ETV Bharat / sports

ଓଡିଶା ହକି ଦଳର ନୂଆ କୋଚ ହେଲେ ଏଡଗର ମାସ୍କରେନହାସ

author img

By

Published : Mar 11, 2022, 8:35 AM IST

Mascarenhas
Mascarenhas

ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲେ ନୂଆ ପ୍ରଶିକ୍ଷକ । ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ ନୂଆ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶା ଉଭୟ ମହିଳା ଓ ପୁରୁଷ ହକି ଦଳକୁ ମିଳିଲେ ନୂଆ ପ୍ରଶିକ୍ଷକ । ଓଡିଶା ହକି ଦଳର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଏଫଆଇଏଚ ଲେଭଲ-୨ ମାନପତ୍ର ଧାରୀ ଏଡଗର ମାସ୍କରେନହାସ ନୂଆ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି । ହକି ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ଆଗାମୀ ଜାତୀୟ ପ୍ରକିଯୋଗିତା ପୂର୍ବରୁ ମୁ୍ମ୍ବାଇର ମାସ୍କରେନହାସଙ୍କୁ ଏହି ନିଯୁକ୍ତି ମିଳିଛି ।

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଜଣେ ଗୋଲକିପର ଭାବେ ଏୟାର ଇଣ୍ଡିଆ, ମହାରାଷ୍ଟ୍ର ଓ ଭାରତୀୟ ଦଳ ପକ୍ଷରୁ ଖେଳିବାର ଅଭିଜ୍ଞତା ରଖିଛନ୍ତି ମାସ୍କରେନହାସ । ୧୯୯୫ ସାଫ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ସେହିପରି ୧୯୯୬ ଅଲିମ୍ପିକ୍ସ କ୍ବାଲିଫାୟର ଏବଂ ଇନ୍ଦିରା ଗାନ୍ଧୀ ଗୋଲ୍ଡ କପରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ ।

୨୦୧୯ରେ ଏଫଆଇଏଚର ଲେଭଲ-୨ କୋଚ ପ୍ରମାଣପତ୍ର ପାଇଥିଲେ ମାସ୍କରେନହାସ । ୨୦୧୭, ୨୦୧୯ ଓ ୨୦୨୧ ଜାତୀୟ ପ୍ରତିଯୋଗୀତା ପାଇଁ ସେ ମହାରାଷ୍ଟ୍ର ସିନିୟର ଦଳର କୋଚ ଥିଲେ । ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ୨ ଥର କ୍ବାର୍ଟର ଫାଇନାଲ ଏବଂ ଥରେ ସେମିଫାଇନାଲ ଖେଳିଛି ।

ଓଡିଶାରେ ହକି ଏକ ଅନ୍ୟତମ ପ୍ରମୁଖ କ୍ରୀଡା । ଏହାର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ । ତେବେ ଡଗର ମାସ୍କରେନହାସଙ୍କ ପ୍ରଶିକ୍ଷଣରେ ଓଡିଶା ହକି ଭିନ୍ନ ଏକ ସୋପାନକୁ ଯାଇ ପାରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.