଛି 'ଦ ଓଭାଲ'ର ପିଚ୍‌ ରିପୋର୍ଟ । ଅଧିକ ପଢ଼ନ୍ତୁ

The Oval Pitch Report
'ଦ ଓଭାଲ' ପିଚ୍‌ ରିପୋର୍ଟ

ଲଣ୍ଡନ: ରାତି ପାହିଲେ ଆରମ୍ଭ ହେବ ମହାମୁକାବିଲା । ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟ୍ରଫି ହାତେଇବା ପାଇଁ ଇଂଲଣ୍ଡର 'ଦ ଓଭାଲ'ରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଭାରତୀୟ ସମୟ ଅନୁସାରେ ଏହି ହାଇପ୍ରୋଫାଇଲ ଫାଇନାଲ ମ୍ୟାଚ୍‌ ଆସନ୍ତାକାଲି ଅପରାହ୍ନ ୩ଟାରୁ ଆରମ୍ଭ ହେବ । ତେବେ ଏହି ବଡ଼ ମୁକାବିଲା ପୂର୍ବରୁ ପିଚ୍‌ର କିଛି ଚିତ୍ର ସାମ୍ନାକୁ ଆସିଛି । ଏଥିରୁ ପିଚ୍‌ର ସ୍ଥିତି କିପରି ରହିବ, ତାହା ସହଜରେ ଅନୁମାନ କରିହେବ । ତେବେ ଜାଣନ୍ତୁ WTC ଫାଇନାଲ ପାଇଁ କିପରି ରହିବ ଦ ଓଭାଲ ପିଚ୍‌, ଏବଂ ଟସ ଜିତି ପ୍ରଥମେ ବ୍ୟାଟିଂ ନା ବୋଲିଂ କରିବା ହେବ ଫାଇଦା ।

ସବୁଜ ପିଚ୍‌ରେ ହେବ ମୁକାବିଲା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା WTC ଫାଇନାଲ ମୁକାବିଲା ସମ୍ପୂର୍ଣ୍ଣ ସବୁଜ ପିଚ୍‌ରେ ହେବ । ଏବେ ଏବେ ପିଚ୍‌ର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ସମ୍ପୂର୍ଣ୍ଣ ପିଚ୍‌ରେ ସବୁଜ ଘାସ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ମହାମୁକାବିଲାରେ ଇଂରାଜୀ କମେଣ୍ଟେଟର୍‌ ଭୂମିକାରେ ଆସୁଥିବା ଦିନେଶ କାର୍ତ୍ତିକ ନିଜ ଟ୍ବିଟର ହ୍ୟାଣ୍ଡେଲରେ ପିଚ୍‌ର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପିଚ୍‌ ସମ୍ପୂର୍ଣ୍ଣ ଭାବରେ ସବୁଜ ଘାସରେ ପରିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଛି ।

ଦ୍ରୁତ ବୋଲରଙ୍କୁ ସୁହାଇବ 'ଦ ଓଭାଲ' ପିଚ୍‌: WTC ଫାଇନାଲ ଖେଳାଯିବାକୁ ଥିବା ଦ ଓଭାଲ ପିଚ୍‌ରେ ସବୁଜ ଘାସ ରଖାଯାଇଛି । ଫଳରେ ଏହି ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ । ଅଧିକାଂଶ ବଲ ବାଉନ୍ସ ହେବ ଏବଂ ଭଲ ସୁଇଙ୍ଗ୍ ମଧ୍ୟ ଦେଖିବାକୁ ମିଳିବ । ତେବେ କିଛି ପୂର୍ବତନ କ୍ରିକେଟରଙ୍କ କହିବା ମୁତାବକ ଏଭଳି ପିଚ୍‌ରେ ବଲ ସରଳ ଭାବେ ବ୍ୟାଟକୁ ଆସିବ ଏବଂ ଭଲ ରନ ମଧ୍ୟ ସ୍କୋର ହେବ । ହେଲେ ଉଭୟ ଦଳର ଦ୍ରୁତ ବୋଲରଙ୍କୁ ଯେ ଏହି ପିଚ୍‌ ସୁହାଇବ, ଏହା ନିଶ୍ଚିତ ।

  • The pitch is ready for the #WTCFinal!🏏

    A little browner as the grass is 6mm today compared to 9mm yesterday.

    What would you choose if you win the toss? pic.twitter.com/IKvWNlLHm2

    — DK (@DineshKarthik) June 6, 2023 " class="align-text-top noRightClick twitterSection" data=" ">

ପ୍ରଥମେ ବ୍ୟାଟିଂ ନା ବୋଲିଂ ଦେବ ଫାଇଦା: ଏଠାରେ ପ୍ରକାଶ ଯୋଗ୍ୟ, ଇଂଲଣ୍ଡର 'ଦ ଓଭାଲ' ପିଚ୍‌ରେ ପ୍ରଥମ ପାଳିର ହାରାହାରି ସ୍କୋର ୩୪୩ ରନ ରହିଛି । ଯାହାକି ଦ୍ବିତୀୟ ପାଳିରେ ହାରାହାରି ସ୍କୋର ୩୦୪ ରନ ହୋଇଥାଏ । ସେହିଭଳି ତୃତୀୟ ପାଳିରେ ହାରାହାରି ସ୍କୋର ୨୩୮ ଓ ଚତୁର୍ଥ ପାଳିରେ ୧୫୬ ରନ୍‌ ସ୍କୋର ହୋଇଥାଏ । ଏହି ପୂର୍ବ ସଂଖ୍ୟାକୁ ଦେଖିଲେ ରୋହିତ ଶର୍ମା କିମ୍ବା ପାଟ୍‌ କମିନ୍ସଙ୍କ ମଧ୍ୟରୁ ଯିଏ ବି ଟସ ଜିତିବେ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ଦଳକୁ ଫାଇଦା ମିଳିବ ବୋଲି ଜଣା ପଡ଼ୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.