ETV Bharat / sports

'ହକି ସଠିକ ଦିଗରେ ଗତି କରୁଛି'

author img

By

Published : Aug 29, 2020, 11:04 PM IST

rani-rampal
rani-rampal

ରାନୀ କହିଛନ୍ତି, ବର୍ତ୍ତମାନ ମହିଳା ହକିରେ ଅନେକ ପରିବର୍ତ୍ତନ ଆସିଛି । ମହିଳା ହକିକୁ ପୁରୁଷ ଟିମ ସହ ସମାନତା ମହତ୍ତ୍ବ ମିଳିଛି । ଜଣେ ମହିଳା ଖେଳାଳିଙ୍କୁ ସର୍ବୋଚ୍ଚ ପୁରସ୍କାର ମିଳିବା ନିଶ୍ଚିତ ଭାବେ ଦର୍ଶାଉଛି କି କ୍ରୀଡା ସଠିକ ଦିଗରେ ଗତି କରୁଛି ।

ବାଙ୍ଗାଲୁରୁ: ରାନୀ ରାମପାଲଙ୍କୁ ମିଳିଲା ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର । ଜାତୀୟ କ୍ରୀଡା ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଭିସି ମାଧ୍ୟରେ ସମସ୍ତ କ୍ରୀଡାବିତଙ୍କୁ ସମ୍ମାନିତ କରିଛନ୍ତି ।

ତେବେ ପୁରସ୍କାର ମିଳିବା ପରେ ରାନୀ କହିଛନ୍ତି, ବର୍ତ୍ତମାନ ମହିଳା ହକିରେ ଅନେକ ପରିବର୍ତ୍ତନ ଆସିଛି । ମୁଁ ଖେଳ ଆରମ୍ଭ କରିଥିଲି ଯେତେବେଳେ ମହିଳାଙ୍କ ବହୁତ କମ ଟୁର୍ଣ୍ଣାମେଣ୍ଟ ହେଉଥିଲା ।

ଖେଳରତ୍ନରେ ସମ୍ମାନିତ ହୋଇଥିବା ପ୍ରଥମ ମହିଳା ହକି ଖେଳାଳି ହେଉଛନ୍ତି ରାନୀ । ଆହୁରି ମଧ୍ୟ ସେ କହିଛନ୍ତି, ବର୍ଷ ସାରା ଆମେ ଟୁର୍ଣ୍ଣାମେଣ୍ଟେ ଖେଳୁଛୁ । ଫଳରେ ଗତ କିଛି ବର୍ଷ ହେବ ଆମେ ଉନ୍ନତ ପ୍ରଦର୍ଶନ କରିଛୁ । ଯାହା ଫଳରେ ମହିଳା ହକିକୁ ଲୋକପ୍ରିୟତା ମିଳିଲା । ପୁରସ୍କାର ଘୋଷଣା ଦିନ ଠାରୁ ମୋ ଯାତ୍ରା ସମ୍ପର୍କରେ ଚର୍ଚ୍ଚା କରୁଛି । ସେଥିରୁ ଲାଗୁଛି ମହିଳା ହକିକୁ ପୁରୁଷ ଟିମ ସହ ସମାନତା ମହତ୍ତ୍ବ ମିଳିଛି । ଜଣେ ମହିଳା ଖେଳାଳିଙ୍କୁ ସର୍ବୋଚ୍ଚ ପୁରସ୍କାର ମିଳିବା ନିଶ୍ଚିତ ଭାବେ ଦର୍ଶାଉଛି କି କ୍ରୀଡା ସଠିକ ଦିଗରେ ଗତି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.