ETV Bharat / sports

ଖୋର୍ଦ୍ଧାରେ ୨୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

author img

By

Published : Nov 14, 2022, 10:31 AM IST

ଖୋର୍ଦ୍ଧାରେ ୨୮ତମ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଖୋର୍ଦ୍ଧାରେ ୨୮ତମ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜୟ ଦୁର୍ଗା କ୍ଲବ ଆନୁକୂଲ୍ୟରେ କଣ୍ଟାମଳିମ ଖେଳ ପଡ଼ିଆରେ ୨୮ତମ ଜୟ ଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି ।

ଖୋର୍ଦ୍ଧା: ଜୟ ଦୁର୍ଗା କ୍ଲବ ଆନୁକୂଲ୍ୟରେ କଣ୍ଟାମଳିମ ଖେଳ ପଡ଼ିଆରେ ୨୮ତମ ଜୟ ଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍‌ ଭୁବନେଶ୍ବର ଘାଟିକିଆ ବନାମ ଖଣ୍ଡପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଘାଟିକିଆ ଦଳ ୩-୦ ଗୋଲରେ ବିଜୟୀ ହୋଇ ପ୍ରଥମ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଉଦଘାଟନୀ ଉତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରେ ୨୮ତମ ପୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କ୍ଲବର ସଭାପତି ପ୍ରକାଶ କୁମାର ମାର୍ଥାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା । ଖେଳ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖେ ବୋଲି ବିଧାୟକ ପ୍ରଶାନ୍ତ ଜଗଦେବ ଏହି ଉଦଘାଟନୀ ଉତ୍ସବ ଯୋଗ ଦେଇ କହିଥିଲେ । ସେହିପରି ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ରାୟ, ନୀଳମଣି ମାଝୀ, ଗ୍ରାମ୍ୟ କମିଟି ସଭାପତି ଜମ୍ବେଶ୍ବର ରାଉତରାୟ, ସଂପାଦକ ଆର୍ତ୍ତବନ୍ଧୁ ମାଝୀ, ପୂର୍ବତନ ସମିତି ସଭ୍ୟ ଅଜୟ ମାର୍ଥା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳ ସଂପର୍କରେ ମତବ୍ୟକ୍ତ କରିଥିଲେ । ଅତିଥିମାନେ ଖେଳାଳୀଙ୍କୁ ଉତ୍ସାହିତ କରିବା ପରେ ମୁଖ୍ୟ ଅତିଥି ଫୁଟବଲ ମାରିବା ପରେ ରେଫରି ଟସ୍‌ ପକାଇ ଖେଳ ଆରମ୍ଭ କରିଥିଲେ । ଏହି ଫୁଟବଲ ମ୍ୟାଚକୁ ସ୍ଥାନୀୟ ଅଞ୍ଚଳର ଶହ ଶହ ଫୁଟବଲ ଖେଳ ପ୍ରେମୀ ଉପଭୋଗ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.