ETV Bharat / sports

Khelo India Youth Games: ଟେନିସରେ ସ୍ବର୍ଣ୍ଣ ଜିତିଲେ ସୋହିନୀ-ଆରାଧ୍ୟା

author img

By

Published : Feb 10, 2023, 10:05 AM IST

gold in tennis at khelo india youth games
Khelo India Youth Games

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ରାଜ୍ୟ ପାଇଁ ଗୋଟିଏ ଗୋଟିଏ ପରେ ପଦକ ଭେଟି ଦେଇଛନ୍ତି ଆଥଲେଟ । ଅଧିକ ପଢନ୍ତୁ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଜାରି ରହିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଭିନ୍ନ ଇଭେଣ୍ଟରେ ଦମଦାର ପ୍ରଦର୍ଶନ କରି ଓଡିଶାକୁ ପଦକ ଭେଟି ଦେଇଛନ୍ତି । ଗୁରୁବାର ଅନୁଷ୍ଠିତ ଇଭେଣ୍ଟରେ ଓଡିଶାକୁ ସ୍ବର୍ଣ୍ଣ ପଦକ ମିଳିଛି । ଟେନିସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଆରାଧ୍ୟା ବର୍ମା ଓ ସୋହିନୀ ସଞ୍ଜୟ ମହାନ୍ତି । ଫାଇନାଲରେ ଆୟୋଜନ ମଧ୍ୟପ୍ରଦେଶ ଯୋଡିକୁ ହରାଇ ଏହି ଯୋଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଉଭୟଙ୍କୁ ଟ୍ବିଟ୍‌ କରି ଓଡିଶା ସ୍ପୋର୍ଟ୍ସ ଶୁଭେଚ୍ଛା ଜଣାଇଛି ।

  • 𝗚𝗼𝗹𝗱 𝗜𝗻 𝗧𝗲𝗻𝗻𝗶𝘀 🥇#Odisha's Aradhya Verma and Sohini Sanjay Mohanty scripted history as they defeated host Madhya Pradesh in the final to win the women's doubles tennis title at the #KIYG2022.

    Many congratulations to both! pic.twitter.com/JXQZjZePw7

    — Odisha Sports (@sports_odisha) February 9, 2023 " class="align-text-top noRightClick twitterSection" data=" ">

ମହିଳା ଡବଲ୍ସରେ ଏହି ଯୋଡି 7-6 (5), 6-6 (3) ସେଟରେ ମଧ୍ୟପ୍ରହେଶର ପେହାଲ ଖାରାଡକର ଓ ଅମିଶି ଶୁକ୍ଳା ଯୋଡିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଥିଲେ । ଏହାପୂର୍ବରୁ ସେମାନେ ସେମି ଫାଇନାଲରେ 7-5, 7-5ରେ ଏଚ. ନାଗପାଲ ଏବଂ ଜଗତଦେଓ ବର୍ମାଙ୍କୁ ପରାସ୍ତ କରିଥିଲେ । ସେହିପରି ରୋଇଂରେ ସୁମିତ କୁମାର ସ୍ବାଇଁ ଓ ରବି ବେଦୱାଲ ଯୋଡି ଜେଏମ 2 ଇଭେଣ୍ଟରେ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ମହିଳା ଇଭେଣ୍ଟରେ ଗୁରୁଶରନପ୍ରୀତ କୌର ଓ ଅରୁଣପ୍ରୀତ କୌର ଯୋଡି ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...ICC Women's T20 World Cup: ଆଜି ମୁହିଁମୁହିଁ ହେବେ ସାଉଥ ଆଫ୍ରିକା-ଶ୍ରୀଲଙ୍କା

ପୂର୍ବରୁ ଓଡିଶା ବାଳକ ରିଲେ ଦଳ ଓଡିଶାକୁ ସ୍ବର୍ଣ୍ଣ ଭେଟି ଦେଇଥିଲେ । ଭାରତ୍ତୋଳନରେ ଜ୍ୟୋସ୍ନା ସବର ରୌପ୍ୟ, ମୀନା ପ୍ରୀତିସ୍ମିତା କାଂସ୍ୟ ପଦକ ଜିତିଥିଲେ । ସେହିପରି 18 ବର୍ଷରୁ କମ ଓଡିଶା ବାଳିକା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ବାଳକ ହକି ଦଳ ଝାଡଖଣ୍ଡକୁ 1-0 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ।

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ମୋଟ 27ଟି ପଦକ ଜିତି ଷଷ୍ଠ ସ୍ଥାନରେ ରହିଛି । ଓଡିଶା ପାଖରେ ମୋଟ ପଦକ ମଧ୍ୟରୁ 11ଟି ସ୍ବର୍ଣ୍ଣ, 6ଟି ରୌପ୍ୟ ଓ 10ଟି ବ୍ରୋଞ୍ଚ ପଦକ ରହିଛି । ମହାରାଷ୍ଟ୍ର 133 ପଦକ ଜିତି ଟେବଲୁ ଶୀର୍ଷରେ ରହିଛି । 98 ପଦକ ସହ ଦ୍ବିତୀୟରେ ହରିୟାଣା ଓ 73 ପଦକ ସହ ଆୟୋଜକ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.