ETV Bharat / sports

ଅର୍ଜୁନ ଆୱାର୍ଡ ପାଇବା ପରେ ଖୁସି ଜାହିର କଲେ ଦୂତି, କହିଲେ ସଫଳ ହେଲା 14 ବର୍ଷର ଯାତ୍ରା

author img

By

Published : Aug 29, 2020, 5:36 PM IST

କୋଲକାତାଠାରେ ଥିବା ସାଇ କେନ୍ଦ୍ରୁ ପୁରଷ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ଦୂତି । ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପରେ ତାଙ୍କର 14 ବର୍ଷର କ୍ରୀଡା ଯାତ୍ରା ଆଜି ସଫଳ ହୋଇ ବୋଲି ସେ କହିଛନ୍ତି ।

ଅର୍ଜୁନ ଆୱାର୍ଡ ପାଇବା ପରେ ଖୁସି ଜାହିର କଲେ ଦୂତି, କହିଲେ 14 ବର୍ଷର ଯାତ୍ରା ସଫଳ ହେଲା
ଅର୍ଜୁନ ଆୱାର୍ଡ ପାଇବା ପରେ ଖୁସି ଜାହିର କଲେ ଦୂତି, କହିଲେ 14 ବର୍ଷର ଯାତ୍ରା ସଫଳ ହେଲା

ନୂଆଦିଲ୍ଲା: ଆଜି ହେଉଛି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ଦେଶର ପ୍ରତିଭାବାନ କ୍ରୀଡାବିତ୍ତମାନଙ୍କୁ ଦେଶର ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରେ ସାମଲି ରହିଛିନ୍ତି ଓଡିଆ ସ୍ପ୍ରିଣ୍ଟର ତଥା ଦୌଡରାଣୀ ଭାବେ ପରିଚିତ ଦୂତି ଚାନ୍ଦଙ୍କ ନାମ । ତେବେ ପୁରସ୍କାର ଗ୍ରହଣ କରିବା ପରେ ଦୂତି ନିଜର ଖୁସ ଜାହିର କରିଛନ୍ତି ।

ଅର୍ଜୁନ ଆୱାର୍ଡ ପାଇବା ପରେ ଖୁସି ଜାହିର କଲେ ଦୂତି, କହିଲେ 14 ବର୍ଷର ଯାତ୍ରା ସଫଳ ହେଲା

ଚଳିତ ବର୍ଷ କୋରୋନା ମହାମାରୀ କାରଣରୁ କ୍ରୀଡା ପୁରସ୍କାରକୁ ଭର୍ଚୁଆଲ ଭାବେ ଆୟୋଜିତ କରାଯାଇଛି । କ୍ରୀଡ଼ା ପୁରସ୍କାର ଇତିହାସରେ ପ୍ରଥମ ଥର ପାଇଁ ଏହି ଉତ୍ସବକୁ ଭର୍ଚୁଆଲ୍ ଆୟୋଜନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ସାଇ) କେନ୍ଦ୍ରମାନଙ୍କରୁ ମନୋନିତ କ୍ରୀଡାବିତ୍ତମାନେ ରାଷ୍ଟ୍ରପତି ଭବନ ସହ ଯୋଡି ହୋଇଥିଲେ । ଯେଉଁଠାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ସମ୍ମାନିତ କରିଛନ୍ତି ।

ତେବେ କୋଲକାତାଠାରେ ଥିବା ସାଇ କେନ୍ଦ୍ରୁ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ଦୂତି । ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପରେ ତାଙ୍କର 14 ବର୍ଷର କ୍ରୀଡା ଯାତ୍ରା ଆଜି ସଫଳ ହୋଇ ବୋଲି ସେ କହିଛନ୍ତି । ଖୁସି ଜାହିର କରିବା ସହିତ ଏହି ସମ୍ମାନଜନ ପୁରସ୍କାର ପାଇ ସେ ଗର୍ବିତ ବୋଲି କହିଛନ୍ତି । ଏଥି ସହିତ ତାଙ୍କ କ୍ରୀଡା ଯାତ୍ରା ପଛରେ ଥିବା ପ୍ରତିଟି ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ ସହ ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.