ETV Bharat / sports

ଓଡିଶା FCରେ ଟିମ ଇଣ୍ଡିଆ ଡିଫେଣ୍ଡର ଲାଲ୍ରୁଅଥରା

author img

By

Published : Jun 8, 2021, 5:27 PM IST

Odisha FC signs Indian defender Lalruatthara
ଓଡିଶା ଏଫସିରେ ଟିମ ଇଣ୍ଡିଆ ଡିଫେଣ୍ଡର ଲାଲ୍ରୁଅଥରା

ଭାରତୀୟ ଷ୍ଟାର ଡିଫେଣ୍ଡର ଲାଲ୍ରୁଅଥରାଙ୍କ ସହ ଦୁଇବର୍ଷିଆ ଚୁକ୍ତି କରିଛି ଓଡିଶା ଏଫସି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗର ଅଷ୍ଟମ ସଂସ୍କରଣ ପୂର୍ବରୁ ଶକ୍ତି ସଂଗ୍ରହରେ ଲାଗିପଡିଛି ଓଡିଶା ଏଫସି । ଭାରତୀୟ ଷ୍ଟାର ଡିଫେଣ୍ଡର ଲାଲ୍ରୁଅଥରାଙ୍କ ସହ ଦୁଇବର୍ଷିଆ ଚୁକ୍ତି କରିଛି ଭୁବନେଶ୍ବର ସ୍ଥିତ କ୍ଲବ । ଫଳରେ ଲାଲ୍ରୁଅଥରା ଓଡିଶା ଏଫସି କ୍ଲବରେ ସାମିଲ ହୋଇଛନ୍ତି ।

ବର୍ଷ 2015ରେ ଐଜଲ ଏଫସି ପକ୍ଷରୁ ପେଷାଦାର କ୍ୟାରିୟର ଆରମ୍ଭ କରିଥିଲେ ଲାଲ୍ରୁ । ଆଇ-ଲିଗ ଟାଇଟେଲ ବିଜୟୀ ଟିମର ସଦସ୍ୟ ମଧ୍ୟ ଥିଲେ । ପରେ 2017ରେ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ଖେଳିଥିଲେ ଓ ସିଜିନର ହିରୋ ISL ଏମର୍ଜିଂ ଖେଳାଳି ଆାୱାର୍ଡ ଜିତିଥିଲେ । ଏହା ତାଙ୍କର ପ୍ରଥମ ISL ଟୁର୍ଣ୍ଣାମେଣ୍ଟ ଅଂଶଗ୍ରହଣ ଥିଲା ।

23ବର୍ଷରୁ କମ ଭାରତୀୟ ଦଳରେ ମଧ୍ୟ ଜଣେ ଷ୍ଟାର ଡିଫେଣ୍ଡର ଭାବେ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି । ଲାଲ୍ରୁଅଥରା ଓଡିଶା ଏଫସିରେ ସାମିଲ ହେବାପରେ ଖୁସିବ୍ୟକ୍ତ କରିଛନ୍ତି କ୍ଲବ ସଭାପତି ରାଜ ଅଥୱାଲ । ଓଡିଶା ଏଫସି ସିଇଓ ରୋହନ ଶର୍ମା ମଧ୍ୟ ଡିଫେଣ୍ଡର ଲାଲ୍ରୁଅଥରା ସାମିଲ ହେବାପରେ କ୍ଲବରେ ଅଧିକ ଶକ୍ତିଶାଳୀ ହେବାନେଇ ପ୍ରଭାବୀ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.