ETV Bharat / sports

IND VS NZ: ରାହାଣେଙ୍କୁ କ୍ୟାପଟେନ କୋହଲିଙ୍କ ସମର୍ଥନ, ସମାଲୋଚକଙ୍କୁ କଡା ଜବାବ

author img

By

Published : Dec 6, 2021, 7:56 PM IST

'Won't make decision based on the atmosphere outside': Kohli on Rahane's future
IND VS NZ: ରାହାଣେଙ୍କୁ କ୍ୟାପଟେନ କୋହଲିଙ୍କ ସମର୍ଥନ, ସମାଲୋଚକଙ୍କୁ କଡା ଜବାବ

ଅଜିଙ୍କ୍ୟ ରାହାଣେଙ୍କ ସମର୍ଥନରେ ବାହାରିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଚଳିତ ବର୍ଷ ନିଜର ଖରାପ ଫର୍ମ ପାଇଁ ସମାଲୋଚିତ ହୋଇଛନ୍ତି ଟେଷ୍ଟ ଭାଇସ କ୍ୟାପଟେନ ରାହାଣେ । ଅଧିକ ପଢନ୍ତୁ

ମୁମ୍ବାଇ: ଅଜିଙ୍କ୍ୟ ରାହାଣେଙ୍କ ସମର୍ଥନରେ ବାହାରିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ଚଳିତ ବର୍ଷ ନିଜର ଖରାପ ଫର୍ମ ପାଇଁ ସମାଲୋଚିତ ହୋଇଛନ୍ତି ଟେଷ୍ଟ ଭାଇସ କ୍ୟାପଟେନ ରାହାଣେ । କୋହଲିଙ୍କ ଅନୁପସ୍ଥିତିରେ କାନପୁର ଟେଷ୍ଟରେ ନେତୃତ୍ବ ସମ୍ଭାଳିଥିବା ରାହାଣେଙ୍କୁ ମୁମ୍ବାଇ ଟେଷ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା ।

କାନପୁର ଟେଷ୍ଟରେ ରାହାଣେ ଫିଲ୍ଡିଂ ସମୟରେ ମାଂସପେଶୀରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଥିଲା । ଫଳରେ ଆହତ କାରଣରୁ ତାଙ୍କୁ ମୁମ୍ବାଇ ଟେଷ୍ଟରୁ ବାଦ୍‌ ଦିଆଯାଇଥିଲା ।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ପରେ ମ୍ୟାଚ୍‌ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଛନ୍ତି, ରାହାଣେଙ୍କ ଫର୍ମକୁ ଆକଳନ କରିବା ଉଚିତ୍‌ ହେବ ନାହିଁ । ରାହାଣେଙ୍କୁ ନିଜର ତ୍ରୁଟି ସୁଧାରିବା ସଠିକ ଭାବେ ଜଣା । କୌଣସି ଖେଳାଳିଙ୍କ କଠିନ ସମୟରେ ଟିମ ସମର୍ଥନ କରିବ । ଅତୀତରେ ଅନେକ କଠିନ ପରିସ୍ଥିତିରେ ସେ ଟିମ ପାଇଁ ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଛନ୍ତି । ବାହାରେ ଅନେକ ସମାଲୋଚନା ହେଉଛି, କିନ୍ତୁ ଟିମ ଏଥିରେ ଖୁସି ନୁହେଁ । ବାହାରେ ହେଉଥିବା(atmosphere outside) ଚର୍ଚ୍ଚା ଅନୁଯାୟୀ ନିଷ୍ପତ୍ତି ନିଆଯାଇନାହିଁ । ଭଲ ପ୍ରଦର୍ଶନରେ ପ୍ରଶଂସା କରୁଥିବା ସମାନ ଲୋକେ ଦୁଇମାସ ପରେ ଟିମରୁ ବାହାର ହେବାକୁ ଚାହାଁନ୍ତି ।"

ଏହାମଧ୍ୟ ପଢନ୍ତୁ: Watch: ବିରାଟଙ୍କ ବଡ ବୟାନ, କହିଲେ ବଦଳିବନି ବିଜୟ ମାନସିକତା

ସୋମବାର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଛି ଭାରତ । ଫଳରେ ୧-୦ରେ ସିରିଜ କବ୍ଜା କରିଛି । ଏହି ବିଜୟ ସହ ଟିମ ଇଣ୍ଡିଆ ICC ଟେଷ୍ଟ ମାନ୍ୟତାର ନମ୍ବର ୧ ସ୍ଥାନକୁ ଫେରିଛି ।

ଡିସେମ୍ବର ୨୬ରେ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ । ୩ଟି ଟେଷ୍ଟ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.