ETV Bharat / sports

FIH Pro League: ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ

author img

By

Published : Apr 12, 2022, 3:22 PM IST

Germany Men's team arrives in Bhubaneswar, for the FIH Hockey Pro League 2021-2022 game against India
FIH Pro League: ଭୁବନେଶ୍ବରରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ

ଭାରତ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଓଡିଶାରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ(Germany Men's team) । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବରରେ ଭାରତ ଓ ଜର୍ମାନୀ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭାରତ ବିପକ୍ଷ FIH ପ୍ରୋ ଲିଗ ମ୍ୟାଚ୍‌ ପାଇଁ ଓଡିଶାରେ ପହଞ୍ଚିଲା ଜର୍ମାନୀ ପୁରୁଷ ହକି ଟିମ (Germany Men's team) । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବରରେ ଭାରତ ଓ ଜର୍ମାନୀ ମଧ୍ୟରେ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ । ଏପ୍ରିଲ ୧୪ ଓ ୧୫ ତାରିଖରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ଜର୍ମାନୀ ବିପକ୍ଷରେ ପୂର୍ବରୁ ୨୨ଜଣିଆ ଭାରତୀୟ ପୁରୁଷ ହକି ଟିମ ଘୋଷଣା କରିସାରିଛି ହକି ଇଣ୍ଡିଆ । ଓଡିଆ ପୁଅ ତଥା ଭାରତୀୟ ହକି ଟିମର ସିନିୟର ଡିଫେଣ୍ଡର ଅମିତ ରୋହିଦାସଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ଭାରତୀୟ ଟିମ FIH ହକି ପ୍ରୋ ଲିଗରେ ଏହି ସିଜିନରେ(FIH Pro League 2021-22) ଏଯାବତ ୧୦ଟି ମ୍ୟାଚ୍‌ ଖେଳିସାରିଛି । ୨୧ ପଏଣ୍ଟ ସହ ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଅନ୍ୟପଟେ ଜର୍ମାନୀ ୮ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।

ଜର୍ମାନୀ ବିପକ୍ଷରେ ଭାରତୀୟ ଟିମ:

ଗୋଲ୍‌କିପର: ପିଆର ଶ୍ରୀଜେଶ, କ୍ରୀଷନ ବାହାଦୂର ପାଠକ ।

ଡିଫେଣ୍ଡର: ବରୁଣ କୁମାର, ଅମିତ ରୋହିଦାସ, ସୁରେନ୍ଦ୍ର କୁମାର, ଯୁଗରାଜ ସିଂ, ହରମନପ୍ରିତ ସିଂ, ଜରମନପ୍ରୀତ ସିଂ ଓ ଗୁରିନ୍ଦର ସିଂ ।

ମିଡଫିଲ୍ଡର: ନୀଳକଣ୍ଠ ଶର୍ମା, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ସମଶେର ସିଂ, ହାର୍ଦ୍ଦିକ ସିଂ ଓ ମୌରାଙ୍ଗଥେମ ରବିଚନ୍ଦ୍ର ସିଂ ।

ଫରୱାର୍ଡ: ସୁଖଜୀତ ସିଂ, ଅଭିଶେକ, ମନଦୀପ ସିଂ, ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂ, ଲଳିତ କୁମାର ଉପାଧ୍ୟାୟ ଓ ଆକାଶଦୀପ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.