ETV Bharat / sports

COVID-19: ମେସିଙ୍କୁ କୋରୋନା, ଫ୍ରାନ୍ସରେ ସ୍ଥିତି ଅସମ୍ଭାଳ

author img

By

Published : Jan 2, 2022, 9:24 PM IST

ଶନିବାର ୨୪ ଘଣ୍ଟାରେ ଫ୍ରାନ୍ସରେ ୨୧୯,୧୨୬ ନୂଆ COVID-19 ପଜିଟିଭ କେସ ସାମ୍ନାକୁ ଆସିଛି । ଲଗାତାର ଚତୁର୍ଥ ଦିନରେ ୨୦୦,୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ

Lionel messi tests positive for covid-19
COVID-19: ମେସିଙ୍କୁ କୋରୋନା, ଫ୍ରାନ୍ସରେ ସ୍ଥିତି ଅସମ୍ଭାଳ

ହାଇଦ୍ରାବାଦ: ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ଲିଓନେଲ ମେସି COVID-19 ପଜିଟିଭ ଚିହ୍ନଟ । ମେସିଙ୍କ ବ୍ୟତୀତ ଅନ୍ୟ ୩ ଖେଳାଳି ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଫ୍ରେଞ୍ଚ୍‌ ଲିଗ୍‌ ୧ କ୍ଳବ ରବିବାର ଘୋଷଣା କରିଛି ।

୩୪ ବର୍ଷୀୟ ମେସି ବାର୍ସେଲୋନା କ୍ଳବ ସହ ଦୀର୍ଘ ଦିନର ସଂପର୍କକୁ ଛିନ୍ନ କରି PSGରେ ଅଗଷ୍ଟରେ ସାମିଲ ହୋଇଥିଲେ । ଡିଫେଣ୍ଡର ଜୁଆନ ବର୍ନଟ, ବ୍ୟାକ-ଅପ୍‌ ଗୋଲକିପର ସର୍ଜିଓ ରିକୋ ଓ ମିଡପିଲ୍ଡର ନାଥନ ବିଟୁମାଜଲା ମଧ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ୪ଜଣ ଖେଳାଳି ଆଇସୋଲେସନରେ ଥିବା PSG ଏକ ବିବୃତିରେ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: Ashes: ଇଂଲଣ୍ଡ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କୁ କୋରୋନା

ଶନିବାର ୨୪ ଘଣ୍ଟାରେ ଫ୍ରାନ୍ସରେ ୨୧୯,୧୨୬ ନୂଆ COVID-19 ପଜିଟିଭ କେସ ସାମ୍ନାକୁ ଆସିଛି । ଲଗାତାର ଚତୁର୍ଥ ଦିନରେ ୨୦୦,୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୧୦ ମିଲିଅନରୁ ଅଧିକ COVID-19 ପଜିଟିଭ ଚିହ୍ନଟ ମାମଲାରେ ଆମେରିକା, ବ୍ରାଜିଲ, ବ୍ରିଟେନ ଓ ଋଷିଆ ସହ ସାମିଲ ହୋଇଛି ।

୧୯ଟି ମ୍ୟାଚ୍‌ ପରେ ୪୬ ପଏଣ୍ଟ ସହ ଲିଗ୍‌ ୧ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି PSG । ସୋମବାର ଠାରୁ ଫ୍ରେଞ୍ଚ୍‌ କପ୍‌ ରାଉଣ୍ଡ-୩୨ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.