ETV Bharat / sports

Shreyas Iyer TUM-TUM Dance: ଟମ୍ ଟମ୍ ଗୀତରେ ଭଉଣୀଙ୍କ ସହ ଡ୍ୟାନ୍ସ କଲେ ଶ୍ରେୟାସ

author img

By

Published : Feb 26, 2023, 12:58 PM IST

Updated : Feb 26, 2023, 1:34 PM IST

ତାମିଲି ଗୀତ ଟମ୍ ଟମରେ ଡ୍ୟାନ୍ସ କଲେ ଭାରତୀୟ କ୍ରିକେଟର ଶ୍ରେୟାସ ଆୟାର । ଭଉଣୀଙ୍କ ସହ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

Etv Bharat
Etv Bharat

shreyas iyer dance with sister shrestha

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କ କ୍ରେଜ । ରିଲ୍ସ ମାଧ୍ୟମରେ ଡ୍ୟାନ୍ସ କରି ଫ୍ୟାନ୍ସଙ୍କୁ ପାଗଳ କଲେ କ୍ରିକେଟର ଶ୍ରେୟାସ ଆୟାର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ୟୁଜର୍ସଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ଶ୍ରେୟାସ ତାଙ୍କ ଭଉଣୀଙ୍କ ସହ ତାମିଲ ଗୀତ ଟମ୍ ଟମ୍‌ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଉଭଣୀ ଶ୍ରେଷ୍ଠା ସୋସିଆଲ ମିଡିଆରେ ଏହି ଭିଡିଓଟିକୁ ସେୟାର କରି 'ଡ୍ୟାନସିଂ ଟୁ ଦ ବେଷ୍ଟ ଟ୍ରେଣ୍ଡ ଉଇଥ ଦ ବେଷ୍ଟ' କ୍ୟାପସନ ଲେଖି ସେୟାର କରିଛନ୍ତି । ଏଥିସହ ହ୍ୟାସଟ୍ୟାଗ ଟମ୍ ଟମ୍ ଲେଖିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରେୟାସ ତାଙ୍କ ଭଉଣୀଙ୍କ ସହ ତାମିଲ ଗୀତ ଟମ୍ ଟମ୍‌ରେ ଡ୍ୟାନ୍ସ କରୁଛନ୍ତି । ଗୀତର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି ଶ୍ରେୟାସ ଓ ଶ୍ରେଷ୍ଠା । ଭାଇ ଭଉଣୀଙ୍କ ଏହି ଡ୍ୟାନ୍ସ ଭିଡିଟିକୁ ଫ୍ୟାନ୍ସ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଶ୍ରେୟାସ ଏକ କଳା ରଙ୍ଗର ଟି ସାର୍ଟ ପିନ୍ଧି ଥିବାବେଳେ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ତାଙ୍କ ଭଉଣା ଏକ ହଳଦିଆ ରଙ୍ଗର ଟିସାର୍ଟ ପିନ୍ଧିଥିବା ବେଳେ ବାଦାମୀ ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓଟିକୁ 5 ଲକ୍ଷରୁ ଊର୍ଦ୍ଧ୍ବ ୟୁଜର୍ସ ଲାଇକ କରିସାରିଛନ୍ତି । ତାଲିମି ଗୀତ ଟମ୍ ଟମ୍ଏ ବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟିମାନେ ମଧ୍ୟ ଏହି ଗୀତରେ ରିଲ୍ସ ବନାଇ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

ଏହାପୂର୍ବୁର ଗତ ଫେବୃଆରୀ 5 ତାରିଖରେ ଶେଖର ଧାୱନ ଓ ଶ୍ରେୟାସ ଆୟାରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଯେଉଁଥିରେ ଆୟାର ଓ ଧାୱନ ବେବି କାମ୍‌ଡାଉନ ଗୀତରେ ଡ୍ୟାନ୍ସ କରୁଥିଲେ । ଉଭୟଙ୍କ ଡ୍ୟାନ୍ସ ପ୍ରଶଂସକଙ୍କୁ ଭରପୁର ମନୋରଞ୍ଜନ କରିଥିଲା । କେବଳ ଇନଷ୍ଟାଗ୍ରାମ ନୁହଁ ସମସ୍ତ ସୋସିଆଲ ମିଡିଆ ପ୍ଳାଟଫର୍ମରେ ଏହି ଭିଡିଓ ଭାଇରାଲ ହୋଇଥିଲା ।

ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାର ଆହତ ହେବା କାରଣରୁ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ । ଏହାପରେ ସେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ । କିନ୍ତୁ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନଥିଲା । ଇନ୍ଦୋରରେ ତୃତୀୟ ଚେଷ୍ଟ ମ୍ୟାଚ ହେବାକୁ ଥିବାବେଳେ ସେ ତାଙ୍କର ପ୍ରଦର୍ଶନ କଣ ରହୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Last Updated : Feb 26, 2023, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.