ETV Bharat / sports

Tokyo Olympics: କ୍ବାର୍ଟରରେ କିପରି ପହଞ୍ଚିବ ମହିଳା ହକି ଟିମ ଇଣ୍ଡିଆ, ଜାଣନ୍ତୁ..

author img

By

Published : Jul 31, 2021, 4:01 PM IST

Updated : Aug 1, 2021, 9:36 AM IST

Tokyo Olympics: How can Indian women's hockey team advance to the quarterfinal?
Tokyo Olympics: କଣ ରହିଛି ମହିଳା ହକି ଟିମର ସେମି ସମୀକରଣ ?

ଉଭୟ ଆୟରଲାଣ୍ଡ ଓ ଭାରତ ତିନୋଟି ଲେଖାଏଁ ମ୍ୟାଚ ହାରିଛନ୍ତି । ଫଳରେ ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ବିପକ୍ଷ ମ୍ୟାଚର ଫଳାଫଳ ଭାରତର କ୍ବାର୍ଟର ଭାଗ୍ୟ ଉପରେ ନିର୍ଭର କରୁଛି । ଅଧିକ ପଢନ୍ତୁ...

ଟୋକିଓ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶନିବାର ୪-୩ ବିଜୟ ଭାରତୀୟ ମହିଳା ଟିମ କ୍ୟାମ୍ପରେ ନୂଆ ଆଶା ସଞ୍ଚାର କରିଛି । ଏହି ବିଜୟ ସହ ଚଳିତ ଟୋକିଓ ଅଲମ୍ପିକରେ ଟିମର କ୍ବାର୍ଟର-ଫାଇନାଲ ଆଶା ଉଜ୍ଜିବୀତ ରହିଛି ।

ବନ୍ଦନା କାଟାରିୟାଙ୍କ hat-trick ବଳରେ ରାନୀ ରାମପାଲଙ୍କ ଟିମ ଅଲମ୍ପିକ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ପୂର୍ବରୁ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚକୁ ୪-୩ରେ ଜିତିଥିଲା ଭାରତ ।

ଗ୍ରୁପ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚରେ ଲଗାତାର ବିଜୟ ସହ ୫ଟି ମ୍ୟାଚରୁ ୬ ପଏଣ୍ଟ ସହ ପୁଲ ଏ ର ଚତୁର୍ଥ ସ୍ଥାନରେ ରହିଛି ଭାରତ । ମାତ୍ର ଆୟରଲାଣ୍ଡ ପାଖରେ ଏବେବି କ୍ବାର୍ଟର ଟିକେଟ ହାତେଇବାର ସୁଯୋଗ ରହିଛି । ଗ୍ରେଟ ବ୍ରିଟେନ ଓ ଆୟରଲାଣ୍ଡ ବିପକ୍ଷ ମ୍ୟାଚର ଫଳାଫଳ ଭାରତର କ୍ବାର୍ଟର ଭାଗ୍ୟ ଉପରେ ନିର୍ଭର କରୁଛି । ଆୟରଲାଣ୍ଡର ପରାଜୟ କିମ୍ବା ମ୍ୟାଚ ଡ୍ର ହେଲେ ଭାରତର କ୍ବାର୍ଟର ଫାଇନାଲ ସ୍ଥାନ ପକ୍କା ହେବ । ଉଭୟ ଆୟରଲାଣ୍ଡ ଓ ଭାରତ ତିନୋଟି ଲେଖାଏଁ ମ୍ୟାଚ ହାରିଛନ୍ତି ।

ପ୍ରତ୍ୟେକ ପୁଲ୍‌ର ଶୀର୍ଷ ୪ଟି ଟିମ ନକଆଉଟ ରାଉଣ୍ଡକୁ ଉନ୍ନୀତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Aug 1, 2021, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.