ETV Bharat / sports

Spanish Para Badminton: ଯୁଗଳରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ-ସୁକାନ୍ତ ଯୋଡି

author img

By

Published : Feb 27, 2023, 9:11 AM IST

Spanish Para Badminton
pramod win gold at Spanish Para Badminton

ସ୍ପାନିଶ ପାରା ବ୍ୟାଡମିଣ୍ଟନ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ ଓ ସୁକାନ୍ତ କାଦମ ଯୋଡି । ଶୁଭ୍ରଜିତଙ୍କୁ କାଂସ୍ୟ ପଦକ । ଅଧିକ ପଢନ୍ତୁ

ଭୁବନେଶ୍ବର: ପାରା ଅଲମ୍ପିକ୍ସ ଚାମ୍ପିଅନ ପ୍ରମୋଦ ଭଗତ ଆଉ ଏକ ସଫଳତା ହାସଲ କରିଛନ୍ତି । ସ୍ପେନର ଭିଟୋରିଆ ସହରରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ସୁକାନ୍ତ କଦମଙ୍କ ସହ ମିଶି ଯୁଗଳ ମୁକାବିଲାରେ ପ୍ରାଧାନ୍ୟ ବିସ୍ତାର କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମାତ୍ର ସିଙ୍ଗଲ୍ସରେ ପ୍ରମୋଦଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି ।

ପୁରୁଷ ଏକକ ଫାଇନାଲରେ ହାରିଥିବା ପ୍ରମୋଦ ଯୁଗଳ ମୁକାବିଲାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଭାରତର ଅନ୍ୟତମ ଖେଳାଳି ସୁକାନ୍ତ କଦମଙ୍କ ସହ ତାଙ୍କ ଯୋଡି ଡବଲ୍ସରେ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ମୁକାବିଲାରେ 22-2-,12-21 ଓ 21-9 ସେଟରେ ଭାରତର ଅନ୍ୟତମ ନୀତେଶ କୁମାର ଓ ତରୁଣଙ୍କ ଯୋଡିକୁ ପରାସ୍ତ କରିଥିଲେ । ପୂର୍ବରୁ ଖେଳାଯାଇଥିବା ସେମି ଫାଇନାଲ ମୁକାବିଲାରେ ପ୍ରମୋଦ-ସୁକାନ୍ତ ଯୋଡି 2-0ରେ ଚାଇନିଜ ତାଇପୋର ସିଙ୍ଗ ବି ହୁଆଙ୍ଗ ଓ ୟେ ଏନ ଚୁଆନଙ୍କ ଯୋଡିକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

ଏହା ବି ପଢନ୍ତୁ....Shreyas Iyer TUM-TUM Dance: ଟମ୍ ଟମ୍ ଗୀତରେ ଭଉଣୀଙ୍କ ସହ ଡ୍ୟାନ୍ସ କଲେ ଶ୍ରେୟାସ

  • Bhagat’s Odisha Statemate Subhrajeet Maharana bagged his maiden international medal in this BWF Level-2 Tournament, clinching Men’s Doubles🥉with Md Arwaz Ansari as his partner.#OdishaForSports pic.twitter.com/N8K3FiggFZ

    — Odisha Sports (@sports_odisha) February 26, 2023 " class="align-text-top noRightClick twitterSection" data=" ">

ଡବଲ୍ସରେ ସ୍ବର୍ଣ୍ଣ ଜିତିଥିଲେ ସୁଦ୍ଧା ଏକକରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ପ୍ରମୋଦ ଭଗତ । ଏକକ ଫାଇନାଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ଠାରୁ 21-18, 21-8 ସିଧାସଳଖ ସେଟରେ ପରାସ୍ତ ହୋଇଥିଲେ ପ୍ରମୋଦ । ଟୋକିଓ ଅଲମ୍ପିକ୍ସରେ ପ୍ରମୋଦ ଡାନିଏଲ ବେଥେଲଙ୍କୁ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ 5 ଥର ପାଇଁ ପ୍ରମୋଦଙ୍କୁ ନିରାଶ ହେବାକୁ ପଡିଥିଲା । ଡାନିଏଲ ବେଥେଲ ଆକର୍ଷଣୀୟ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଥିଲେ ।

ଏହା ବି ପଢନ୍ତୁ...Women's T20 World Cup: ୬ଷ୍ଠ ଥର ଲାଗି ଟାଇଟଲ ହାତେଇଲା ଅଷ୍ଟ୍ରେଲିଆ

ଅନ୍ୟ ଓଡିଆ ଖେଳାଳି ଶୁଭ୍ରଜିତ ମହାରଣାଙ୍କୁ ସ୍ପାନିଶ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ମିଳିଛି । ଶୁଭ୍ରଜିତ ଓ ମହମ୍ମଦ ଅର୍ବାଜ ଯୁଗଳ ସେମିଫାଇନାଲରେ ନୀତେଶ ଓ ତରୁଣଙ୍କ ଯୋଡି ଠାରୁ ହାରି ଯାଇଥିଲେ । 9-21, 10-21 ସେଟରେ ପରାସ୍ତ ହୋଇ ସେମାନଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହି ପ୍ରତିଯୋଗିତାରେ ଓଡିଆ ଖେଳାଳିଙ୍କୁ 3ଟି ପଦକ ମିଳିଛି ।

ଗତବର୍ଷ ନଭେମ୍ବରରେ ଟୋକିଓରେ ହୋଇଥିବା ବିଡବ୍ଲ୍ୟଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଆନସିପରେ ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ ଡବଲ ପଦକ ହାସଲ କରିଥିଲେ । ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ଡବଲ୍ସରେ ରୌପ୍ୟ ପଦକ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.