ETV Bharat / sports

Asian Champions Trophy: ଥାଇଲାଣ୍ଡକୁ ୧୩-୦ରେ ହରାଇଲା ଭାରତ, ଲିଲିମାଙ୍କ କମାଲ୍‌

author img

By

Published : Dec 5, 2021, 4:32 PM IST

Asian Champions Trophy: Indian women's hockey team crushes Thailand 13-0
Asian Champions Trophy: ଥାଇଲାଣ୍ଡକୁ ୧୩-୦ରେ ହରାଇଲା ଭାରତୀୟ ମହିଳା ହକି ଟିମ

ଦମଦାର ବିଜୟରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଟିମ । ରବିବାର ଡ୍ରାଗ୍‌ଫ୍ଲିକର ଗୁରଜିତ କୌରଙ୍କ ୫ଟି ଜବରଦସ୍ତ ଗୋଲ୍‌ ଓ ଓଡିଆ ଖେଳାଳି ଲିଲିମା ମିଞ୍ଜ୍‌ଙ୍କ ଦୁଇଟି ଗୋଲ୍‌ ବଳରେ ଥାଇଲାଣ୍ଡକୁ ୧୩-୦ର ବଡ ବ୍ୟବଧାନରେ ହରାଇଲା ଭାରତ ।

ଡୋଙ୍ଗହାଏ(ଦକ୍ଷିଣ କୋରିଆ): ଦମଦାର ବିଜୟରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ହକି ଟିମ । ରବିବାର ଡ୍ରାଗ୍‌ଫ୍ଲିକର ଗୁରଜିତ କୌରଙ୍କ ୫ଟି ଜବରଦସ୍ତ ଗୋଲ୍‌ ବଳରେ ଥାଇଲାଣ୍ଡକୁ ୧୩-୦ର ବଡ ବ୍ୟବଧାନରେ ହରାଇଲା ଭାରତ ।

  • A flurry of goals ✅
    Clean Sheet ✅

    A dominating and disciplined performance by the Indian Women's Hockey Team against Thailand in the Asian Champions Trophy 😍#IndiaKaGame pic.twitter.com/Inwz40J6du

    — Hockey India (@TheHockeyIndia) December 5, 2021 " class="align-text-top noRightClick twitterSection" data=" ">

ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତ ସହ ଖେଳିଥିବା ଭାରତ । ମ୍ୟାଚ୍‌ ଆରମ୍ଭର ପ୍ରଥମ ୨ ମିନିଟ୍‌ରେ ହିଁ ଭାରତକୁ ପେନାଲିଟି ଷ୍ଟ୍ରୋକ୍‌ ମିଳିଥିଲା ଓ ଟୋକିଓ ଅଲମ୍ପିକ୍‌ରେ ୪ଟି ଗୋଲ୍‌ କରିଥିବା ଗୁରଜିତ ଥାଇଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଗୋଲ୍‌ ସ୍କୋର କରିଥିଲେ । ଫଳରେ ଭାରତ ୧-୦ରେ ଭାରତ ଆଗୁଆ ହୋଇଥିଲା । ଏହାର ୪୫ ମିନିଟ ପରେ ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବେ ଅଲମ୍ପିକ୍‌ରେ ହ୍ୟା-ଟ୍ରିକ୍‌ (hat-trick) ଗୋଲ୍‌ କରିଥିବା ବନ୍ଦନା କାଟାରିୟା ଦ୍ବିତୀୟ ଗୋଲ୍‌ କରିଥିଲେ ।

ପରେ ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ଓଡିଆ ଖେଳାଳି ଲିଲିମା ମିଞ୍ଜ ଆଉ ଏକ ଫିଲ୍ଡ ଗୋଲ୍‌ କରିଥିଲେ । ଏହାପରେ ଭାରତକୁ ୧୪ତମ ଓ ୧୫ତମ ମିନିଟରେ ଆଉ ଦୁଇଟି ପେନାଲିଟି କର୍ଣ୍ଣର ମିଳିଥିଲା । ଗୁରଜିତ ଓ ଜ୍ୟୋତି ଏହି ସୁଯୋଗକୁ ଗୋଲ୍‌ରେ ପରିଣତ କରିବା ସହ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଲିଡ୍‌କୁ ୫-୦ରେ ପହଞ୍ଚାଇଥିଲେ ।

ଦ୍ବିତୀୟ କ୍ବାର୍ଟରରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରାଜୱିନ୍ଦର କୌର ୧୬ତମ ମିନିଟ୍‌ରେ ଏକ ଗୋଲ୍‌ କରିଥିଲେ । ପରେ ୨୪ତମ ମିନିଟ୍‌ରେ ଗୁରଜିତ ତୃତୀୟ ଗୋଲ୍‌ କରିଥିଲେ ଓ ୨୪ତମ ମିନିଟରେ ଲିଲିମା ପେନାଲିଟି କର୍ଣ୍ଣରର ଫାଇଦା ଉଠାଇ ଆଉଏକ ଗୋଲ୍‌ କରିଥିଲେ ।

ଏହାମଧ୍ୟ ପଢନ୍ତୁ: Junior Hockey WC: ଆଜି ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଟକ୍କର

ଥାଇ ଟିମର ଡିଫେନ୍ସକୁ ପ୍ରତିହତ କରିବା ସହ ଭାରତୀୟ ଟିମ ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ଗୁରଜିତଙ୍କ ଦ୍ବାରା ଆଉ ଏକ ପେନାଲିଟ କର୍ଣ୍ଣର ହାସଲ କରିଥିଲା । ଫଳରେ ଦ୍ବିତୀୟ କ୍ବାର୍ଟ ସୁଦ୍ଧା ଭାରତର ସ୍କୋର ୯-୦ ରହିଥିଲା ।

ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ଫିଲ୍ଡ ଗୋଲ୍‌ ପରେ ଭାରତର ଗୋଲ୍‌ ସଂଖ୍ୟା ୧୦ରେ ପହଞ୍ଚିଥିଲା । ପରେ ନିୟମିତ ବ୍ୟବଧାନରେ ଭାରତ ଗୋଲ୍‌ କରିବା ଜାରି ରଖିବା ସହ ଚତୁର୍ଥ କ୍ବାର୍ଟର ଶେଷରେ ୧୩-୦ରେ ବିଜୟୀ ହୋଇଥିଲା ।

ଏହି ମ୍ୟାଚ୍‌ ଟୋକିଓ ଅଲମ୍ପିକ୍‌ ପରେ ଭାରତୀୟ ମହିଳା ହକି ଟିମର ପ୍ରଥମ ମ୍ୟାଚ୍‌ । କ୍ୟାପଟେନ ରାନୀ ରାମପାଲଙ୍କୁ ଏହି ଟୁର୍ନାମେଣ୍ଟରୁ ବିଶ୍ରାମ ଦିଆଯାଇଥିବାବେଳେ ଗୋଲକିପର ସବିତା ପୁନିଆଙ୍କୁ କ୍ୟାପଟେନ ଭାରତ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.