ETV Bharat / sports

'ଚକ୍‌ ଦେ ଇଣ୍ଡିଆ': ମହିଳା ହକି ଟିମର କୋଚ୍‌ଙ୍କୁ 'କବିର ଖାନ'ଙ୍କ ସଙ୍ଗେ ତୁଳନା

author img

By

Published : Aug 2, 2021, 1:35 PM IST

Tokyo Olympics: With Indian women's hockey team creating history, fans compare coach Marijne to 'Kabir Khan'
ମୁଖ୍ୟ କୋଚ୍‌ ମାରିଜିନଙ୍କୁ 'କବିର ଖାନ'ଙ୍କ ସଙ୍ଗେ ତୁଳନା

ଅଲମ୍ପିକ ହକି ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ମହିଳା ହକି ଟିମ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇତିହାସ ରଚିଛି । ଅଲମ୍ପିକ ହକି ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି ।

ତେବେ ଏହି ଐତିହାସିକ ବିଜୟ ପରେ ମୁଖ୍ୟ କୋଚ୍‌ ଜୋର୍ଡ ମାରିଜିନଙ୍କୁ କିଛି ଫ୍ୟାନ୍ସ, ସୁପରଷ୍ଟାର ଶାହାରୁଖ ଖାନଙ୍କ ଅଭିନୀତ ହକି ଉପରେ ଆଧାରିତ ବଲିଉଡ ଫିଲ୍ମ 'ଚକ୍‌ ଦେ ଇଣ୍ଡିଆ'ର କୋଚ୍‌ ଚରିତ୍ର 'କବିର ଖାନ'ଙ୍କ ସହ ତୁଳନା କରିଛନ୍ତି । ଏହି ଫିଲ୍ମରେ ଭାରତୀୟ ମହିଳା ହକି ଟିମର କୋଚ୍‌ ଭୂମିକାରେ ଅଭିନୟ କରିଥିଲେ ଶାହାରୁଖ ।

ଭାରତ ୧-୦ରେ ଅଷ୍ଟ୍ରେଲିଆକୁ ହରାଇ ଟୋକିଓ ଅଲମ୍ପିକର ସେମିରେ ପ୍ରବେଶ କରିଛି । ଟ୍ବିଟରେ ମାରିଜିନ "sorry family, i coming again later(sis)," ଲେଖିବା ସହ ହକି ସ୍କ୍ବାଡ ସହ ଫଟୋ ସେୟାର କରିଛନ୍ତି ।

କୋଚ୍‌ ମାରିଜିନଙ୍କ ଏହି ଟ୍ବିଟର ଠିକ୍‌ କିଛି ମୂହୁର୍ତ୍ତ ମଧ୍ୟରେ ଫ୍ୟାନ୍ସ କବିର ଖାନଙ୍କ ସହ ତୁଳନା କରିବାକୁ ଲାଗିଥିଲେ । କିପରି ଏକ ରିଲ୍‌ ଷ୍ଟୋରି ରିୟଲ ହୋଇପାରିଛି ।

ଜଣେ ଫ୍ୟାନ୍ସ ଲେଖିଛନ୍ତି, "ଭାରତୀୟ ମହିଳା ହକି ଟିମକୁ ନୂତନ ରୂପ ଦେବାରେ ଦୁଇଜଣଙ୍କ ହାତ ରହିଛି । ଜଣେ କବିର ଖାନ(Real life) ଓ ଜୋର୍ଡ ମାରିଜିନ(Real life) ।"

ବଲିଉଡ ଫିଲ୍ମ 'ଚକ୍‌ ଦେ ଇଣ୍ଡିଆ'ରେ ଶାହାରୁଖ କୋଚ୍‌ କବିର ଖାନଙ୍କ ଚରିତ୍ରରେ ଅଭିନୟ କରିଥିଲେ । ମହିଳା ଟିମକୁ ବିଶ୍ବ ଚମ୍ପିଆନସିପ୍‌ରେ ଟ୍ରଫି ଜିତାଇବାରେ ସମସ୍ତ ପ୍ରଶିକ୍ଷଣ, ପରାମର୍ଶ ଓ ପ୍ରୟାସ କରିଥିବା ଫିଲ୍ମରେ ଦର୍ଶାଯାଇଛି । ପୂର୍ବତନ ଭାରତୀୟ ହକି ଖେଳାଳି ମୀର ରଞ୍ଜନ ନେଗୀଙ୍କ ଜାବନୀ କାହାଣୀ ଉପରେ ଏହି ଫିଲ୍ମର କାହାଣୀ ଆଧାରିତ ବୋଲି ମଧ୍ୟ କୁହାଯାଏ । ମାତ୍ର ପରେ ପୂର୍ବତନ ଗୋଲ୍‌କିପର ତାଙ୍କର କାହାଣୀ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ।

ତେବେ ଆଜିର ଦିନ ଭାରତୀୟ ହକି ପାଇଁ ଏକ ଐତିହାସିକ ଓ ସ୍ମରଣୀୟ ଦିନ ପାଲଟିଯାଇଛି । କଡା ପ୍ରତିନ୍ଦ୍ବନ୍ଦ୍ବୀତା ପୂର୍ଣ୍ଣ ମ୍ୟାଚରେ ଗୁରଜୀତ କୌର ଭାରତ ପାଇଁ ଏକମାତ୍ର ଗୋଲ୍‌ କରି ବିଜୟୀ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.