ETV Bharat / sports

Asian Games 2023: ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ, ଭାରତ ପଦକ ସଂଖ୍ୟା 31କୁ ବୃଦ୍ଧି

author img

By ETV Bharat Odisha Team

Published : Sep 29, 2023, 12:00 PM IST

Asian Games 2023
ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ

19ତମ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଆଜି ସପ୍ତିମ ଦିନରେ ପଦକ ବର୍ଷା ହୋଇଛି । ମହିଳା ସ୍କ୍ବାଶ୍‌ ଦଳ କାଂସ୍ୟ ପଦକ ଜିତିଛି । ଅଧିକ ପଢ଼ନ୍ତୁ

ହାଙ୍ଗଝୌ: ଚୀନରେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି । 19ତମ ଏସୀୟ କ୍ରୀଡ଼ାରେ ସପ୍ତମ ଦିନରେ ପଦକ ବର୍ଷା ହୋଇଛି । 2ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ସଫଳତା ପରେ ଭାରତକୁ ଆଉ ଏକ ବ୍ରୋଞ୍ଜ୍‌ ପଦକ ମିଳିଛି । ସ୍କ୍ବାଶ୍‌ ସେମିଫାଇନାଲ ଖେଳୁଥିବା ଭାରତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିଛି । ଏହା ସହିତ ଭାରତର ପଦକ ସଂଖ୍ୟା 31 ଛୁଇଁଛି । ସେଥିରେ 8ଟି ସ୍ବର୍ଣ୍ଣ, 11ଟି ରୌପ୍ଯ ଓ 12ଟି ବ୍ରୋଞ୍ଜ ପଦକ ରହିଛି । ସେପଟେ ସ୍କ୍ବାଶ ପୁରୁଷ ଦଳ ମଧ୍ୟ ସେମିଫାଇନାଲରେ ପ୍ରବେଶ କରି ପଦକ ପକ୍କା କରିଛି ।

ଭାରତୀୟ ମହିଳା ସ୍କ୍ବାଶ ଦଳରେ ଥିବା ତାନଭୀ ଖାନା, ଅନହାତ ସିଂହ ଓ ଜୋତ୍ସା ଚିନ୍ନାପା ଏହି ସଫଳତା ହାସଲ କରିଛନ୍ତି । କାଂସ୍ୟ ପଦକ ସହ ଏସୀୟ କ୍ରୀଡାରେ ସେମାନଙ୍କ ଅଭିଯାନ ଶେଷ ହୋଇଛି । ସେମିଫାଇନାଲରେ ହଂକଂ ବିପକ୍ଷରେ ଖେଳିଥିଲେ ଭାରତୀୟ ମହିଳା ସ୍କ୍ବାଶ୍‌ ଦଳ । 7-11, 11-7, 9-11, 11-6, 11-8 ସେଟ୍‌ରେ ପରାସ୍ତ ହୋଇ ମହିଳା ସ୍କ୍ବାଶ୍‌ ଦଳ କାଂସ୍ୟ ପଦକ ଜିତିଛି । ଅନହାତ ସିଂହ ପ୍ରଥମ ସେଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଫାଇନାଲ ଗେମରେ ପ୍ରଦର୍ଶନ ନୌରାଶ୍ୟଜନକ ରହିଥିଲା । ଜୋତ୍ସା ଚିନ୍ନାପା ତାଙ୍କ ଗେମ୍‌ ଜିତିଥିଲେ ମାତ୍ର ତାନଭୀ ଓ ଅନହାତ ସିଂହ ପରାସ୍ତ ହୋଇଛନ୍ତି । ପୂର୍ବରୁ ମହିଳା ବର୍ଗ ପୁଲ-ବିରେ ସ୍ଥାନ ପାଇଥିବା ଭାରତ 3-0ରେ ପାକିସ୍ତାନ, 3-0ରେ ନେପାଳ ଏବ 3-0ରେ ମାକଓକୁ ପରାସ୍ତ କରିଥିଲା ।

ଏହା ବି ପଢନ୍ତୁ...Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସପ୍ତମ ଦିନରେ ଦିନରେ ଭାରତ 2ଟି ସ୍ବର୍ଣ୍ଣ, 3 ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ସପ୍ତମ ଦିନରେ ଭାରତକୁ ପୁରୁଷ 50 ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଓ 10 ମିଟର ମହିଳା ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ । ଏହା ସହିତ ମହିଳା 10 ମିଟର ଇଭେଣ୍ଟରେ ପଲକ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଈଶା ସିଂହ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଭାରତୀୟ ପୁରୁଷ ଟେନିସ ଯୋଡ଼ି ରୌପ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: ପୁରୁଷ ଟେନିସ ଡ଼ବଲ୍ସରେ ରୌପ୍ୟ ଜିତିଲା ଭାରତ

ଏଯାବତ ଭାରତ 8ଟି ସ୍ବର୍ଣ୍ଣ, 11ଟି ରୌପ୍ୟ ଓ 12ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛି । ମୋଟ 31 ପଦକ ସହ ଭାରତ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ୍‌ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.