ETV Bharat / sports

Junior Hockey WC: କ୍ବାର୍ଟର-ଫାଇନାଲରେ ଟିମ ଇଣ୍ଡିଆ

author img

By

Published : Nov 27, 2021, 9:23 PM IST

Updated : Nov 27, 2021, 10:28 PM IST

Junior Hockey WC
Junior Hockey WC: କ୍ବାର୍ଟର-ଫାଇନାଲରେ ଟିମ ଇଣ୍ଡିଆ

ପୋଲାଣ୍ଡକୁ ୮-୨ ଗୋଲ୍‌ ରେ ହରାଇ ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିଛି ଡିଫେଣ୍ଡିଂ ଚମ୍ପିଆନ ଭାରତ । କ୍ବାର୍ଟରଫାଇନାଲରେ ବେଲଜିୟମକୁ ଭେଟିବ ଆୟୋଜକ ଭାରତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ଜୁନିଅର ପୁରୁଷ ହକି ବିଶ୍ବକପର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ କମାଲ କରିଛନ୍ତି ଭାରତୀୟ ଜୁନିଅର ହକି ଟିମ । କର ବା ମର ମ୍ୟାଚ୍‌ରେ ପୋଲାଣ୍ଡକୁ ୮-୨ ଗୋଲ୍‌ (India beat Poland 8-2) ରେ ହରାଇ ଜବରଦସ୍ତ ବିଜୟ ସହ ନକଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିଛି ଡିଫେଣ୍ଡିଂ ଚମ୍ପିଆନ ।

ଓଡିଶା ପୁଅ ସୁଦୀପ ଚିରମାକୋ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ରହିଛନ୍ତି ।

ଭାରତ ପକ୍ଷରୁ ସଞ୍ଜୟ, ଅରାଇଜିତ ସିଂହ ହୁଣ୍ଡାଲ, ସୁଦୀପ ଚିରମାକୋ, ଉତ୍ତମ ସିଂ, ସର୍ଦାନନ୍ଦ ତିୱାରୀ ଗୋଲ୍‌ ସ୍କୋର କରିଥିଲେ । ପୋଲାଣ୍ଡ ପକ୍ଷରୁ ୱଜକିଏଚ ରୁଟକୋୱସକି ଓ ରୋବର୍ଟ ପୱଲକ ଦୁଇଟି ଗୋଲ୍‌ କରିଥିଲେ । ଡିସେମ୍ବର ୧ରେ ଟିମ ଇଣ୍ଡିଆ କ୍ବାର୍ଟର-ଫାଇନାଲରେ ବେଲଜିୟମକୁ ଭେଟିବ ।

ପୂର୍ବରୁ ବେଲଜିୟମ ଓ ମାଲେସିଆ ପୁଲ୍‌ ଏ'ରୁ FIH ଓଡିଶା ହକି ପୁରୁଷ ଜୁନିଅର ବିଶ୍ବକପ ୨୦୨୧ କ୍ବାର୍ଟର-ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଟୁର୍ନାମେଣ୍ଟର ଚତୁର୍ଥ ଦିନରେ ଟିମ ବେଲଜିୟମ ଚିଲିକୁ ୩-୦ରେ ହରାଇଥିବାବେଳେ, ମାଲେସିଆ ଦକ୍ଷିଣ ଆଫ୍ରିକାକୁ ୪-୩ରେ ପରାସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 27, 2021, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.