ETV Bharat / sports

Hockey Pro League: ଭାରତୀୟ ଦଳ ଘୋଷଣା, ନୀଲମ ଏକମାତ୍ର ଓଡ଼ିଆ ଖେଳାଳି

author img

By

Published : Feb 28, 2023, 11:26 AM IST

Hockey Pro League
ଏଫଆଇଏଚ ପ୍ରୋ ଲିଗ ପାଇଁ ଭାରତୀୟ ଦଳ

ଆସନ୍ତା ମାସରୁ ରାଉରକେଲାରେ ହକି ପ୍ରୋ ଲିଗ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ହକି ଇଣ୍ଡିଆ 20 ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଅଧିକ ପଛନ୍ତୁ

ଭୁବନେଶ୍ବର: ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତା ମାସରୁ ହକି ପ୍ରୋ ଲିଗ ମ୍ୟାଚ ଅନୁଷ୍ଠିତ ହେବ । ଏନେଇ ହକି ଇଣ୍ଡିଆ 20 ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ହର୍ମପ୍ରୀତ ସିଂଙ୍କୁ ଦଳ ନେତୃତ୍ବ ମିଳିଥିବା ବେଳେ ନୀଲମ ସଞ୍ଜୀପ ଖେସ ଏକମାତ୍ର ଓଡିଆ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି । ମିଡ ଫିଲ୍ଡର ହାର୍ଦ୍ଦିକ ସିଂହଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଏହାସହ ଦଳରେ କିଛି ନୂଆ ଚେହେରା ସାମିଲ ହୋଇଛନ୍ତି ।

ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷରେ ହକି ପ୍ରୋ ଲିଗ ମ୍ୟାଚ ଖେଳିବ ଭାରତ । ଆସନ୍ତା ମାର୍ଚ୍ଚ 10 ତାରିଖରେ ଦଳ ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ । 12 ତାରିଖରେ ଅଷ୍ଟ୍ରେଲିଆ, 13 ତାରିଖରେ ଜର୍ମାନୀ ଏବଂ 15 ତାରିଖରେ ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ପୁରୁଷ ହକି ବିଶ୍ବକପରେ ଭାରତର ନୈରଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିଶ୍ବକପରେ କରିଥିବା ତ୍ରୁଟିକୁ ସୁଧାରି ପ୍ରୋ ଲିଗରେ ଦମଦାର ପ୍ରଦର୍ଶନ କରିବାକୁ ହେବ । ଦଳ ଏନେଇ ଏକ ସନ୍ତୁଳିତ ଦଳ ପ୍ରସ୍ତୁତ କରିଛି । ଜାତୀୟ ଚୟନକର୍ତ୍ତା ଏହି ମୁକାବିଲା ପାଇଁ ଅଭିଜ୍ଞ ଓ ଯୁବ ଖେଳାଳଙ୍କୁ ନେଇ ଏକ ମିଶ୍ର ଦଳ ଗଠନ କରିଛନ୍ତି । ଓଡିଆ ଖେଳାଳି ଅମିତ ରୋହିତଦାସ ଦଳରୁ ବାଦ ପଡିଛନ୍ତି । ଘୋଷିତ ଭାରତୀୟ ଦଳ ମାର୍ଚ୍ଚ 6 ତାରିଖରୁ ବେଙ୍ଗାଲୁରୁରେ ରହି ଅଭ୍ୟାସ କରିବ । ଏହାପରେ ଦଳ ରାଉରକେଲା ଆସିବ ।

ବିଶ୍ବକପରେ ନୈରଶ୍ୟଜନକ ପ୍ରଦର୍ଶନ ଭାରତୀୟ ହକି ମୁଖ୍ୟ ଗ୍ରାହମ ରିଡ କୋଚ ଇସ୍ତଫା ଦେଇଥିଲେ । ଦଳର ନୂଆ କୋଚ ନିଯୁକ୍ତ ହୋଇନାହାନ୍ତି । ଏଭଳି ସ୍ଥଳେ ହକି ପ୍ରୋ ଲିଗ ମ୍ୟାଚ ପାଇଁ ହକି ଇଣ୍ଡିଆ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ କୋଚ ନିଯୁକ୍ତ କରାଯାଇଛି । ଡେଭିଡ ଜନ ଓ ବିଜେ କାରିୟପ୍ପା କାମଚଳା କୋଚ ଭାବେ ନିଯୁକ୍ତ ହୋଇଛନ୍ତି ।

ଏହା ବି ପଢନ୍ତୁ....ମିତାଲୀ ପାରୁଲକରଙ୍କୁ ସାତଜନ୍ମର ସାଥୀ କଲେ ଶାର୍ଦ୍ଦୁଳ ଠାକୁର

ଭାରତୀୟ ସ୍କ୍ବାର୍ଡ: ପିଆର ଶ୍ରୀଜେଶ ଓ ପୱନ ( ଗୋଲକିପର), ହର୍ମନପ୍ରୀତ ସିଂ (ଅଧିନାୟକ), ନୀଲମ ସଞ୍ଜୀପ ଖେସ, ଜୁଗରାଜ ସିଂ, ଜରମନପ୍ରୀତ ସିଂ, ସୁମିତ, ମନଞ୍ଜୀତ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ (ଉପଅଧିନାୟକ), ବିବେକ ସାଗର ପ୍ରସାଦ, ଏମ ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ଦୀଲପ୍ରୀତ ସିଂ, ସମଶେର ସିଂ, ରାଜ କୁମାର ପାଲ, ଏକ କୀର୍ତ୍ତୀ, ସୁଖଜିତ ସିଂ, ଅଭିଷେକ, ଗୁରଜାନ୍ତ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.