ETV Bharat / sports

ଚିଲି ଗସ୍ତରେ ଭାରତୀୟ ମହିଳା ଜୁନିୟର ହକି ଦଳ, ଓଡିଶାରୁ 3 ଖେଳାଳି

author img

By

Published : Jan 9, 2021, 2:13 PM IST

ଚିଲି ଗସ୍ତରେ ଭାରତୀୟ ମହିଳା ଜୁନିୟର ହକି ଦଳ, ଓଡିଶାରୁ 3 ଖେଳାଳି
ଚିଲି ଗସ୍ତରେ ଭାରତୀୟ ମହିଳା ଜୁନିୟର ହକି ଦଳ, ଓଡିଶାରୁ 3 ଖେଳାଳି

ଚଳିତ ମାସରେ ଭାରତୀୟ ମହିଳା ଜୁନିୟର ହକି ଦଳ ଚିଲି ଗସ୍ତ କରିବ । ଉକ୍ତ 24 ଜଣିଆ ଦଳରେ ଓଡିଶାରୁ 3ଜଣ ଖେଳାଳି ସାମିଲ ଅଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି 3 ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ହାଇଦ୍ରାବାଦ: ଓଡିଆ ମହିଳା ହକି ଖେଳାଳିଙ୍କ ପାଇଁ ଖୁସିର ଖବର । ଚଳିତ ମାସରେ ଭାରତୀୟ ମହିଳା ଜୁନିୟର ହକି ଦଳ ଚିଲି ଗସ୍ତ କରିବ । ଉକ୍ତ 24 ଜଣିଆ ଦଳରେ ଓଡିଶାରୁ 3ଜଣ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ ଜୀବନ କିଶୋରୀ ଟପ୍ପୋ, ମାରିଆନା କୁଜୁର ଓ ଆଜମିନା କୁଜୁର । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଗସ୍ତରେ ଭାରତୀୟ ଜୁନିୟର ଦଳ 6ଟି ମ୍ୟାଚ ଖେଳିବ । ଚଳିତବର୍ଷ ଜୁନିୟର ମହିଳା ବିଶ୍ବକପ ଆୟୋଜିତ ହେବ । ତେବେ ଟିମ ଇଣ୍ଡିଆକୁ ଏହି ଗସ୍ତରୁ ବେଶ୍ ଲାଭ ମିଳିବ । ତେବେ ଆସନ୍ତା 17 ଓ 18ରେ ଭାରତ ଦଳ ଜୁନିୟର ଚିଲି ଦଳ ଭେଟିବ ଓ ଏହାପରେ 20, 21,23 ଓ 24ରେ ସିନିୟର ଟିମ ବିପକ୍ଷରେ ଦଳ ଖେଳିବ ।

ତେବେ ଭାରତୀୟ ଜୁନିୟର ମହିଳା ଦଳର ନେତୃତ୍ବ ନେଇଥିବା ସୁମନ ଦେବୀ ଥୌଦମ କହିଛନ୍ତି ଯେ, ଚିଲି ଗସ୍ତକୁ ନେଇ ସମସ୍ତେ ବେଶ୍ ଉତ୍ସାହିତ ଅଛୁ । କାରଣ, କୋରୋନା ଭାଇରାସ କାରଣରୁ ବହୁତ ଦିନରୁ କୌଣସି ମ୍ୟାଚ ଖେଳିନାହୁଁ । ଏହି ଗସ୍ତରୁ ଆମକୁ ଲାଭ ମିଳିବ । ହକି ଇଣ୍ଡିଆର ଏହି ପ୍ରୟାସ ପାଇଁ ଧନ୍ୟବାଦ ଜଣାଉଛୁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଚିଲି ଗସ୍ତ ଦ୍ବାରା ଅପ୍ରେଲରେ ହେବାକୁ ଥିବା ଏସିଆ କପ ପାଇଁ ପ୍ରସ୍ତୁତି ପାଇଁ ସହାୟକ ହେବ । ଆମେମାନେ ଦୀର୍ଘ ଦିନର ବ୍ରେକ ପରେ ଏକ ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପ୍ରସ୍ତୁତ ଅଛୁ ।

ସୂଚନାଥାଉକି, ଭାରତୀୟ ଜୁନିୟର ଦଳ ଶେଷଥର ପାଇଁ ଡିସେମ୍ବର 19ରେ ମ୍ୟାଚ ଖେଳିଥିଲା ।

24ଜଣିଆ ଦଳ:

ଗୋଲକିପର: ଖୁସବୁ ଓ ରାସନପ୍ରୀତ କୌର

ଡିଫେଣ୍ଡେର: ମହିମା ଚୌଧରୀ, ଗଗନଦୀପ କୌର, ସୁଷମା କୁମାରୀ ଓ ଅକସତା ଧେକାଲେ

ମିଡଫିଲ୍ଡର: ବଲଜୀତ କୌର, ଚେତନା, ମରିୟନା କୌର, ଅଜମିନା କୁଜୁର, ରୀତ, ପ୍ରଭଲୀନ କୌର, ବୈଷ୍ଣବୀ ଫାଲ୍କେ ଓ ପ୍ରୀତ

ଫରଓ୍ବାର୍ଡ: ଜୀବନ କିଶୋରୀ ଟପ୍ପୋ, ମମତାଜ ଖାନ, ଋତୁଜା ପିସାଲ, ସଙ୍ଗୀତା କୁମାରୀ, ବ୍ୟୁଟି ଡୁଙ୍ଗଡୁଙ୍ଗ, ଲାଲରିଦିକି ଓ ଦୀପିକା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.