ETV Bharat / sports

Hockey Men's Junior WC: ଟାର୍ଗେଟ ଟ୍ରଫି, ଲଢିବେ ୧୬ ଟିମ

author img

By

Published : Nov 22, 2021, 5:00 PM IST

16 teams ready to battle it out for FIH Odisha Hockey Men's Junior WC
Hockey Men's Junior WC: ଟାର୍ଗେଟ ଟ୍ରଫି, ଲଢିବେ ୧୬ ଟିମ

ମଞ୍ଚ ପ୍ରସ୍ତୁତ, ୧୬ ଅଂଶଗ୍ରହଣକାରୀ ଟିମ ପ୍ରସ୍ତୁତ । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ FIH ଓଡିଶା ଜୁନିଅର ପୁରୁଷ ହକି ବିଶ୍ବକପ ପାଇଁ ବଢୁଛି ଉତ୍କଣ୍ଠା । ନଭେମ୍ବର ୨୪କୁ ଅପେକ୍ଷା । ଅଧିକ ପଢନ୍ତୁ

ଭୁବନେଶ୍ବର: ମଞ୍ଚ ପ୍ରସ୍ତୁତ, ୧୬ ଅଂଶଗ୍ରହଣକାରୀ ଟିମ ପ୍ରସ୍ତୁତ। ଐତିହାସିକ କଳିଙ୍ଗ ଷ୍ଟାଡିୟମରେ FIH ଓଡିଶା ଜୁନିଅର ପୁରୁଷ ହକି ବିଶ୍ବକପ (Hockey Men's Junior WC) ଭୁବନେଶ୍ବର ୨୦୨୧ର ଶୀର୍ଷ ସମ୍ମାନ ପାଇଁ ଲଢେଇ ହେବ । କେବଳ ନଭେମ୍ବର ୨୪କୁ ଅପେକ୍ଷା ।

ସମସ୍ତ ୧୬ଟି ଟିମ ୪ଟି ପୁଲ୍‌ରେ ବିଭକ୍ତ ହୋଇଛନ୍ତି । ଫଳରେ ପ୍ରତ୍ୟେକ ପୁଲ୍‌ର ସମସ୍ତ ୪ଟି ଟିମ ଶୀର୍ଷ ଦୁଇ ସ୍ଥାନ ମଧ୍ୟରେ ରହିବାକୁ ଲଢେଇ କରିବେ । କାରଣ ପ୍ରତ୍ୟେକ ପୁଲ୍‌ର ଶୀର୍ଷ ଦୁଇଟି ଟିମ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର-ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ ।

ପୁଲ୍‌ ଏରେ ୟୁରୋପିଅନ ଶକ୍ତିଶାଳୀ ବେଲଜିୟମର ଟକ୍କର ମାଲେସିଆ, ଚିଲେ ଓ ଦକ୍ଷିଣ ଆଫ୍ରିକା ସହ ହେବ ।

ଡିଫେଣ୍ଡିଂ ଚମ୍ପିଆନ ଭାରତ ଗ୍ରୁପ୍‌ ବି'ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ରହିଛି । ଗତ ସପ୍ତାହରେ ସମସ୍ତ ୩ଟି ଟିମ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି । ଘରୋଇ ପରିବେଶରେ ଅଲମ୍ପିଆନ କ୍ୟାପଟେନ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ଟିମ ସମ୍ମାନଜନକ ଟ୍ରଫି ନିଜ ପାଖରେ ରଖିବାକୁ ଦମ ଲଗାଇବ ।

ବର୍ଷ ୨୦୧୬ରେ ଟିମ ଇଣ୍ଡିଆ ଚମ୍ପିଆନ ହୋଇଥିଲା । ଫଳରେ ସମାନ ପ୍ରକାର ପ୍ରଦର୍ଶନକୁ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ଟିମ ରହିଥିବା କହିଛନ୍ତି କ୍ୟାପଟେନ ବିବେକ ସାଗର ।

ନେଦରଲାଣ୍ଡ୍‌ସ, ସ୍ପେନ କୋରିଆ, USA ପୁଲ୍‌ ସି'ରେ ରହିଛନ୍ତି ଓ ପୁଲ୍‌ ଡି'ରେ ରହିଛନ୍ତି ଜର୍ମାନୀ, ପାକିସ୍ତାନ, ଇଜିପ୍ଟ ଓ ଆର୍ଜେଣ୍ଟିନା । ଫଳରେ ଏହି ଗ୍ରୁପରେ ଜବରଦସ୍ତ ଟକ୍କର ହେବାନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.