ETV Bharat / sports

WORLD CUP 2023: ‘ଚହଲଙ୍କ ସିଲେକ୍ସନ ନହେବା ଆଶ୍ଚର୍ଯ୍ୟଜନକ, ଭାରତୀୟ ପିଚରେ ସେ ମ୍ୟାଚ ଓ୍ବିନର’

author img

By ETV Bharat Odisha Team

Published : Sep 29, 2023, 10:21 PM IST

ଭାରତୀୟ ଟିମରେ ଚହଲଙ୍କ ଚୟନ ନିହାତି ହେବାର ଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ । ଅଧିକ ପଢନ୍ତୁ

world cup 2023:  ‘ଚହଲଙ୍କ ସିଲେକ୍ସନ ନହେବା ଆଶ୍ଚର୍ଯ୍ୟଜନକ, ଭାରତୀୟ ପିଚରେ ସେ ମ୍ୟାଚ ଓ୍ବିନର’ :ଯୁବି
world cup 2023: ‘ଚହଲଙ୍କ ସିଲେକ୍ସନ ନହେବା ଆଶ୍ଚର୍ଯ୍ୟଜନକ, ଭାରତୀୟ ପିଚରେ ସେ ମ୍ୟାଚ ଓ୍ବିନର’ :ଯୁବି

ହାଇଦ୍ରାବାଦ: କ୍ରିକେଟ ବିଶ୍ବକପ ଆଉ ମାତ୍ର କିଛି ଦିନ ଥିବା ବେଳେ ଭାରତୀୟ ଦଳ ତାହାର ସ୍କ୍ବାଡ୍‌ ଘୋଷଣା କରିଛି କିନ୍ତ ଏହାରି ଭିତରେ ୟେଜୁବେନ୍ଦ୍ର ଚହଲ ସ୍ଥାନ ପାଇନାହାନ୍ତି । ଯାହାକୁ ନେଇ ଖପ୍ପା ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ । ୟେଜୁବେନ୍ଦ୍ର ଚହଲ ଓ୍ବାର୍ଲ୍ଡକପ ଟିମରେ ସିଲେକ୍ସନ ନେହେବା ମୋତେ ଆଶ୍ଚର୍ଯ୍ୟ କରିଛି । ଚହଲଙ୍କ ଚୟନ ଜରୁରୀ ଥିଲା । ଭାରତୀୟ ଟିମରେ ତାଙ୍କର ଚୟନ ନିହାତି ହେବାର ଥିଲା ବୋଲି ଆଜି କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ତଥା ବିଶ୍ବକପ ବିଜୟୀ ଭେଟେରାନ ଯୁବରାଜ ସିଂହ । ପ୍ରକାଶ ଯେ, ଭାରତୀୟ ଦେଳ ଘୋଷଣା ସମୟରେ ପ୍ରଥମେ ଚହଲଙ୍କୁ 15 ଜଣିଆ ଦଳରେ ସ୍ଥାନ ମିଳିନଥିଲା । ପରେ ମଧ୍ୟ ଅକ୍ଷର ପଟେଲଙ୍କ ରିପ୍ଲେସରେ ଚହଲଙ୍କୁ ସିଲେକ୍ସନ କରାଯାଇନଥିଲା । ବରଂ ଅକ୍ଷରଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳିଛି ।

2011 ବିଶ୍ବକପ ର ଶ୍ରେଷ୍ଠ ଖେଳାଳି ଯୁବରାଜ କହିଛନ୍ତି, ଭାରତୀୟ ଦଳ ବେଶ୍ ସୁଦୃଢ ଏବଂ ଶକ୍ତିଶାଳୀ ଦଳ କିନ୍ତୁ ଭାରତୀୟ କଣ୍ଡିସନ ( ପିଚରେ) ଜଣେ ଲେଗ ସ୍ପିନରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହ ଯୁବରାଜ ପୁଣି କହିଛନ୍ତ, ଯଦି ଭାରତୀୟ ଦଳକୁ ବିଶ୍ବକପ ଜିତିବାକୁ ହେବ , ତାହାଲେ ଦଳର ସମସ୍ତ ଖେଳାଳିଙ୍କୁ ତାଙ୍କର ବେଷ୍ଟ ଦେବାକୁ ପଡିବ । ତେବେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଟିମ ନିକଟରେ ଏସିଆ କପ ଟାଇଟର ଅଷ୍ଟମ ଥର ପାଇଁ ଜିତି ଥଇବା ବଳେ ଟିମ ଇଣ୍ଡିଆକୁ କ୍ରିକେଟ ପଣ୍ଡିତ ମାନେ ଫେଭରେଟ ଭାବେ ବିବେଚନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...Asian Games 2023: ମହିଳା ସ୍କ୍ବାଶ୍ ଦଳକୁ କାଂସ୍ୟ, ଭାରତ ପଦକ ସଂଖ୍ୟା 31କୁ ବୃଦ୍ଧି

ଯୁବି ପୁଣି କହିଛନ୍ତି, ଟିମରେ ଜଣେ ଲେଗ ସ୍ପିନରଙ୍କ ସ୍ଥାନ ସ୍ବତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତ, ଚହଲ ଏମିତି ଜଣେ ଖେଳାଳି ଯିଏ କୌଣସି ଖେଳାଳିଙ୍କୁ ଚକମା ଦେବାକୁ ଓସ୍ତାଦ । ତେବେ ଅକ୍ଟୋବର 8 ତାରିଖରୁ ଭାରତ ତାର ବିଶ୍ବକପ ଅଭିଯାନ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ । 45 ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଭ୍ୟାସ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ ଚାଲିଥିବା ବେଳେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନ୍ୟ ମ୍ୟାଚଟି ଚାଲିଛି । ପ୍ରକାଶ ଯେ ବିଶ୍ୱକପ ଅକ୍ଟୋବର 5ରୁ ଆରମ୍ଭ ହୋଇ ନଭେମ୍ବର 19 ତାରିଖ ପର୍ଯ୍ୟନ୍ତ ଚାଲିବ ।

କ୍ରିକେଟ ବିଶ୍ବକପକୁ ପାଇଁ ହାତରେ ମାତ୍ର ଆଉ 5 ଦିନ ଥିବାବେଲେ ଏହାରି ଭିତରେ ଆଇସିସି ବିଶ୍ବକପ ପାଇଁ ତାର ଚୂଡାନ୍ତ ଖେଳାଳି ତାଲିକା ପ୍ରକାଶ କରିଛି । ବିଶ୍ବକପରେ ଅଂଶଗ୍ରହଣକାରୀ 10 ଦଳ ପାଇଁ ସ୍କ୍ବାଡ ଘୋଷଣା କରିଛି ।

ଭାରତ ସ୍କ୍ବାଡ୍‌: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର , କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ସାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୂଳଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.