ETV Bharat / sports

Brazil Para Badminton: ଡବଲ୍ସ ସେମିଲେ ପ୍ରମୋଦ- ସୁକାନ୍ତ

author img

By

Published : Apr 16, 2023, 3:44 PM IST

Brazil Para Badminton International 2023
ସେମି ଫାଇନାଲରେ ପ୍ରମୋଦ

ବ୍ରାଜିଲ ପାରା ବ୍ୟାଡମିଣ୍ଟନରେ ଡବଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଶାର ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ ବ୍ରାଜିଲ ପାରା ବ୍ୟାଡମିଣ୍ଟନରେ ଚମକିଛନ୍ତି ଓଡିଆ ଖେଳାଳି ପ୍ରମୋଦ ଭଗତ । ବ୍ରାଜିଲ ପାରା ବ୍ୟାଡମିଣ୍ଟନରେ ଓଡିଶାର ତାରକା ଖେଳାଳି ପ୍ରମୋଦ ଭଗତ ପୁରୁଷ ଡବଲ୍ସ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଏହାସହ ଅନ୍ୟ ସାଥୀ ଖେଳାଳି ଦିଲେଶ୍ବର ରାଓଙ୍କ ସହ ମିଶି ସେମିରେ ସ୍ଥାନ ପକ୍କା କରିଛନ୍ତି । ଏହା ସହ ବ୍ରାଜିଲ ପାରା ବ୍ୟାଡମିଣ୍ଟନରେ ପଦକ ପକ୍କା କରିଛନ୍ତି ।

ଏହା ବି ପଢନ୍ତୁ...IPL 2023: ଦିଲ୍ଲୀକୁ 23 ରନରେ ପରାସ୍ତ କଲା ଆରସିବି

ପ୍ରମୋଦ ଓ ଦିଲେଶ୍ବର ସେମାନଙ୍କ ସାଥୀ ଖେଳାଳି ସୁକାନ୍ତ କଦମ ଓ ନବୀନଙ୍କ ସହ ସେମିରେ ପ୍ରବେଶ କରିଛନ୍ତି । ପ୍ରମୋଦ ଓ ସୁକାନ୍ତ କ୍ବାର୍ଟରରେ ପେରୁର ରେଞ୍ଜା ଡିକ୍ସେଜ ବେନସେସ ମୋରାଲ୍ସ ଓ ପେଡ୍ରୋ ପାବଲୋ ଡି ଭିନାଟି ଯୋଡିଙ୍କୁ 21-10, 21-14ରେ ପରାସ୍ତ କରି ଆଗକୁ ବଢିଛନ୍ତି । ସେହିପରେ ଦିଲେଶ୍ବର ରାଓ ଓ ନବୀନ ଶିବକୁମାର ଯୋଡି କ୍ବାର୍ଟରରେ ଭାରତର ଅଭିଜିତ ସାକୁଜା ଓ ବିକ୍ରମ କୁମାରଙ୍କୁ 18-21, 21-12, 21-18 ସେଟ୍‌ରେ ହରାଇ ସେମି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । ସେମିରେ ଏହି ଯୋଡି କୋରିଆର ଜୁ' ଡୋଙ୍ଗଜାଏ ଓ ଶିନ କୁୟଙ୍ଗ ହୁଆନଙ୍କୁ ଭେଟିବେ ।

ଏହା ବି ପଢନ୍ତୁ...IPL 2023: ଘରୋଇ ମାଟିରେ ପଞ୍ଜାବଠୁ ହାରିଲା ଲକ୍ଷ୍ନୌ, ଦେଖନ୍ତୁ ମୁକାବିଲାର କିଛି ଦୃଶ୍ୟ

ପୂର୍ବରୁ ପ୍ରମୋଦ ଏକକ ବର୍ଗରେ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ସେ ସେମିରେ ଜାପାନର ଡାଇସୁକ ଫୁଜିହାରଙ୍କୁ ଭେଟିବେ । ମିଶ୍ରିତ ଯୁବ ପ୍ରତିଯୋଗିତାରେ ପ୍ରମୋଦ ଓ ମନୀଷା ରାମଦାସ କ୍ବାର୍ଟରରେ ଫାଇନାଲରେ ପରାସ୍ତ ହୋଇଥିଲେ । ଉଭୟ 14-21, 12-21 ସେଟରେ ଇଣ୍ଡୋନେସିଆ ଯୋଡିଙ୍କ ନିକଟରୁ ପରାଜୟର ସାମ୍ନା କରିଥିଲେ । ଏକକ ବର୍ଗରେ ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ସେମି ଫାଇନାଲରେ ପ୍ରବେଶ କରି ରାଜ୍ୟ ଓ ଦେଶ ପାଇଁ ଗର୍ବ ଆଣିଛନ୍ତି ।

ଏକକ କ୍ବାର୍ଟର ଫାଇନାଲରେ ପ୍ରମୋଦ 21-7, 21-12 ସିଧାସଳଖ ସେଟ୍‌ରେ ପେରୁର ପାବଲୋ ଡି ଭିନତାଇଙ୍କୁ ପରାସ୍ତ କରି ସେମିରେ ସ୍ଥାନ ପକ୍କା କରିଥିଲେ । ପୂର୍ବରୁ ପ୍ରି-କ୍ବାର୍ଟରରେ 21-4. 21-3ରେ ଚିଲିର ପାଟ୍ରିସିଓ ଆନ୍ଦ୍ରେସଙ୍କୁ ହରାଇଥିଲେ । ଏହାପରେ ସୂକାନ୍ତ କଦମଙ୍କୁ ସାଥୀ କରି ପ୍ରଥମେ ଡବଲ୍ସ କ୍ବାର୍ଟର ଓ ପରେ ସେମି ଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.