ETV Bharat / sports

FIH Pro League: ଟିମକୁ ଫେରିଲେ ରାନୀ, ଅଧିନାୟିକା ରହିବେ ସବିତା

author img

By

Published : Apr 5, 2022, 4:57 PM IST

FIH Pro League
FIH Pro League: ଟିମକୁ ଫେରିଲେ ରାନୀ, ଅଧିନାୟିକା ରହିବେ ସବିତା

ଷ୍ଟ୍ରାଇକର ରାନୀ ରାମପାଲ୍‌ ନେଦରଲାଣ୍ଡ ବିପକ୍ଷ ଆଗାମୀ FIH ପ୍ରୋ ଲିଗ ମୁକାବିଲା ପାଇଁ ଗୋଲକିପର ସବିତା ପୁନିଆଙ୍କ ନେତୃତ୍ବାଧୀନ ୨୨ ସଦସ୍ୟ ବିଶିଷ୍ଟ ଟିମକୁ ଫେରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: କଳିଙ୍ଗ ହକି ଷ୍ଟାଡିୟମରେ ମହିଳା ହକି ମାନ୍ୟତାର ନମ୍ବର ୧ ଟିମ ନେଦରଲାଣ୍ତ ବିପକ୍ଷରେ ଖେଳାଯିବାକୁ ଥିବା FIH ପ୍ରୋ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ ପାଇଁ ଖୁସି ଖବର । ଆହତ ପରେ ସୁସ୍ଥ ହୋଇଥିବା ଅଭିଜ୍ଞ ଷ୍ଟ୍ରାଇକର ରାନୀ ରାମପାଲ୍‌ ଟିମକୁ ଫେରିଛନ୍ତି । ଗତବର୍ଷ ଟୋକିଓ ଅଲମ୍ପିକ୍‌ ପରେ ରାନୀ ପ୍ରଥମ ଥର ପାଇଁ ମୈଦାନକୁ ଫେରିଛନ୍ତି । ରାନୀଙ୍କ ନେତୃତ୍ବରେ ଭାରତୀୟ ଟିମ ଅଲମ୍ପିକରେ ଐତିହାସିକ ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନରେ ରହିଥିଲା । ତେବେ ରାନୀ ଟିମକୁ ଫେରିଥିଲେ ମଧ୍ୟ ଭେଟେରାନ ଗୋଲ୍‌କିପର ସବିତା ପୁନିଆ ଟିମର ନେତୃତ୍ବ ନେବେ । ସେହିପରି ଦୀପଗ୍ରେସ ଏକ୍କା ଉପଅଧିନାୟକ ଦାୟିତ୍ବ ତୁଲାଇବେ । ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଘୋଷିତ ୨୨ ସଦସ୍ୟ ବିଶିଷ୍ଟ ଖେଳାଳି ତାଲିକାରେ ଡିଫେଣ୍ଡର ମହିମା ଚୌଧୁରୀ ଓ ଫରୱାର୍ଡ ଐଶର୍ଯ୍ୟା ରାଜେଶ ଚୌହାନଙ୍କୁ ନୂଆ ମୁହଁ ଭାବେ ସାମିଲ କରାଯାଇଛି ।

ଡବଲହେଡର ମୁକାବିଲା ପାଇଁ ଭାରତୀୟ ଟିମରେ ଦ୍ବିତୀୟ ଗୋଲ୍‌କିପର ଭାବେ ରଜନୀ ଏତିମାରପୁ ରହିଛନ୍ତି । ସେହିପରି ଗ୍ରେସ ଏକ୍କାଙ୍କୁ ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ରଶ୍ମିତା ମିଞ୍ଜ ଓ ସୁନମ ଦେବୀଙ୍କୁ ଦ୍ବାରା ଡିଫେଣ୍ଡର୍ସରେ ସହାୟତା ମିଳିବ । ଭାରତୀୟ ମହିଳା ଟିମ ବର୍ତ୍ତମାନ ପ୍ରୋ ଲିଗ ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ୬ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛି ଓ ସୁଟଆଉଟ୍‌ରେ ଜିତିବା ଯୋଗୁଁ ଗୋଟିଏ ବୋନସ ପଏଣ୍ଟ ହାସଲ କରିଛି । ଅନ୍ୟପଟେ ନେଦରଲାଣ୍ଡ ଖେଳିଥିବା ୬ ମ୍ୟାଚ୍‌ରେ ୫ଟିରେ ବିଜୟୀ ହୋଇଛି ଓ ସୁଟ୍‌ଆଉଟ୍‌ରେ ଜିତିଥିବା ଯୋଗୁଁ ଏକ ଅତିରିକ୍ତ ବୋନସ ପଏଣ୍ଟ ହାସଲ କରିଛି ।

  • Savita, as Captain, will lead the team in the FIH Hockey Pro League 2021/2022 match against the Netherlands on the 8th and 9th of April at Kalinga Stadium in Bhubaneswar!

    Get to know the team right away!https://t.co/qAqJthNxBN

    — Hockey India (@TheHockeyIndia) April 5, 2022 " class="align-text-top noRightClick twitterSection" data=" ">

ଭାରତୀୟ ଟିମ:

  • ଗୋଲ୍‌କିପର: ସବିତା ପୁନିଆ(କ୍ୟାପଟେନ), ରଜନୀ ଏତିମାରପୁ ।
  • ଡିଫେଣ୍ଡର୍ସ: ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ରଶ୍ମିତା ମିଞ୍ଜ ଓ ସୁନମ ଦେବୀ ଥୌଡମ ।
  • ମିଡଫିଲ୍ଡର: ନିଶା, ସୁଶୀଳା ଚାନୁ ପୁଖ୍ରମ୍ବମ, ଜ୍ୟୋତ, ନବଜୋତ କୌର, ମୋନିକା, ନମିତା ଟପ୍ପୋ, ସୋନିକା, ନେହା ଓ ମହିମା ଚୌଧୁରୀ ।
  • ଫରୱାର୍ଡ: ଐଶର୍ଯ୍ୟା ରାଜେଶ ଚୌହାନ, ନବନୀତ କୌର, ରଜବିନ୍ଦର କୌର, ରାନୀ, ମାରିୟାନା କୁଜୁର ।
  • ଅତିରିକ୍ତ ଖେଳାଳି: ଉପାସନା ସିଂହ, ପ୍ରିତି ଦୁବେ ଓ ବନ୍ଦନା କାଟାରିୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.