ETV Bharat / sports

କୋରୋନା କବଳରେ କ୍ୟାପଟେନ ରାନୀଙ୍କ ସମେତ 7 ହକି ଖେଳାଳି

author img

By

Published : Apr 26, 2021, 8:03 PM IST

Covid-19: Rani Rampal and six other women's hockey team members test positive
କୋରୋନା କବଳରେ କ୍ୟାପଟେନ ରାନୀଙ୍କ ସମେତ 7 ହକି ଖେଳାଳି

ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କ ସମେତ ଅନ୍ୟ 6ଜଣ ଖେଳାଳି କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କ ସମେତ ଅନ୍ୟ 6ଜଣ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ବେଙ୍ଗାଲୁରୁରେ ଅଭ୍ୟାସ ଶିବିର ପାଇଁ ନିଜ ହୋମଟାଉନ୍‌ରୁ ଆସିବା ସମୟରେ ସଂକ୍ରମଣର ଶିକାର ହୋଇଥିବା କୁହାଯାଉଛି ।

Covid-19: Rani Rampal and six other women's hockey team members test positive
ରାନୀ ରାମପାଲ

ରାନୀଙ୍କ ବ୍ୟତୀତ ସବିତା ପୁନିଆ, ଶର୍ମିଳା ଦେବୀ, ରଜନୀ, ନବଜୋତ କୌର, ନବନୀତ କୌର ଓ ସୁଶୀଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦୁଇଜଣ ସପୋର୍ଟ ଷ୍ଟାଫଙ୍କ କୋଭିଡ-19 ରିପୋର୍ଟ ମଧ୍ୟ ପଜିଟିଭ ରହିଛି ।

ତେବେ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ନଥିବା ଜଣାପଡିଛି । ଏପ୍ରିଲ 24ରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.