ETV Bharat / state

କେନ୍ଦ୍ରାପଡା ପୌରପାଳିକା ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ - Kendrapara Municipality Scam

author img

By ETV Bharat Odisha Team

Published : May 16, 2024, 6:03 PM IST

Kendrapara Municipality: କେନ୍ଦ୍ରାପଡା ପୌରପାଳିକାର ବ୍ୟାଙ୍କ ଆକାଉଣ୍ଟରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ହେବା ନେଇ ଆସିଛି ଅଭିଯୋଗ । ଅଫିସରେ ଚେକବୁକ ଥିବା ସତ୍ତ୍ବେ ଏତେ ପରିମାଣର ଟଙ୍କା ଲୁଟକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ

Kendrapara Municipality Scam
Kendrapara Municipality Scam (ETV Bharat Odisha)

Kendrapara Municipality Scam (ETV Bharat Odisha)

କେନ୍ଦ୍ରାପଡା: ଗୋଟେ ପରେ ଗୋଟେ ଚେକ୍ ଦେଇ ଟଙ୍କା ଉଠାଇଲେ ଦୁର୍ବୃତ୍ତ ମାତ୍ର ଟିକେ ବି ଟେର ପାଇପାରିଲେଣି ବ୍ୟାଙ୍କ କି ସରକାରୀ ବାବୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡା ପୌରପାଳିକାରୁ । ତିନିମାସ ମଧ୍ୟରେ ରାଜ୍ୟର ସର୍ବ ପୁରାତନ ପୌରପାଳିକାରେ ହୋଇଛି ଲୁଟ । କେନ୍ଦ୍ରାପଡା ପୌରପାଳିକାର ଭାରତୀୟ ଷ୍ଟେଟବ୍ୟାଙ୍କ କେନ୍ଦ୍ରାପଡା ବଜାର ଶାଖାରେ ଥିବା ସେଭିଙ୍ଗ ପାସବୁକ ଆକାଉଣ୍ଟରୁ ୩ ଲକ୍ଷ ୬୬ ହଜାର ୨୭ ଟଙ୍କା ଦୁର୍ବୃତ୍ତ ଚେକ ମାଧ୍ୟମରେ ଉଠାଇ ନେଇଥିବା ନେଇ ଅଭିଯୋଗ କରାଯାଇଛି ।

ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କେନ୍ଦ୍ରାପଡା ଟାଉନ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏହାପରେ ଥାନା କେସ ନମ୍ବର- ୯୭/୨୦୨୪ରେ ଆଇ.ପି.ସି.ର ୪୨୦ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ପୌରନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଭାରତୀୟ ଷ୍ଟେଟବ୍ୟାଙ୍କ ବଜାର ଶାଖାରେ ଥିବା ସେଭିଙ୍ଗ ଆକାଉଣ୍ଟ ଜମାବହିରୁ ଚଳିତବର୍ଷ ଗତ ତା ୨୭.୦୨.୨୦୨୪ ରିଖରୁ ୦୬.୦୫.୨୦୨୪ ରିଖ ମଧ୍ୟରେ ୭ଟି ଚେକ ମାଧ୍ୟମରେ ମୋଟ ସାତଥର ସମୁଦାୟ ୩ ଲକ୍ଷ ୬୬ ହଜାର ୨୭ ଟଙ୍କା କୌଣସି ଅଜଣା ଦୁର୍ବୃତ୍ତ ଉଠାଇ ନେଇଯାଇଛି । ତେବେ ସେଭଳି କୌଣସି ଚେକ ପୌରସଂସ୍ଥା ପକ୍ଷରୁ କାହାରିକୁ ପ୍ରଦାନ କରାଯାଇନଥିବା ବେଳେ କିଭଳି ସେହିସବୁ ଚେକରେ ଟଙ୍କା ଉଠାଇ ନିଆଗଲା ବୋଲି ପୈାରନିର୍ବାହୀ ଅଧିକାରୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... କଟକ ସମବାୟ ବ୍ୟାଙ୍କରେ ଦୁର୍ନୀତି ! ଖରିଫ ବିମାରେ ଜଣେ ବ୍ୟକ୍ତିଙ୍କୁ ମିଳିଛି 6 ଥର ଅର୍ଥ - Kharif Insurance

ଉକ୍ତ ଚେକ ଗୁଡିକ ପୌରପାଳିକାରେ ମହଜୁଦ ଥିବା ବେଳେ ଏହାକୁ ପୋଲିସ ଜବତ କରିଛି । ତେବେ ପ୍ରଥମେ ଚେକ ଲଗାଇ ଟଙ୍କା ଉଠାଇ ନିଆଯାଇଥିବା ୭ଟି ଚେକ ସମେତ ଅନ୍ୟ ଅବ୍ୟବହୃତ ଚେକ ବହିଟି ତଦନ୍ତ ନିମନ୍ତେ ସଂପୃକ୍ତ ବ୍ୟାଙ୍କ ଶାଖାକୁ ପୌରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିବା ଓ ପରେ ପୋଲିସ ଏହାକୁ ହେପାଜତକୁ ନେଇଥିବା ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ପ୍ରତିକ୍ରିୟାରେ କହିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଉପରିସ୍ଥ ଅଧିକାରୀ ମଧ୍ୟ ଘଟଣାର ତଦନ୍ତ କରିଥିବା ବେଳେ ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.