ETV Bharat / sports

ଡେଭିଡ ଜନ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ

author img

By

Published : May 13, 2022, 4:47 PM IST

Updated : May 13, 2022, 5:00 PM IST

ଡେଭିଡ ଜନ ଜନ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ
ଡେଭିଡ ଜନ ଜନ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ

ଓଡିଶା ହଟି ଟିମ୍ ନିର୍ଦ୍ଦେଶକ ଭାବେ ଅଷ୍ଟ୍ରେଲୀୟ ହକି କ୍ରୀଡାବିତ ଡେଭିଡ ଜନଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ହକି ଇଣ୍ଡିଆର ହାଇ ପରଫମାନ୍ସ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଦୁଇ ବର୍ଷ ପରେ ଭାରତକୁ ଫେରିଲେ ଡେଭିଡ ଜନ୍ । ଅଷ୍ଟ୍ରେଲୀୟ ହକି କ୍ରୀଡାବିତ ଡେଭିଡ ଜନ ଓଡିଶା ହକି ଟିମର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ସେ ସବ୍-ଜୁନିୟର ରାଜ୍ୟ ପୁରୁଷ ଟିମ ସହ ଗୋଆରେ ଅଛନ୍ତି ।

ଡେଭିଙ୍କ ନିଯୁକ୍ତି ରାଜ୍ୟରେ ହକିର ଅଭିବୃଦ୍ଧି ପାଇଁ ଏକ ପଥ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି । ଭାରତୀୟ ଦଳର ଫିଟନେସ୍ ସ୍ତରରେ ଉନ୍ନତି ଆଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିବା ଏବଂ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ ପଦକରେ ମୂଳଦୁଆ ପକାଇବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଜନ୍ । ଏହାପରେ 2020 ରେ ପଦ ଛାଡିଥିସଲେ ଜନ୍ । ବର୍ତ୍ତାମାନ ସେ କମ୍‌ବ୍ୟାକ କରିଛନ୍ତି ।

ଜନଙ୍କ ନିଯୁକ୍ତି ନେଇ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟର ଜୁନିଅର ଏବଂ ସବ ଜୁନିଅର କ୍ଷେତ୍ରରେ ହକିରେ ଭଲ ପ୍ରଦର୍ଶନ ଥିବାବେଳେ ସିନିଅର ବର୍ଗରେ ଭଲ ପ୍ରଦର୍ଶନ ନାହିଁ । ଆଗାମୀ ଦିନରେ କ୍ରୀଡାବିତ କିପରି ଉନ୍ନତମାନର ପ୍ରଦର୍ଶନ କରିବେ ସେନେଇ ଡେଭିଡ ଜନ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :May 13, 2022, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.