ETV Bharat / sports

Tokyo Olympics: ବ୍ରୋଞ୍ଜ ବିଜେତା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

author img

By

Published : Aug 5, 2021, 9:31 AM IST

PM modi Congratulates Mens Hockey Team India
Tokyo Olympics: ବ୍ରୋଞ୍ଜ ବିଜେତା ପୁରୁଷ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ । ହକିରେ ପଦକ ଜିତିବାର ଦୀର୍ଘ ୪୧ ବର୍ଷର ଲମ୍ବା ଅପେକ୍ଷାର ଶେଷ ହୋଇଛି । ଜର୍ମାନୀଙ୍କୁ ୫-୪କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛି ଟିମ ଇଣ୍ଡିଆ ।

  • Historic! A day that will be etched in the memory of every Indian.

    Congratulations to our Men’s Hockey Team for bringing home the Bronze. With this feat, they have captured the imagination of the entire nation, especially our youth. India is proud of our Hockey team. 🏑

    — Narendra Modi (@narendramodi) August 5, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଷ ହକି ଟିମକୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ପୁରୁଷ ଟିମ ଉଦ୍ଦେଶ୍ୟରେ ଲେଖିଛନ୍ତି, "ଐତିହାସିକ, ପ୍ରତ୍ୟେକ ଭାରତୀୟଙ୍କ ସ୍ମୃତିରେ ଏହି ଦିନ ସ୍ମରଣୀୟ ହୋଇ ରହିବ ।" ବ୍ରୋଞ୍ଜ ପଦକ ଜିତିଥିବାରୁ ଆମର ପୁରୁଷ ହକି ଟିମକୁ ଅଭିନନ୍ଦନ । ଏହି ସଫଳତା ସହ ସହିତ ସମଗ୍ର ଦେଶର ଆଶା ଓ ଭରସାକୁ ସଫଳ କରିଛନ୍ତି । ଆମର ହକି ଟିମ ପାଇଁ ଭାରତ ଗର୍ବିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.