ETV Bharat / sports

ଆଡ୍‌ ହକ୍‌ କମିଟି ସଦସ୍ୟ ହେବାପରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀପ ତିର୍କୀ

author img

By

Published : Jun 13, 2021, 9:06 PM IST

Updated : Jun 13, 2021, 9:14 PM IST

Dilip Tirkey reaction as meber of Ad hoc committee formed by Hockey India for odisha hockey
ଆଡ୍‌ ହକ୍‌ କମିଟି ସଦସ୍ୟ ହେବାପରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀପ ତିର୍କୀ

ହକି ଇଣ୍ଡିଆର ଉପ-ସଭାପତି ଭୋଳାନାଥ ସିଂହ କମିଟିର ଅଧ୍ୟକ୍ଷ ରହିଥିବାବେଳେ, ଅଲିମ୍ପିଆନ ଦିଲୀପ ତିର୍କୀ ସଦସ୍ୟ ରହିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡ଼ିଶାରେ ହକି ପରିଚାଳନା ପାଇଁ ଗଠନ ହେଲା ଆଡ୍‌ ହକ୍‌ କମିଟି । ହକି ଇଣ୍ଡିଆର ଉପ-ସଭାପତି ଭୋଳାନାଥ ସିଂହ କମିଟିର ଅଧ୍ୟକ୍ଷ ରହିଥିବାବେଳେ ଅଲିମ୍ପିଆନ ଦିଲୀପ ତିର୍କୀ ସଦସ୍ୟ ରହିଛନ୍ତି । ଏଥିସହ ଓଡିଶା ଅଲିମ୍ପିକ ସଂଘର ‌ଜଣେ ପ୍ରତିନିଧିଙ୍କୁ ତୃତୀୟ ସଦସ୍ୟ ଭାବେ ରଖାଯାଇଛି ।

ତେବେ ତୃତୀୟ ସଦସ୍ୟ ପାଇଁ ଜଣେ ମନୋନୀତ ପ୍ରତିନିଧିଙ୍କ ନାମ ପଠାଇବାକୁ ହକି ଇଣ୍ଡିଆ ପକ୍ଷରୁ ରାଜ୍ୟ ଅଲିମ୍ପିକ ସଂଘକୁ ଅନୁରୋଧ କରାଯାଇଛି ।

ଆଡ୍‌ ହକ୍‌ କମିଟି ସଦସ୍ୟ ହେବାପରେ ପ୍ରତିକ୍ରିୟା ରଖିଲେ ଦିଲ୍ଲୀପ ତିର୍କୀ

ରାଜ୍ୟରେ ହକି ଖେଳର ପରିଚାଳନା ପାଇଁ ପୂର୍ବରୁ ରହିଆସିଥିବା ସ୍ବୀକୃତିପ୍ରାପ୍ତ ସଂଗଠନ ହକି ଓଡ଼ିଶାରେ ଦୀର୍ଘ ଦିନ ଧରି ଅନିୟମିତତା ଚାଲିଥିବା ସର୍ବଭାରତୀୟ ସଂଘ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ହକି ପରିଚାଳନା ଦାୟିତ୍ବ ଆଡ୍‌ ହକ୍‌ କମିଟି ଉପରେ ନ୍ୟସ୍ତ କରିବାକୁ ସର୍ବଭାରତୀୟ ସଂଘ ନିଷ୍ପତ୍ତି ନେଇଛି ।

ସେପଟେ ଓଡ଼ିଶା ହକିର ସର୍ବାଧିକ ବିକାଶ ଦିଗରେ କମିଟି କାମ କରିବ ବୋଲି ଦିଲୀପ ତିର୍କୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated :Jun 13, 2021, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.