ETV Bharat / sports

ଖେଳରତ୍ନ ପ୍ରେରଣାର ଉର୍ଜା ସଂଚାର କରିବ: ରାନୀ ରାମପାଲ

author img

By

Published : Aug 22, 2020, 9:25 PM IST

ଖେଳରତ୍ନ ପ୍ରେରଣାର ଉର୍ଜା ସଂଚାର କରିବ: ରାନୀ ରାମପାଲ
rani rampal

ଯେତେବେଳେ ପରିଶ୍ରମ କରି ସମ୍ମାନ ମିଳେ ସେତେବେଳେ ସାନଦାର ଅନୁଭବ ମିଳେ । ଏହି ଆଓ୍ବାର୍ଡ ମତେ ଓ ଅନ୍ୟ ଖେଳାଳିଙ୍କୁ ଏକ ପ୍ରେରଣା ପ୍ରଦାନ କରିବ ବଡ ଉପଲବ୍ଧି ହାସଲ କରି ଦେଶକୁ ଗୌରାବନ୍ବିତ କରିବାର ବୋଲି ରାଜୀବ ଗାନ୍ଧୀ ଖେଳରତ୍ନ ଆଓ୍ବାର୍ଡ ବିଜେତା ରାଣୀ ରାମପାଲ କହିଛନ୍ତି ।

ନୂଆଦିଲ୍ଲୀ: ମହିଳା ହକି ଦଳର କ୍ୟାପଟେନ ରାଣୀ ରାମପାଲଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳିଛି । ଏନେଇ ହକି ଇଣ୍ଡିଆ ଶୁଭେଚ୍ଛା ଜଣାଇଛି । ଏଥିସହ ଏଚଆଇ ଅଜିତ ସିଂଙ୍କୁ ଧ୍ୟାନଚାନ୍ଦ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ, ରୋମେଶ ପାଠନିୟାଙ୍କୁ ଦ୍ରୋଣାଚାର୍ଯ୍ୟ ଆଓ୍ବାର୍ଡ ଓ ଫେଲିକ୍ସଙ୍କୁ ବି ଦ୍ରୋଣଚାର୍ଯ୍ୟ ଆଓ୍ବାର୍ଡ, ମିଳିଥିବାରୁ ଅଭିନନ୍ଦନ ଜଣାଇଛି । ଦୀପକ ଓ ଆକାଶଦୀପ ସିଂଙ୍କୁ ବି ଅର୍ଜୁନ ଆଓ୍ବାର୍ଡ ମିଳିଥିବାରୁ ହକି ଇଣ୍ଡିଆ ଶୁଭେଚ୍ଛା ଜଣାଇଛି ।

ତେବେ କ୍ୟାପଟେନ ରାଣୀ ରାଜୀବ ଗାନ୍ଧୀ ଖେଳରତ୍ନ ଆଓ୍ବାର୍ଡ ମିଳିବା ପରେ କହିଛନ୍ତି ଯେ, ଏହା ମୋ ପାଇଁ ଓ ଖାସ କରି ମୋର ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ । ରାଜୀବ ଗାନ୍ଧୀ ଖେଳରତ୍ନ ଆଓ୍ବାର୍ଡ ଖେଳାଳିଙ୍କୁ ମିଳୁଥିବା ଏକ ପ୍ରତିଷ୍ଠିତ ସମ୍ମାନ ମଧ୍ୟରେ ଗୋଟିଏ । ମୁଁ ଏଥିପାଇଁ ମୋର ପ୍ରଶିକ୍ଷକ, ଟିମର ସାଥୀ, ସାଙ୍ଗ ଓ ପରିବାରକୁ ଧନ୍ୟବାଦ ଜଣାଉଛି । ସେମାନେ ମୋର ସମର୍ଥ ସର୍ବଦା କରିଛନ୍ତି ।

ଆହିରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ପରିଶ୍ରମ କରି ସମ୍ମାନ ମିଳେ ସେତେବେଳେ ସାନଦାର ଅନୁଭବ ମିଳେ । ଏହି ଆଓ୍ବାର୍ଡ ମତେ ଓ ଅନ୍ୟ ଖେଳାଳିଙ୍କୁ ଏକ ପ୍ରେରଣା ପ୍ରଦାନ କରିବ ବଡ ଉପଲବ୍ଧି ହାସଲ କରି ଦେଶକୁ ଗୌରାବନ୍ବିତ କରିବାର । ଅନ୍ୟ ବିଜେତାଙ୍କୁ ବି ଅଭିନନ୍ଦନ ଜଣାଉଛି ।

ଅର୍ଜୁନ ଆଓ୍ବାର୍ଡ ବିଜେତା ଆକାଶଦୀପ ସିଂ କହିଛନ୍ତି ଯେ, ଏହି ପୁରସ୍କାର ମୋ କ୍ୟାରିୟର ସବୁଠାରୁ ଖୁସିର ଅନୁଭବ ଦେଇଛି । ମୁଁ ଚୟନକର୍ତ୍ତା, ସମସ୍ତ କୋଚ, ଟିମର ସାଥୀ, ସାଙ୍ଗ ଓ ପରିବାରକୁ ଧନ୍ୟବାଦ ଜଣାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.