ETV Bharat / sports

T20 ବିଶ୍ବକପରେ ଓପନିଂ କରିବେ ବିରାଟ କୋହଲି: ରୋହିତ ଶର୍ମା

author img

By

Published : Sep 18, 2022, 5:10 PM IST

ଟି୨୦ ବିଶ୍ବକପରେ ବ୍ୟାକଅପ ଓପନର ଭାବରେ ବିରାଟ କୋହଲି ( Virat Kohli ) ଭରସାଯୋଗ୍ୟ ଅଟନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ଅଧିନାୟ ରୋହିତ ଶର୍ମା । ଅଧିକ ପଢନନ୍ତୁ

ବିଶ୍ବକପରେ ଓପନିଂ କରିବେ ବିରାଟ କୋହଲି : ରୋହିତ ଶର୍ମା
ବିଶ୍ବକପରେ ଓପନିଂ କରିବେ ବିରାଟ କୋହଲି : ରୋହିତ ଶର୍ମା

ହାଇଦ୍ରାବାଦ: ଆଗାମୀ ଟି-୨୦ ବିଶ୍ବକପରେ ଓପନିଂ କରିବେ ବିରାଟ କୋହଲି (ICC T20 World Cup)। କିଏ ଓପନିଂ କରିବ ତାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା (Rohit Sharma ) । ସେ କହିଛନ୍ତି ବିରାଟ କୋହଲି ଟି-୨୦ ବିଶ୍ବକପରେ କିଛି ମ୍ୟାଚରେ ଓପନିଂ କରିବେ । ଆମ ପାଖରେ ଦ୍ବିତୀୟ ଓପନର ବିକଳ୍ପ ନାହିଁ । ତଥାପି ବିରାଟ କୋହଲି (Virat Kohli ) ତୃତୀୟ ଅର୍ଡର ବ୍ୟାଟ୍‌ର ହିସାବରେ ତାଙ୍କ ଉପରେ ଓପନିଂ ପାଇଁ ଭରସା କରାଯାଇପାରେ । ସେ ଟି-୨୦ ବିଶ୍ବକପରେ ଦରକାର ପଡିଲେ ଓପନିଂ କରିବେ ।

ଆସନ୍ତା ୨୦ ତାରିଖରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ତେବେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ବକପ ନେଇ ବୟାନ ରଖିଛନ୍ତି । ସେ କହିଛନ୍ତି, "ଟି-୨୦ ବିଶ୍ବକପ ପାଇଁ ଦ୍ବିତୀୟ ଓପନର ବିକଳ୍ପ ଚୟନ କରାଯାଇନାହିଁ । ତଥାପି ତୃତୀୟ ଅର୍ଡର ବ୍ୟାଟର ହିସାବରେ ବିରାଟ କୋହଲି ଓପନିଂ କରିପାରିବେ । ନିକଟରେ ଖେଳାଯାଇଥିବା ଏସିଆ କପରେ ବିରାଟ କୋହଲି ସୁପର ୪ ଲିଗ ମ୍ୟାଚରେ ଆଫଗାନିସ୍ଥାନ ପକ୍ଷରୁ ଓପନିଂ କରି ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ।

ତେଣୁ ସେ ଟି-୨୦ ବିଶ୍ବକପରେ ଦରକାର ପଡିଲେ ଓପନିଂ କରିବେ । ସେ ବ୍ୟାକଅପ ଓପନର ଭାବରେ ଭରସାଯୋଗ୍ୟ ଅଟନ୍ତି । ୨୦୧୯ରେ ବିରାଟ ଶେଷ ଥର ପାଇଁ ଶତକୀୟ ଇନିଂସ ଖେଳିଥିବାବେଳେ, ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ବ୍ୟାଟିଂ କରି ଟି-୨୦ ମ୍ୟାଚରେ ପ୍ରଥମ ଶତକ ହାସଲ କରିବା ସହିତ ସେ ତାଙ୍କ କ୍ୟାରିୟରରେ ୭୧ ତମ ଶତକ ହାସଲ କରିଛନ୍ତି ।

ସେପଟେ ଲୋକେଶ ରାହୁଲଙ୍କ ଓପନିଂ ଫର୍ମାଟକୁ ନେଇ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି କି, ଲୋକେଶ ରାହୁଲ ପ୍ରଥମ ଓପନର ଭାବରେ ଦାବିଦାର । ତାଙ୍କୁ ନେଇ କୌଣସି ଆଲୋଚନା କରିବାର ନାହିଁ । ତାଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ କଲେ ସେ ଭାରତୀୟ ଦଳର ଜଣେ ମହତ୍ବପୂର୍ଣ୍ଣ ଖେଳାଳି ଭାବରେ ନିଜର ଭୂମିକା ତୁଲାଇ ଆସିଛନ୍ତି । ରୋହିତ ଆହୁରି ମଧ୍ୟ କହିଛନ୍ତି ପ୍ରଶିକ୍ଷକ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସହିତ ବିଶ୍ବକପ ଓପନିଂ ବାବଦରେ ଆଲୋଚନା ହୋଇଛି କି କିଛି ମ୍ୟାଚରେ ବିରାଟ କୋହଲିଙ୍କୁ ଓପନିଂ କରିବାକୁ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.