ETV Bharat / sports

Canada Para Badminton: ପ୍ରମୋଦଙ୍କୁ ରୌପ୍ୟ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 20, 2023, 3:02 PM IST

Pramod Bhagat bags silver
Canada Para Badminton International 2023

କାନାଡା ପାରା ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କାନାଡ଼ା ପାରା ବ୍ୟାଡମିଣ୍ଟନରେ ଚମକିଲେ ପ୍ରମୋଦ ଭଗତ । ପାରା ଅଲମ୍ପିକ୍ସ ଚମ୍ପିଆନ ପ୍ରମୋଦ ଭଗତ ଆଉ ଏକ ସଫଳତା ହାସଲ କରିଛନ୍ତି । କାନାଡ଼ା ପାରା ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ହାସଲ କରିଛନ୍ତି ଓଡ଼ିଶା ଷ୍ଟାର୍‌ ସଟଲର ପ୍ରମୋଗ ଭଗତ । ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ବି ପଢନ୍ତୁ...Thailand Para Badminton: ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଡବଲ୍ ସ୍ବର୍ଣ୍ଣ

ଟୋକିଓ ଅଲମ୍ପିକ୍ସ ଚମ୍ପିଆନ ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ଜିତିଛନ୍ତି । ସେ ଫାଇନାଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠାରୁ ପରାସ୍ତ ହୋଇଛନ୍ତି । ଦୁଇ ସିଧା ସେଟ୍‌ 12-21, 13-21 ପଏଣ୍ଟ୍‌ରେ ପରାସ୍ତ ହୋଇ ସ୍ବର୍ଣ୍ଣ ସଫଳତାରୁ ବଞ୍ଚିତ ହୋଇଛନ୍ତି । ସେହିପରି ମିଶ୍ରିତ ଯୁଗଳ ବର୍ଗରେ ପ୍ରମୋଦ ଓ ମନୀଷା ରାମଦାସ ଯୋଡ଼ି ଇଣ୍ଡୋନେସିଆ ଯୋଡିଙ୍କଠୁ ପରାସ୍ତ ହୋଇ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଦୀପ ରଞ୍ଜନ ବିଷୋଇ ଓ ମନୋଜ ସରକାର ଯୋଡି 4ଟି ମ୍ୟାଚରୁ 3ଟିରେ ବିଜୟୀ ହୋଇ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଡବଲ୍ଡସରେ ପ୍ରମୋଦ ଓ ସୁକାନ୍ତ ଯୋଡିଙ୍କୁ ବ୍ରୋଞ୍ଚ ପଦକ ମିଳିଛି । ପ୍ରମୋଦ ଓ ଦୀପ ରଞ୍ଜନ ମୋଟ 4ଟି ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Spanish Para Badminton: ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ-ସୁକାନ୍ତ ଯୋଡି

ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,"ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା । ଆଗକୁ ଏହି ପରି ସଫଳତା ହାସଲ କରି ଦେଶକୁ ଗର୍ବିତ କରାଅ । ଆଗମୀ ସଫଳତା ପାଇଁ ଶଭେଚ୍ଛା ।"

ନିକଟରେ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିରେ ପ୍ରମୋଦ । ଗତ ମେ ମାସରେ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ଚମ୍ପିଆନ ହୋଇ ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ପ୍ରମୋଦ ଭଗତ । ଏହା ପୂର୍ବରୁ ଫେବୃଆରୀ ମାସରେ ସ୍ପାନିଶ ପାରା ବ୍ୟାଡମିଣ୍ଟନ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ । ସ୍ପେନର ଭିଟୋରିଆ ସହରରେ ଚାଲିଥିବା ସ୍ପାନିଶ୍‌ ପାରା ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ । ସୁକାନ୍ତ କଦମଙ୍କ ସହ ମିଶି ଯୁଗଳ ମୁକାବିଲାରେ ପ୍ରାଧାନ୍ୟ ବିସ୍ତାର କରି ସ୍ବର୍ଣ୍ଣ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.